Friday , December 3 2021
Breaking News
Home / ବିଶେଷ / କୂଅରେ ପଡ଼ି ବୃଦ୍ଧା ମୃତ : ପୋଲିସ ଉପସ୍ଥିତିରେ ଉଦ୍ଧାର କଲେ ଅଗ୍ନିଶମ ବାହିନୀ

କୂଅରେ ପଡ଼ି ବୃଦ୍ଧା ମୃତ : ପୋଲିସ ଉପସ୍ଥିତିରେ ଉଦ୍ଧାର କଲେ ଅଗ୍ନିଶମ ବାହିନୀ

ବାଲିଗୁଡ଼ା,୦୯/୧୧/୨୧(ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ବ୍ଲକ ମେଡିକାଲ କଲୋନୀରେ ଅଘଟଣ । କୂଅରେ ପଡ଼ି ବୃଦ୍ଧା ମୃତ । ଗାଧୋଇବାପାଇଁ କୂଅରୁ ପାଣି ଟାଣୁଥିବା ବେଳେ ଗୋଡ଼ ଖସି କୂଅ ଭିତରେ ପଡ଼ି ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ମୃତ ଜଣକ ହେଲେ କ.ନୂଆଗାଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ କାର୍ୟ୍ୟରତ ଆଟେଣ୍ଡାଣ୍ଟ ବାୟାନାଥ ପ୍ରଧାନଙ୍କ ମା ରଙ୍ଗବତି ପ୍ରଧାନ ହୋଇଥିବା ଜଣାପଡ଼ିଛି । ସୂଚନା ପ୍ରକାରେ ମଙ୍ଗଳବାର ସକାଳେ ବାୟା ନାଥଙ୍କ ମା ଗାଧୋଇବାପାଇଁ ସରକାରୀ ବାସଭବନ ନିକଟରେ ଥିବା କୁଅରୁ ପାଣି କାଢ଼ିବାକୁ ଯାଇଥଲେ । ଘରକୁ ଫେରିବାରେ ବିଳମ୍ବ ହେବାରୁ ପ୍ରଥମେ ଚାରିଆଡ଼େ ଖୋଜାଖୋଜି କରିଥିଲେ । ପରେ କୂଅ ନିକଟକୁ ଯାଇ ଦେଖିବା ବେଳକୁ ତାଙ୍କ ଲୁଗା କୂଅ ଭିତରେ ଭାସୁଥିବା ଦେଖିବାକୁ ପାଇଥିଲେ । ଖବରପାଇ ଘଟଣାସ୍ଥଳରେ କ.ନୂଆଗାଁ ପୋଲିସ୍ ଓ ଅଗ୍ନିଶମ ବାହିନୀ ପହଞ୍ଚି କୂଅ ଭିତରୁ ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟକୁ ପୋଲିସ ପଠାଇଛି । ଓଡିଶା ସମାଚାର

About admin

Check Also

ରାଜ୍ୟପାଳଙ୍କ ଦ୍ୱାରା ପରିବେଶବିତ୍ ସମ୍ବର୍ଦ୍ଧିତ

ପାରାଦୀପ,୦୩/୧୨/୨୦୨୧(ଓଡ଼ିଶା ସମାଚାର)-  ପାରାଦୀପ ବନ୍ଦରରେ କାର୍ଯ୍ୟରତ ଇଂ.ଅମରେଶ ନରେଶ ସାମନ୍ତଙ୍କୁ ଓଡିଶାର ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଷୀ ଲାଲ ସମ୍ବର୍ଦ୍ଧିତ …

Leave a Reply

Your email address will not be published. Required fields are marked *