କଳାହାଣ୍ଡି , ୧୦/୧୧/୨୦୨୧(ଓଡ଼ିଶା ସମାଚାର /ସଞ୍ଜୟ ସିଂହ) – କଳାହାଣ୍ଡି ଜିଲା ଭବାନୀପାଟଣା /ମମିତା ମେହେର ହତ୍ୟା କାଣ୍ଡ ରେ ଗୃହ ରାଷ୍ଟ୍ର ମନ୍ତ୍ରୀ ଶ୍ରୀ ଦିବ୍ୟ ଶଙ୍କର ମିଶ୍ର ଙ୍କ ସଂପୃକ୍ତି ନେଇ ମନ୍ତ୍ରୀ ଙ୍କୁ ବହିଷ୍କାର ଦାବି କରିବା ସହ ମମିତା କୁ ନ୍ୟାୟ ଦେବା ନେଇଁ କଂଗ୍ରେସ୍ ଦଳ ତରଫରୁ ଜୋରଦାର ଆନ୍ଦୋଳନ ଓ କଳାପତାକା ପ୍ରଦର୍ଶନ ସତ୍ତ୍ୱେ ମୁଖ୍ୟ ମନ୍ତ୍ରୀ, ଗୃହ ମନ୍ତ୍ରୀ ଙ୍କୁ ବହିଷ୍କାର କରିବା ବଦଳରେ କଳାହାଣ୍ଡି ସଭାରେ କୋଳେଇ ନେଲେ। ଏଣୁ କେନ୍ଦ୍ରୀୟ ବରିଷ୍ଠ ନେତା ଭକ୍ତ ଚରଣ ଦାସ ଙ୍କ ଆହ୍ବାନ ରେ ମୁଖ୍ୟମନ୍ତ୍ରୀ ଓ ଗୃହମନ୍ତ୍ରୀ ଙ୍କ ଇସ୍ତଫା ଦାବି ନେଇ ଓଡ଼ିଶା ବନ୍ଦ ଡାକରା କୁ କିପରି ସଫଳ କରାଯିବ ସେଥି ନିମନ୍ତେ ଜିଲ୍ଲା ସଭାପତି ଭାରତ ଭୂଷଣ ବେମାଲ ଙ୍କ ଅଧ୍ୟକ୍ଷତା ରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ପୂର୍ବତନ ଜିଲ୍ଲା ସଭାପତି ଜୟଦେବ ନାୟକ, ଜିଲ୍ଲା ଉପ ସଭାପତି ଧନୁର୍ଦ୍ଧର ଗହୀର, ସାଧାରଣ ସମ୍ପାଦକ ବ୍ରଜ ସାହୁ, ବରିଷ୍ଠ ନେତା ସନ୍ତୋଷ ମୁଣ୍ଡ, ଆଦିବାସୀ ନେତା ପରମା ନନ୍ଦ ମାଝୀ, ଚନ୍ଦ୍ର ଯୋଷୀ, ମହିଳା ନେତ୍ରୀ ସୁକାନ୍ତି ସରାଫ, ସାଧନା ପ୍ରଧାନ, ଯୁବ ନେତା ସାଗର ପଟ୍ଟନାୟକ, ବ୍ଲକ୍ ସଭାପତି ସଭାପତି ସୁବାସ ପ୍ରଧାନ ,ନଗର ସଭାପତି ସିଦ୍ଧାର୍ଥ ନାୟକ, ରାଜ୍ୟ ଯୁବ କଂଗ୍ରେସ ସମ୍ପାଦକ ସାହେବ୍ ମହମ୍ମଦ, ସବୀର ମହମ୍ମଦ, ନଗର ସାଧାରଣ ସମ୍ପାଦକ ସନ୍ତୋଷ ପ୍ରଧାନ, ଦୁଃଖି ଶ୍ୟାମ ପ୍ରଧାନ , ପୂର୍ବତନ କାଉନସିଲର ସୁରଥ ରାଉତ୍, ପଦ୍ମିନୀ ଯୋଷୀ ପ୍ରମୁଖ ଉପସ୍ଥିତ ଥିଲେ । ଓଡିଶା ସମାଚର
