Friday , August 12 2022
Breaking News
Home / ରାଜନୀତି / ମମିତା ମେହେର ଙ୍କ ନ୍ୟାୟ ଦାବିରେ ଭାଜପା ପକ୍ଷରୁ ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ଙ୍କ କୁଶପୁତ୍ତଳିକା ଦାହ

ମମିତା ମେହେର ଙ୍କ ନ୍ୟାୟ ଦାବିରେ ଭାଜପା ପକ୍ଷରୁ ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ଙ୍କ କୁଶପୁତ୍ତଳିକା ଦାହ

ବାଲିଗୁଡା,୦୯/୧୧/୨୧(ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ):ବହୁଚର୍ଚ୍ଚିତ ମମିତା ମେହେର ଙ୍କ ହତ୍ୟା ପରେ ସାରା ଓଡିଶା ରାଜ୍ୟରେ ଉତ୍ତେଜନା ସୃଷ୍ଟି ହେଉଥିବା ବେଳେ ଗୃହମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଙ୍କୁ ମନ୍ତ୍ରୀ ପଦରୁ ବହିସ୍କୃତ କରିବା ଦାବିରେ ସାରା ଓଡିଶା ରେ ଭାରତୀୟ ଜନତା ପାର୍ଟି ସ୍ୱର ଉତୋଳନ କରୁଛି । ମୁଖ୍ୟମନ୍ତ୍ରୀ ଙ୍କ କଳାହାଣ୍ଡି ଗ୍ରସ୍ତ ଓ ଓ ମମିତା ମେହେର ଙ୍କ ହତ୍ୟା ହୋଇ ଥିବା ମହାଲିଙ୍ଗି ଯିବାର ଆଭାସ ପାଇ ଏହାର ବିରୋଧ କରି ଟିକାବାଲି ବ୍ଲକ ଭାରତୀୟ ଜନତା ପାର୍ଟି ପକ୍ଷରୁ ଟିକାବାଲି ବ୍ଲକ ସାମନା ରେ ପ୍ରତିବାଦ ସଭାକରି ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ,ଗୃହମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଓ ପଞ୍ଚାୟରାଜ ମନ୍ତ୍ରୀ ପ୍ରତାପ ଜେନାଙ୍କର କୁଶପୁତ୍ତଳିକା ଦାହ କରା ଯାଇଛି । ଏହି ପ୍ରତିବାଦ ସଭାରେ ରାଜ୍ୟ ଏସ.ସି.ସେଲ ଉପସଭାପତି ରାମବିଶି ଦିଗାଳ, ଟିକାବାଲି ମଣ୍ଡଳ ସଭାପତି ଜିତେନ୍ଦ୍ର ଡାକୁଆ, ପାବୁରିଆ ମଣ୍ଡଳ ସଭାପତି ଲଳିତ ପ୍ରଧାନ, ଯୁବମୋର୍ଚ୍ଚା ସଭାପତି ମାନଶ ବେହେରା ପ୍ରମୁଖ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର

About admin

Check Also

ବିଜେଡ଼ି ପକ୍ଷରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ 

ଗରଦପୁର, ୦୯/୦୮/୨୦୨୨(ଓଡ଼ିଶା ସମାଚାର)- ବିଜୁ ଜନତା ଦଳର ୨୫ ତମ ପ୍ରତିଷ୍ଠା ଦିବସ ଅବସରରେ ଗରଦପୁର ବ୍ଲକ୍ ଅନ୍ତର୍ଗତ ବଙ୍ଗାଳପୁର …

Leave a Reply

Your email address will not be published.