Monday , November 29 2021
Breaking News
Home / ବ୍ୟବସାୟ ବାଣିଜ୍ୟ / ପିପିଏଲ୍ ସାର କାରଖାନା ଭିତରେ ସୁରକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ତ-ହାଇଓା ଚଢି ଯିବାରୁ ସୁପରଭାଇଜରଙ୍କ ମୃତ୍ୟୁ

ପିପିଏଲ୍ ସାର କାରଖାନା ଭିତରେ ସୁରକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ତ-ହାଇଓା ଚଢି ଯିବାରୁ ସୁପରଭାଇଜରଙ୍କ ମୃତ୍ୟୁ

ପାରାଦୀପ,୯/୧୧/୨୦୨୧(ଓଡ଼ିଶା ସମାଚାର)- ପାରାଦୀପସ୍ଥିତ ପାରାଦୀପ ଫସଫେଟସ୍ ଲିମିଟେଡ୍ (ପିପିଏଲ୍) ସାରକାରଖାନା ଭିତରେ ସୁରକ୍ଷା ବ୍ୟବସ୍ଥା କେତେ ସୁଦୃଢ ତାର ଏକ ନଗ୍ନ ନମୁନା ଦେଖିବାକୁ ମିଳିଛି । ଘଟଣାରୁ ପ୍ରକାଶଯେ, ପାରାଦୀପସ୍ଥିତ ଅନ୍ୟତମ ସାର ଉତ୍ପାଦନକାରୀ ସଂସ୍ଥା ପିପିଏଲ୍ ପରିସରେ ରବିବାର ରାତିରେ ଏକ ହାଇଓା ଚଢିଯିବାରୁ ସେଠାରେ କାମ କରୁଥିବା କାରଖାନା ନିକଟସ୍ଥ ରଙ୍ଗିଆଗଡ ଗ୍ରାମର ପ୍ରଶାନ୍ତ ମଲ୍ଲିକଙ୍କର ମୃତ୍ୟୁ ଘଟିଛି । ପ୍ରଶାନ୍ତ ପିପିଏଲ୍ ଠାରୁ ଠିକା କାମ ନେଇଥିବା ଏକ ସଂସ୍ଥାରେ ସୁପରଭାଇଜର ଭାବେ କାମ କରୁଥିଲେ । ରବିବାର ରାତିରେ ସେ ଡ୍ୟୁଟି କରୁଥିବା ସମୟରେ ଏକ ହାଇଓା ତାଙ୍କୁ ଚାପି ଦେଇଥିଲା । ଘଟଣାସ୍ଥଳରେ ହିଁ ପ୍ରଶାନ୍ତଙ୍କର ମୃତ୍ୟୁ ହୋଇଯାଇଥିଲା । ଖବର ପାଇ ରଙ୍ଗିଆଗଡ ଗ୍ରାମବାସୀ ଉତ୍ୟକ୍ତ ହୋଇ କମ୍ପାନୀର ମୁଖ୍ୟ ଫାଟକ ଅବରୋଧ କରିବା ସହିତ କମ୍ପାନୀ ଭିତରକୁ କାହାରିକୁ ଛାଡି ନଥିଲେ । ଦୂର୍ଘଟଣାରେ ମୃତ୍ୟୁବରଣ କରିଥିବା ପ୍ରଶାନ୍ତ ଏକ ଗରୀବ ପରିବାରର ରେଜଗାରକ୍ଷମ ବ୍ୟକ୍ତି ହୋଇଥିବାରୁ ରୋଜଗାରକ୍ଷମ ପୁଅର ମୃତ୍ୟୁରେ ପରିବାର ମ୍ରିୟମାଣ ହୋଇପଡିଥିଲେ । ଗ୍ରାମବାସୀ ଓ ସାହିପଡିଶା ପିପିଏଲ୍ ରାସ୍ତା ଅବରୋଧ କରି ମୃତ ପରିବାରକୁ ୫୦ଲକ୍ଷ ଟଙ୍କା ଓ ପରିବାରରୁ ଜଣକୁ ଚାକିରୀ ଦେବାକୁ ଅଡି ବସିଥିଲେ । ଏହାକୁ ନେଇ ସେଠାରେ ଉେଜନା ପ୍ରକାଶ ପାଇଥିଲା । ଖବର ପାଇ ପାରାଦୀପର ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ନିମାଇଁ ଚରଣ ସେଠୀ, ଆଦର୍ଶ ଥାନା ଅଧିକାରୀ ରଜନୀକାନ୍ତ ମିଶ୍ର ପୋଲିସ୍ ବାହିନୀ ସହିତ ଉପସ୍ଥିତ ରହି ଲୋକମାନଙ୍କ ସହିତ ଆଲୋଚନା କରିଥିଲେ । ରବିବାର ବିଳମ୍ବିତ ରାତିରେ ଏହି ଦୂର୍ଘଟଣା ଘଟିଥିଲେବି ନା ପିପିଏଲ୍ କର୍ତୃପକ୍ଷ ନା ସଂପୃକ୍ତ ଠିକା ସଂସ୍ଥା କେହିବି ମୃତକଙ୍କ ପରିବାର ନିକଟରେ ପହଂଚି ନଥିଲେ । ଯାହାକୁ ନେଇ ଉତେଜନା ଅଧିକ ଦେଖାଦେଇଥିଲା । ପିପିଏଲ୍ର ଏଭଳି ଅବହେଳାକୁ ଗ୍ରାମବାସୀମାନେ ଦୃଢ ନିନ୍ଦା କରିଥିଲେ । ସୋମବାର ଅପରାହ୍ନରେ ପୋଲିସ୍ ଉପସ୍ଥିତିରେ ଉଭୟ ପକ୍ଷଙ୍କ ମଧ୍ୟରେ ଆଲୋଚନା ହୋଇଥିଲା । ମୃତ ପରିବାରକୁ ଅଢେଇ ଲକ୍ଷଟଙ୍କାର ଆର୍ଥିକ ସହାୟତା ଓ ପରିବାରର ଜଣଙ୍କୁ ଠିକା ସଂସ୍ଥା ଅଧିନରେ ନିଯୁକ୍ତି ମିଳିବାକୁ ପ୍ରତିଶୃତି ମିଳିବା ପରେ ରାସ୍ତା ଅବରୋଧ ହଟିବା ନେଇ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ନିମାଇଁ ଚରଣ ସେଠୀ ସୂଚନା ଦେଇଛନ୍ତି । ତେବେ ପିପିଏଲ୍ ପରିସରର ସୁରକ୍ଷା ବ୍ୟବସ୍ଥା ଉପରେ ସ୍ଥାନୀୟ ଅଂଚଳବାସୀ ପ୍ରଶ୍ନବାଚୀ ସୃଷ୍ଟି କରିଛନ୍ତି । ଓଡ଼ିଶା ସମାଚାର

About admin

Check Also

ରନ୍ଧନ ଗ୍ୟାସ ଦର ବୃଦ୍ଧି ପ୍ରସଙ୍ଗ : ସାମାଜିକ ଗଣମାଧ୍ୟମରେ ଘୁରି ବୁଲୁଛି ଦୁଇଟି ତଥ୍ୟ – କେଉଁଟା ସତ କେଉଁଟା ମିଛ  ?

 ଲୋକଙ୍କୁ ବିଭ୍ରାନ୍ତି କରାଯାଉଛି କଟକ ସଦର, ୨୩/୧୧/୨୦୨୧(ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା): ରନ୍ଧନ ଗ୍ୟାସ ଦର ବୃଦ୍ଧିକୁ ନେଇ କେନ୍ଦ୍ର …

Leave a Reply

Your email address will not be published. Required fields are marked *