Tuesday , June 6 2023
Breaking News
Home / ରାଜନୀତି / ମମିତା ହତ୍ୟାକାଣ୍ଡ ପ୍ରତିବାଦ ରେ ନିଶ୍ଚିନ୍ତକୋଇଲି, ମାହାଙ୍ଗା ଓ ସାଲେପୁର ବିଜେପି ର ଜୋରଦାର ବିକ୍ଷୋଭ

ମମିତା ହତ୍ୟାକାଣ୍ଡ ପ୍ରତିବାଦ ରେ ନିଶ୍ଚିନ୍ତକୋଇଲି, ମାହାଙ୍ଗା ଓ ସାଲେପୁର ବିଜେପି ର ଜୋରଦାର ବିକ୍ଷୋଭ

 ନିଶ୍ଚିନ୍ତକୋଇଲି/ସାଲେପୁର :୦୮/୧୧/୨୦୨୧(ଓଡିଶା ସମାଚାର /ଅଭୟ ଜେନା ) -ମୁଖ୍ୟମନ୍ତ୍ରୀଙ୍କ ସମେତ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଓ ମନ୍ତ୍ରୀ ପ୍ରତାପ ଜେନାଙ୍କ କୁଶପୁତ୍ତଳିକାକୁ ଏକ ଶବ ଶୋଭାଯାତ୍ରାରେ ନେଇ  ବିଜେପି କର୍ମୀମାନେ ଦାହ କରିଛନ୍ତି ।  ମନ୍ତ୍ରୀ ପ୍ରତାପ ଜେନାଙ୍କ ନିଜ ନିର୍ବାଚନ ମଣ୍ଡଳୀ ମାହାଙ୍ଗା ଓ ନିଶ୍ଚିନ୍ତକୋଇଲି  ବ୍ଳକ ସମ୍ମୁଖରେଏଭଳି ଦେଖା ଯାଇଛି । ମମିତା ମେହେର ହତ୍ୟାକାଣ୍ଡ ଓ ମାହାଙ୍ଗା ଡବଲ ମର୍ଡର ଘଟଣାର ନିନ୍ଦା କରି ମନ୍ତ୍ରୀ ଦିବ୍ୟଶଙ୍କର ଓ ମନ୍ତ୍ରୀ ପ୍ରତାପ ଜେନାଙ୍କ ବହିଷ୍କାର ଦାବି କରିବା ସହ ମୁଖ୍ୟମନ୍ତ୍ରୀଙ୍କ   କଳାହାଣ୍ଡି ଗସ୍ତକୁ ମଧ୍ୟ ବିରୋଧ କରି ଏହି ତିନି ଜଣଙ୍କ କୁଶପୁତ୍ତଳିକାକୁ କୋକେଇରେ ଆଣି ଦାହ କରାଯାଇଛି । କଟକ ଜିଲ୍ଲା ମାହାଙ୍ଗା ନିର୍ବାଚନ ମଣ୍ଡଳୀ ବିଜେପି ପକ୍ଷରୁ ଆୟୋଜିତ ଏହି ଶବ ଶୋଭାଯାତ୍ରା କୁଶପୁତ୍ତଳିକା ଦାହ କାର୍ୟ୍ୟକ୍ରମରେ ବିଜେପିର କଟକ ଜିଲ୍ଲା ସ୍ତରୀୟ ବହୁ ନେତୃବୃନ୍ଦ ଯୋଗଦେଇଥିଲେ। ଆଗାମୀ ଦିନରେ ମମିତା ମେହେରଙ୍କୁ ନ୍ୟାୟ ମିଳିବାପଯ୍ୟନ୍ତ ଏହିଭଳି କାର୍ୟ୍ୟକ୍ରମ  ଜାରୀ ରହିବ ବୋଲି ବିଜେପି ନେତାମାନେ ପ୍ରତିକ୍ରିୟା ରଖିଛନ୍ତି  । ସେହିପରି ସାଲେପୁର ବ୍ଳକ ସମ୍ମୁଖରେ ମଧ୍ୟ ବିଜେପି ପକ୍ଷରୁ ଏହି ମନ୍ତ୍ରୀମାନଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ କୁଶପୁତ୍ତଳିକା  ଦାହ  କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଓଡିଶା ସମାଚାର

Leave a Reply

Your email address will not be published.