Tuesday , May 30 2023
Breaking News
Home / ବିଶେଷ / ଗୋଚର ଜମିରେ ରାସ୍ତା ନିର୍ମାଣ ବନ୍ଦ କରିବା ସହିତ ଭୋଇସାହି ଠାରୁ ଭୋଳ ଛକ ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ଦାବି

ଗୋଚର ଜମିରେ ରାସ୍ତା ନିର୍ମାଣ ବନ୍ଦ କରିବା ସହିତ ଭୋଇସାହି ଠାରୁ ଭୋଳ ଛକ ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ଦାବି

ତାରପୁର, ୯/୧୧/୨୦୨୧(ଓଡ଼ିଶା ସମାଚାର)-ରଘୁନାଥପୁର ବ୍ଲକ୍ ପୁରୁଣାବସନ୍ତ ପଂଚାୟତର ଦେଉଳିସାହି ଗ୍ରାମ ୧୨ ନମ୍ବର ୱାର୍ଡ଼ ଖାତା ନଂ ୩୯୩ ପ୍ଲଟ ନଂ ୫୯୪ ରେ ଥିବା ଗୋଚର ଜମିରେ ପୂର୍ବରୁ କଂକ୍ରିଟ ରୋଡ଼ ତିଆରି କରାଯାଇଥିଲା । ତେବେ ବର୍ତମାନ ପୁଣି ଥରେ ଏହି ରାସ୍ତା ଉପରେ ୧ ଲକ୍ଷ ୨୦ ହଜାର ଟଙ୍କା କଂକ୍ରିଟ ରୋଡ଼ କାର୍ଯ୍ୟାଦେଶ ଜିଲା ପରିଷଦ ପାଣ୍ଠିରୁ ଦିଆଯାଇଛି ।  ଏହି କାର୍ଯ୍ୟାଦେଶ ବିଷୟରେ ଜାଣିବା ପରେ ଗ୍ରାମବାସୀମାନେ ଏହାକୁ ତୀବ୍ର ବିରୋଧ କରିବା ସହିତ  ସରକାରୀ ଅନୁଦାନ ହରିଲୁଟ ହେବାର ଯୋଜନା ଥିବା ଆଶଙ୍କା କରିବା ସହିତ ବ୍ଲକ୍, ତହସିଲ ଓ ଜିଲା ପ୍ରଶାସନର ଦ୍ୱାରସ୍ଥ ହୋଇଛନ୍ତି । ଏହି କାର୍ଯ୍ୟାଦେଶକୁ ତୁରନ୍ତ ବାତିଲ କରିବା ଓ ଉକ୍ତ ଗ୍ରାମରେ ଥିବା ପାଣୁ ଭୋଇ ଘର ଠାରୁ ସେଠୀ ସାହି ଛକ ପର୍ଯ୍ୟନ୍ତ ଥିବା କଚା ରାସ୍ତାକୁ କଂକ୍ରିଟ ରାସ୍ତା କରିବାକୁ ଦାବି କରାଯାଇଛି । ଏହି ରାସ୍ତାରେ ବର୍ଷା ହେଲେ କାଦୁଅ ହୋଇ ଯାତାୟତରେ ବ୍ୟାଘାତ ସୃଷ୍ଟି କରୁଥିବାରୁ ଲୋକମାନେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି । ଏହି ରାସ୍ତାଟିକୁ ତୁରନ୍ତ କାର୍ଯ୍ୟ କରିବା ପାଇଁ ଗ୍ରାମବାସୀମାନେ ଜଗତସିଂହପୁର ଜିଲାପାଳ, ପିଡ଼ି ଡ଼ିଆରଡ଼ିଏ , ରଘୁନାଥପୁର ତହସିଲଦାର, ରଘୁନାଥପୁର ବିଡ଼ିଓ ଙ୍କୁ ଲିଖିତ ଅଭିଯୋଗ କରିବା ସହିତ ବିଡ଼ିଓ ଜିତେନ୍ଦ୍ର କୁମାର ନାୟକଙ୍କୁ ଭେଟି ଆଲୋଚନା କରିଛନ୍ତି । ଯଦି ତାଙ୍କର ଦାବି ଉପରେ ପ୍ରଶାସନ ଉଚିତ ନ୍ୟାୟ ପ୍ରଦାନ ନକରେ ତେବେ ସେମାନେ ୫୯୪ ନମ୍ବର ପ୍ଲଟ ରେ କାର୍ଯ୍ୟ କରାଇନଦେବା ସହିତ ଜଗତସିଂହପୁର ଜିଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବେ ବୋଲି ଗ୍ରାମବାସୀଙ୍କ ପକ୍ଷରୁ ଜ୍ୟୋତିକାନ୍ତ ମହାନ୍ତି , ସଂଜୟ କୁମାର ରାଉତ, ରତ୍ନାକର ଦାସ, ଅଭୟ କୁମାର ବାରିକ, ଧୁନ ବେହେରା ପ୍ରମୁଖ ପ୍ରକାଶ କରିଛନ୍ତି । ଓଡ଼ିଶା ସମାଚାର

Leave a Reply

Your email address will not be published.