Wednesday , October 4 2023
Breaking News
Home / ବିଶେଷ / ହରିହର କ୍ଷେତ୍ରରେ ଲକ୍ଷ୍ମୀ ମନ୍ଦିର ଭୂମିପୂଜା ପାଇଁ ପ୍ରସୃତି ବୈଠକ

ହରିହର କ୍ଷେତ୍ରରେ ଲକ୍ଷ୍ମୀ ମନ୍ଦିର ଭୂମିପୂଜା ପାଇଁ ପ୍ରସୃତି ବୈଠକ

ଗରଦପୁର, ୯/୧୧/୨୦୨୧(ଓଡ଼ିଶା ସମାଚାର)-ଗରଦପୁର ବ୍ଲକ ଅନ୍ତର୍ଗତ ବଂଗାଳପୁର ଗ୍ରାମପଂଚାୟତର ହରିହର କ୍ଷେତ୍ର ମାହାଳ ଠାରେ ନୂତନ ଲକ୍ଷ୍ମୀ ମନ୍ଦିର ଭୂମିପୂଜା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠିତ ଏହି ପ୍ରସ୍ତୁତି ବୈ÷ଠକରେ ହରିହର କ୍ଷେତ୍ର ଜଗନ୍ନାଥ ମନ୍ଦିରର ମୁଖ୍ୟ ସେବକ ତଥା ରାଜା ପ୍ରଶାନ୍ତ କୁମାର ନାୟକ ସଭାପତିତ୍ୱ କରିଥିଲେ । ହରିହର କ୍ଷେତ୍ର ମାହାଳ ଠାରେ ନୂତନ ଲକ୍ଷ୍ମୀ ମନ୍ଦିର ନିର୍ମାଣ ପାଇଁ ଭୂମିପୂଜା ସମ୍ପର୍କରେ ଆଲୋଚନା ହୋଇଥିଲା । ହରିହର କ୍ଷେତ୍ର ମାହାଳ ଜଗନ୍ନାଥମନ୍ଦିର ନିର୍ମାଣ ଓ ବିଭିନ୍ନପ୍ରକାର ଉନ୍ନୟନ ମୂଳକ କାର୍ଯ୍ୟରେ ବିଗତ ଦିନରେ ବର୍ତମାନର କନ୍ଧମାଳ ସାଂସଦ ଡଃ ଅଚୁ୍ୟତ ସାମନ୍ତଙ୍କ ସହଯୋଗର ହାତ ଥିଲା । ଆଜି ମଧ୍ୟ ପ୍ରସ୍ତାବିତ ନୂତନ ଲକ୍ଷ୍ମୀମନ୍ଦିର ନିର୍ମାଣ ପାଇଁ ସ୍ଥାନୀୟ ଅଂଚଳର ସୁପୁତ୍ର ଓ କାମେଶ୍ୱର ସେବା ଓ ପରିଚାଳନା ଚାରିଟେବୁଲ ଟ୍ରଷ୍ଟର ମୁଖ୍ୟ ପୃଷ୍ଟପୋଷକ ଦିଲୀପ କୁମାର ନାୟକଙ୍କ ମାଧ୍ୟମରେ ପ୍ରତିଶୃତି ପ୍ରଦାନ କରିଛନ୍ତି । ଦିଲୀପ କୁମାର ନାୟକ ନୂତନ ଲକ୍ଷ୍ମୀ ମନ୍ଦିର ଭୂମିପୂଜା କିଭଳି ଭାବରେ ଶାନ୍ତିଶୃଙ୍ଖଳାରେ ହୋଇପାରିବ ସେ ପାଇଁ ଏହି ଅଂଚଳ ଜନସାଧାରଣଙ୍କର ସାହାଯ୍ୟ ସହଯୋଗ କାମନା କରିଥିଲେ । ଆସନ୍ତା ୨୪ ତାରିଖ ଦିନ ନୂତନ ଲକ୍ଷ୍ମୀ ମନ୍ଦିର ଭୂମିପୂଜା ଉତ୍ସବ ଅନୁଷ୍ଠିତ ହେବ ବୋଲି ସ୍ଥିର କରାଯାଇଛି । ଏହି ଉପଲକ୍ଷେ କଳସଯାତ୍ରା ୨୪ ତାରିଖ ଦିନ ଭୋର ୭ଟାରେ ଚିତ୍ରୋତ୍ପଳାନଦୀରେ ପୂଜାର୍ଚନା କରାଯାଇ ୧୦୮ କଳସ ଧରି ମା ମାନଙ୍କରଏକ ଶୋଭାଯାତ୍ରା ଚିତ୍ରୋତ୍ପଳାନଦୀ ତଟ ନିକଟସ୍ଥ କୋରୁଆ କଲେଜଛକ ନିକଟରୁ ବାହାରି ମାହାଳ ମନ୍ଦିର ପର୍ଯ୍ୟନ୍ତ ଆସିବ । ଏହି ଶୋଭାଯାତ୍ରାରେ ୨୫ରୁ ଅଧିକ ସଂକୀର୍ତନ ମଣ୍ଡଳି,ବିଭିନ୍ନପ୍ରକାର ବାଦ୍ୟ,ଡାକବାଜି ଯନ୍ତ୍ର ଇତ୍ୟାଦି ସାମିଲ କରାଯିବ । ଶୋଭାଯାତ୍ରା ହରିହର କ୍ଷେତ୍ରରେ ପହଂଚିଲା ବେଳେ ପଣ୍ଡିତମାନଙ୍କ ଦ୍ୱାରା ଭୂମିପୂଜା କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯିବ । ଏହି ଭୂମିପୂଜନ କାର୍ଯ୍ୟକ୍ରମରେ ଅଂଚଳର ପ୍ରାୟ ୫ ହଜାର ରୁ ଅଧିକ ଶ୍ରଦ୍ଧାଳୁ ଯୋଗଦେବେ ବୋଲି ଆଶାକରାଯାଉଛି । ତେଣୁ ସେମାନେ କିଭଳି ଭାବରେ ଶାନ୍ତିଶୃଙ୍ଖଳାରେ ଯୋଗଦେବା ସହିତ ଆନନ୍ଦବଜାରରେ ପ୍ରସାଦସେବନ କରିବେ ସେହି ବିଷୟରେ ବିସ୍ତୃତ ଭାବେ ଆଲେଚନା କରାଯାଇଥିଲା । ଏହି କାର୍ଯ୍ୟକ୍ରମର ସୁପରିଚାଳନା ପାଇଁ ଅକ୍ଷୟ କୁମାର ବିଶ୍ୱାଳ, ନାରାୟଣ ମିଶ୍ର, ତ୍ରୈଲୋକ୍ୟ ଦାସ, ଧୃବଚରଣ ଲେଙ୍କା, ନବଘନ ମହାରଣା, ବଟକୃଷ୍ଣ ପାଢୀ, ନିରଂଜନ ସ୍ୱାଇଁ, ଗୟାଧର ମୁଦୁଲି, ଜିତେନ୍ଦ୍ର ଗିରି, ସୁରେନ୍ଦ୍ର ରଣା, ନିରଂଜନ ପ୍ରଧାନ ପ୍ରମୁଖଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଥିଲା ।
ଏହି ବୈଠକରେ କାମେଶ୍ୱର ସେବା ଓ ପରିଚାଳନା ଚାରିଟେବୁଲଟ୍ରଷ୍ଟର କର୍ମକତା ରମେଶ ବେହେରା, ବିଭୁପ୍ରସାଦ ପରିଡା, ପ୍ରକାଶ ରାଉତ, ସରୋଜକାନ୍ତ ବିଶ୍ୱାଳ, ବେଣୁଧର ବିଶ୍ୱାଳ ପ୍ରମୁଖ ଓ ହରିହର କ୍ଷେତ୍ର ଜଗନ୍ନାଥମନ୍ଦିରର ଟ୍ରଷ୍ଟି ମଥୁରାନନ୍ଦ ସ୍ୱାଇଁଙ୍କ ସମେତ ଦୈତାପତି,ସେବକମାନେ ଉକ୍ତ ବୈଠକରେ ଯୋଗଦେଇ ଆଲୋଚନାରେ ଭାଗ ନେଇଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *