Tuesday , June 6 2023
Breaking News
Home / ବିଶେଷ / ବିପର୍ଯ୍ୟୟ ପରିଚାଳନା ପାଇଁ କ୍ଲଷ୍ଟର ସ୍ତରୀୟ ସଚେତନତା କାର୍ଯ୍ୟକ୍ରମ

ବିପର୍ଯ୍ୟୟ ପରିଚାଳନା ପାଇଁ କ୍ଲଷ୍ଟର ସ୍ତରୀୟ ସଚେତନତା କାର୍ଯ୍ୟକ୍ରମ

ଗରଦପୁର, ୯/୧୧/୨୦୨୧(ଓଡ଼ିଶା ସମାଚାର)-ବିପର୍ଯ୍ୟୟ ସମୟରେ ଏହାକୁ କିଭଳି ମୁକାବିଲା କରିବା ସହିତ ଓ ପରିଚାଳନା ଓ ସୁରକ୍ଷା ପାଇଁ ବିଦ୍ୟାଳୟର ଛାତ୍ର ଛାତ୍ରୀ , ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନଙ୍କ ନିମନ୍ତେ କ୍ଲଷ୍ଟର ସ୍ତରୀୟ ସଚେତନତା କାର୍ଯ୍ୟକ୍ରମ ଗରଦପୁର ବ୍ଲକ୍ ହରିଦାସପୁର ୟୁଜି ୟୁପି ସ୍କୁଲ ପରିସରରେ ଅନୁଷ୍ଠିତ ହୋଇଯାଇଛି । ସିଆରସିସି ରତ୍ନାକର ମହାଳୀଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ଗରଦପୁର ଅଗ୍ନୀଶମ ବାହିନୀର ଅଧିକାରୀ ରମେଶ ଚନ୍ଦ୍ର ନନ୍ଦ ଙ୍କ ସମେତ ଅନ୍ୟ କର୍ମଚାରୀମାନେ ବିଭିନ୍ନ ବୀପର୍ଯ୍ୟୟ ସମୟରେ କିଭଳି ପ୍ରଶମନ ସହ ମୁକାବିଲା କରି ଜନ ଜୀବନ ଓ ଆସବାବ ପତ୍ର ସୁରକ୍ଷା ଓ ସୁରକ୍ଷିତ କରିହେବ , ସେ ନେଇ ଛାତ୍ର ଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିଥିଲେ । ଏହି ଅବସରରେ ବିଦ୍ୟାଳୟ ପରିସରରେ ଆୟୋଜିତ ସଭାରେ ପ୍ରଧାନ ଶିକ୍ଷକ ରଂଜନ ସାହୁ ସଭାପତିତ୍ୱ କରିଥିବାବେଳେ ଏଥିରେ ଗରଦପୁର ତହସିଲଦାର ଅଶୋକ କୁମାର ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିପର୍ଯ୍ୟୟ ପରିଚାଳନା ଓ ସାମଜିକ ସୁରକ୍ଷା ବିଷୟରେ ଆଲୋକପାତ କରିଥିଲେ । ଏପରିକି ବାତ୍ୟା, ବନ୍ୟା , ମରୁଡ଼ି, ଅଗ୍ନୀକାଣ୍ଡ , ଘଡ଼ଘଡ଼ି ସହିତ ଅଂଶୁଘାତ ସମୟରେ କିପରି ମୁକାବିଲା କରିବା ପାଇଁ ଛାତ୍ର ଛାତ୍ରୀ ସଚେତନ ହେବେ ସେ ନେଇ ଆଲୋଚନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପାଟକୁରା ସ୍ୱାସ୍ଥ୍ୟ କେନ୍ଦ୍ରର ଡ଼ାକ୍ତର ମନୋଜ କୁମାର ଜେନା ସମ୍ମାନୀତ ଅତିଥି ଭାବେ ଯୋଗଦେଇ ବିପର୍ଯ୍ୟୟ ସମୟରେ ସ୍ୱାସ୍ଥ୍ୟର ସୁରକ୍ଷା ସମ୍ପର୍କରେ ସଚେତନତା ସୃଷ୍ଟି କରିଥିଲେ । ଅନୃତମ ଅତିଥି ଭାବେ ଏବିଇଓ ଅତିକୃଷ୍ଣ ଦାସ ଯୋଗଦେଇ ଶିକ୍ଷକ ଶିକ୍ଷୟିତ୍ରୀମାନେ ସଚେତନ ହେଲେ ବିଦ୍ୟାଳୟରେ ଶୃଙ୍ଖଳା ରକ୍ଷା ସହ ପାଠପଢ଼ାଇବା ଓ ବିପର୍ଯ୍ୟୟ ପରିଚାଳନା ସମ୍ପର୍କରେ ଛାତ୍ର ଛାତ୍ରୀଙ୍କୁ ସଠିକ ଜ୍ଞାନ ପ୍ରଦାନ କରାଯାଇପାରିବ ବୋଲି କହିଥିଲେ । ଏହି କାର୍ଯ୍ୟକ୍ରମରେ ପ୍ରଧାନ ଶିକ୍ଷୟିତ୍ରୀ ଲୋଚନା ବାଳା ଦାସ, ଶିକ୍ଷକ ସୁବାସ ଚନ୍ଦ୍ର ବେହୁରା,ବିଜୟ କୁମାର ମହାପାତ୍ର,ଲତିକା ମହାପାତ୍ର, ଦମୟନ୍ତୀ ପରିଡ଼ା, ସୁମିତ୍ରା ନନ୍ଦ, ଚିନ୍ମୟୀ ପାତ୍ର ପ୍ରମୁଖ ସହଯୋଗ କରିଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.