Wednesday , December 8 2021
Home / ବିଶେଷ / ଅରିଲୋରେ ଅତ୍ୟାଧୁନିକ ମେଗା ଓମଫେଡ୍ ଡାଏରୀ ପ୍ଲାଣ୍ଟ ମୂଖ୍ୟମନ୍ତ୍ରୀ ଙ୍କ ଦ୍ୱାରା ଉଦଘାଟିତ

ଅରିଲୋରେ ଅତ୍ୟାଧୁନିକ ମେଗା ଓମଫେଡ୍ ଡାଏରୀ ପ୍ଲାଣ୍ଟ ମୂଖ୍ୟମନ୍ତ୍ରୀ ଙ୍କ ଦ୍ୱାରା ଉଦଘାଟିତ

ମୂଖ୍ୟମନ୍ତ୍ରୀ ଙ୍କୁ କଳାପତାକା ଦେଖାଇ ଵିଜେପି କର୍ମୀ ଗିରଫ
କଟକ ସଦର, ୧୦/୧୧/୨୦୨୧(ଓଡ଼ିଶା ସମାଚାର /ଵିଷ୍ଣୁ ଵେହେରା) – ନରାଜ ଵିଦ୍ୟାଧରପୁର ଶ୍ରୀ ଶ୍ରୀ ବିଶ୍ଵବିଦ୍ୟାଳୟ ସନ୍ନିକଟ ଅରିଲୋ ଠାରେ ଆଜି ବୁଧବାର ୫ ଲକ୍ଷ କ୍ଷମତା ବିଶିଷ୍ଟ ଏକ ମେଗା ଓମଫେଡ ଡାଏରୀ ପ୍ଲାଣ୍ଟ କୁ ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକାର୍ପଣ କରିଛନ୍ତି। ଉଦଘାଟନ ପରେ ମୂଖ୍ୟମନ୍ତ୍ରୀ ଏକ ବ୍ୟାଟେରୀ ଚାଳିତ ଯାନରେ ପ୍ଲାଣ୍ଟ ଵୁଲି ଦେଖିଵା ସହିତ ପ୍ଲାଣ୍ଟରୁ ଉତ୍ପାଦିତ ମିଠା ଦହି ଖାଇଥିଲେ । ଏହି ଡାଏରୀ ପ୍ଲାଣ୍ଟ ପ୍ରତିଷ୍ଠା ହେବା ଦ୍ୱାରା ୬ ଲକ୍ଷ ଦୁଗ୍ଧ ଚାଷୀ ଉପକୃତ ହେବେ ବୋଲି ଜଣାଯାଇଛି। ଅନ୍ୟ ପଟେ ମମିତା ମେହେର ହତ୍ୟାକାଣ୍ଡ କୁ ନେଇ କଟକ ନଗର ଵିଜେପି ସଭାପତି ଲଲାଟେନ୍ଦୁ ଵଡୁଙ୍କ ନେତୃତ୍ୱରେ ମୂଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଵିରୋଧ କରି ବିକ୍ଷୋଭ ଓ କଳାପତାକା ପ୍ରଦର୍ଶନ ଘଟଣାରେ ଶତାଧିକ କର୍ମୀ ଙ୍କୁ ପୋଲିସ ଉଠାଇ ନେଇ ଥିଲା। ଓଡ଼ିଶା ସମାଚାର

About admin

Check Also

ସାଲେପୁର ରେ ଡ୍ରାଇଭର ମହାସଂଘ ର ବୈଠକ

ସାଲେପୁର,୦୭/୧୨/୨୦୨୧(ଓଡିଶା ସମାଚାର/ ଅଭୟ ଜେନା )-ଓଡିଶା ଡ୍ରାଇଭର ମହାସଂଘ ଓ ସାଲେପୁର ଡ୍ରାଇଭର ସଂଘ ପକ୍ଷରୁ ଆଜି ବ୍ଲକ ଆଡିମିନ …

Leave a Reply

Your email address will not be published. Required fields are marked *