Thursday , September 28 2023
Home / ସ୍ୱାସ୍ଥ୍ୟ / ଅତ୍ୟାଧୁନିକ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଯୋଡି ହେଲା କନ୍ଦରପୁର ଅଞ୍ଚଳ, ଶ୍ରୀ ଲୋକନାଥ ହେଲଥ କେୟାର’ ଉଦଘାଟିତ

ଅତ୍ୟାଧୁନିକ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଯୋଡି ହେଲା କନ୍ଦରପୁର ଅଞ୍ଚଳ, ଶ୍ରୀ ଲୋକନାଥ ହେଲଥ କେୟାର’ ଉଦଘାଟିତ

 କଟକ ସଦର, ୧୦/୧୧/୨୦୨୧(ଓଡ଼ିଶା ସମାଚାର /ଵିଷ୍ଣୁ ଵେହେରା) – କଟକ ପୂର୍ଵାଞ୍ଚଳର କଟକ-କନ୍ଦରପୁର-ନୂଆଗାଁ ୫୫ ନମ୍ଵର ଜାତୀୟ ରାଜପଥ କଡ ଫକିରପଡା ଠାରେ ଉନ୍ନତ ମାନର ଚିକିତ୍ସା ସେଵା ଯୋଗାଇଦେବା ପାଇଁ ଏକ ଅତ୍ୟାଧୁନିକ ‘ଶ୍ରୀ ଲୋକନାଥ ହେଲଥ କେୟାର’ ଚିକିତ୍ସା କେନ୍ଦ୍ର ଆଜି ବୁଧବାର ଉଦଘାଟିତ ହୋଇଯାଇଛି।ଏହାକୁ ପରିଚାଳନା ନିର୍ଦ୍ଦେଶକ ଲୋକନାଥ ସାହୁ ଉଦଘାଟନ କରିଥିବା ଵେଳେ ପ୍ରକାଶ ଚନ୍ଦ୍ର ସାହୁ, ଦେଵରାଜ ସାହୁ, ନିରଞ୍ଜନ ସାହୁ,ଵିଜୟ କୁମାର ସାହୁ,ଫକିରପଡା ସରପଞ୍ଚ ଜତିନ୍ ରାଉଳ, ନିମେଇଶାପୁର ସରପଞ୍ଚ ତ୍ରିଲୋଚନ ସ୍ୱ।ଇଁ,ସଦର ବ୍ଲକ ଵିଜେଡି କାର୍ୟ୍ୟକାରୀ ସଭାପତି ସମର ବେହେରା, ବରିଷ୍ଠ ସାମ୍ବାଦିକ ଵିଷ୍ଣୁ ଚରଣ ବେହେରା, ପ୍ରିୟରଞ୍ଜନ ରାଉଳ, ଅରକ୍ଷିତ ପୃଷ୍ଟି, ଵାଵୁଲି ସାହୁ ପ୍ରମୁଖ ଵହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ। ଏହି ଚିକିତ୍ସା କେନ୍ନ୍ଦ୍ର ୨୪ ଘଣ୍ଟା ସେଵା ଯୋଗାଇ ଦେଵା ସହ ଆସନ୍ତା ୧୨ ତାରିଖରେ ସଵୁ ଵିଭାଗ ପକ୍ଷରୁ ଏକ ମାଗଣା ସ୍ବାସ୍ଥ୍ୟ ସେଵା ଶିଵିର ଅନୁଷ୍ଠିତ ହେଵ ଵୋଲି ଆୟୋଜକ ମାନଙ୍କ ତରଫରୁ ଜଣାପଡିଛି। ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *