ଭୁବନ,୯/୧୧/୨୦୨୧(ଓଡ଼ିଶା ସମାଚାର)-ଭୁବନ ମହିଳା ଡିଗ୍ରୀ ମହାବିଦ୍ୟାଳୟରେ ଢେଙ୍କାନାଳ ଜିଲ୍ଲାର ଯୁବ ରେଡକ୍ରସ ଆନୁକୂଲ୍ୟରେ ଗତ ଶନିବାର ଠାରୁ ଆରମ୍ଭ ହୋଇଥିବା ତିନିଦିନିଆ କ୍ଲଷ୍ଟର ସ୍ତରୀୟ କର୍ମଶାଳା ଉଦଯାପିତ ହୋଇଯାଇଛି । ପ୍ରାରମ୍ଭରେ ସ୍ୱେଚ୍ଛାସେବୀ ମାନଙ୍କ ଦ୍ୱାରା ଚିତ୍ରାଙ୍କନ,ସଙ୍ଗୀତ,ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ପ୍ରଥମ ଅଧିବେଶନରେ ଭୁବନ ଅଗ୍ନିଶମ ସଂସ୍ଥା ଦ୍ୱାରା ନିଆଁକୁ ଆୟତ କରିବା କୌଶଳ ଶିକ୍ଷାପ୍ରଦାନ ହୋଇଥିଲ । ଦ୍ୱିତୀୟ ଅଧିବେଶନରେ ଏଡ୍ସ ରୋଗର କାରଣ ଓ ନିରାକରଣ ସଂପର୍କରେ ଅଧ୍ୟାପକ ଦିପ୍ତୀରଂଜନ ମହାଳିକ,ଅଧ୍ୟାପକ ଅନିଲ କୁମାର ଧୀର,ଅଧ୍ୟାପକ ସୁକାନ୍ତ କୁମାର ମିଶ୍ର ବିସ୍ତୃତ ଭାବେ ଆଲୋଚନା କରିଥିଲେ । ଅପରାହ୍ନରେ ମହିଳା ମହାବିଦ୍ୟାଳୟ ଅଧ୍ୟକ୍ଷ ଦିଲ୍ଲୀପ କୁମାର ଦାସ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦଯାପନୀ ଉତ୍ସବରେ ଭୁବନ ବ୍ଲକ ଅଧ୍ୟକ୍ଷ ଧର୍ମାନନ୍ଦ ବରାଳ ମୁଖ୍ୟ ଅତିଥି ,ବାଜିରାଉତ ସ୍ମୃତି ମହାବିଦ୍ୟାଳୟ ଅଧ୍ୟକ୍ଷ ଅଜିତ କୁମାର ବେହେରା,ଭୁବନ ମହିଳା ହାୟର ସେକେଣ୍ଡାରୀ ସ୍କୁଲର ଅଧ୍ୟକ୍ଷ ସୁରେନ୍ଦ୍ରକୁମାର ପୋଥାଳ ସ୍ୱେଚ୍ଛାସେବୀମାନଙ୍କୁ ମାର୍ଗଦର୍ଶନ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଅଧ୍ୟାପକ ନିରଂଜନ ନାୟକ ପରିଚାଳନା କରିଥିବାବେଳେ ୟୁଥ ରେଡକ୍ରସ କାଉନସେଲର ଅଧ୍ୟାପିକା ଅନୁପମା ମିଶ୍ର,ଅଧ୍ୟାପିକା ନମିତା ଦ୍ୱିବେଦୀ,କର୍ମଚାରୀ ଲକ୍ଷ୍ମଣ ସାହୁ,ରଙ୍ଗଲତା ବେହେରା,ନିର୍ମଳା ସାହୁ ସକ୍ରିୟ ଅଂଶଗ୍ରହଣ ଓ ସହଯୋଗ କରିଥିଲେ । ଓଡ଼ିଶା ସମାଚାର
