Saturday , August 13 2022
Breaking News
Home / ବିଶେଷ / ସମାଜସେବୀ ମକରି ପଣ୍ଡାଙ୍କ ଦ୍ୱାଦଶାହରେ ଶ୍ରଦ୍ଧାଞ୍ଜଳି ସଭା

ସମାଜସେବୀ ମକରି ପଣ୍ଡାଙ୍କ ଦ୍ୱାଦଶାହରେ ଶ୍ରଦ୍ଧାଞ୍ଜଳି ସଭା

କେନ୍ଦ୍ରାପଡ଼ା, ୯/୧୧/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଇନ୍ଦୁପୁର ପଂଚାୟତର ହବିଳିସାହି ଗ୍ରାମର ଧର୍ମପ୍ରାଣା ତଥା ସମାଜସେବୀ ସ୍ୱର୍ଗତା ମକରି ପଣ୍ଡାଙ୍କ ଦ୍ୱାଦଶାହ ଅବସରରେ ତାଙ୍କ ହାବିଳି ସାହିସ୍ଥିତ ବାସଭବନ ପରିସରରେ ଏକ ସ୍ମୃତି ଶ୍ରଦ୍ଧାଞ୍ଜଳି ସଭା ସୋମବାର ଅନୁଷ୍ଠିତ ହୋଇଯାଇଛି ।  ଏହି ଉପଲକ୍ଷେ ଶିକ୍ଷାବୀତ ପ୍ରଣବ କୁମାର ଜେନାଙ୍କ ପୌରହିତ୍ୟରେ ଅନୁଷ୍ଠିତ ସ୍ମୃତି ସଭାରେ ଶିକ୍ଷାବୀତ ବ୍ରଜ କିଶୋର ପତି, ପରିବେଶବୀତ କାଶୀନାଥ ରାଉତରାୟ, ବ୍ଲକ ବିଜେଡି ସଭାପତି ଆଲୋକ ସାହୁ, ପ୍ରାକ୍ତନ ଜିଲ୍ଲା ପରିଷଦ ସଭ୍ୟ ସୁଦାମ ବେହେରା, ପ୍ରାକ୍ତନ ସରପଂଚ ବିଜନ ମଲିକ, ଶମ୍ଭୁନାଥ ମହାପାତ୍ର, ପ୍ରଫୁଲ୍ଲ କୁମାର ଦାସ, ପ୍ରମୋଦ କୁମାର ପତି, ଶାରଦା ପ୍ରସନ୍ନ ପଣ୍ଡା, ମହିବୁର ରକ୍, ଚନ୍ଦନ ସାହୁ ପ୍ରମୁଖ ଯୋଗଦେଇ ସ୍ୱର୍ଗତା ପଣ୍ଡାଙ୍କ ସ୍ମୃତି ଚାରଣ କରିବା ସହ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ଶେଷରେ ପ୍ରଭାତ କୁମାର ଜେନା ଧନ୍ୟବାଦ ଅର୍ପଣ କରିଥିଲେ । ଓଡ଼ିଶା ସମାଚାର

About admin

Check Also

ସୁବର୍ଣ୍ଣରେଖା ଓ ଦେଓ ଜଳସେଚନ ପ୍ରକଳ୍ପ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ

ମୟୁରଭଞ୍ଜ / ଭୁବନେଶ୍ୱର,୧୨/୦୮/୨୦୨୨(ଓଡ଼ିଶା ସମାଚାର)- ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଦିନିକିଆ ମୟୁରଭଞ୍ଜ ଜିଲ୍ଲା ଗସ୍ତ କରି ସେଠାରେ …

Leave a Reply

Your email address will not be published.