Wednesday , December 1 2021
Breaking News
Home / ରାଜନୀତି / କଟକ ନଗର ବିଜେପି ପକ୍ଷରୁ ମୂଖ୍ୟମନ୍ତ୍ରୀ ଓ ଗୃହ ରାଷ୍ଟ୍ରମନ୍ତ୍ରୀ ଙ୍କ କୁଶପୁତ୍ତଳିକା ଦାହ

କଟକ ନଗର ବିଜେପି ପକ୍ଷରୁ ମୂଖ୍ୟମନ୍ତ୍ରୀ ଓ ଗୃହ ରାଷ୍ଟ୍ରମନ୍ତ୍ରୀ ଙ୍କ କୁଶପୁତ୍ତଳିକା ଦାହ

କଟକ ସଦର, ୦୯/୧୧/୨୧(ଓଡିଶା ସମାଚାର/ଵିଷ୍ଣୁ ବେହେରା): ରାଜ୍ୟର ଵହୁ ଚର୍ଚ୍ଚିତ ମମିତା ମେହେର ହତ୍ୟାକାଣ୍ଡ ଘଟଣାରେ ଆଇନ୍ ତା ଵାଟରେ ଜିଵାକୁ ନଦେଇ ଧୃତରାଷ୍ଟ୍ର ସାଜିଥିଵା ଗୃହମନ୍ତ୍ରୀ ତଥା ମୂଖ୍ୟମନ୍ତ୍ରୀ ନଵୀନ ପଟ୍ଟନାୟକଙ୍କ ସହ ଘଟଣାରେ ସଂପୃକ୍ତ ଗୃହ ରାଷ୍ଟ୍ରମନ୍ତ୍ରୀ ଦିଵ୍ୟଶଙ୍କର ମିଶ୍ରଙ୍କର ସୋମବାର କଟକ ନଗର ଜିଲ୍ଲା ବିଜେପି ପକ୍ଷରୁ କଟକ ମହାନଗର ନିଗମ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ସହ କୁଶପୁତ୍ତଳିକା ଦାହ କରାଯାଇଥିଲା।ନଗର ବିଜେପି ସଭାପତି ଲଲାଟେନ୍ଦୁ ଵଡୁଙ୍କ ନେତୃତ୍ୱରେ ଶତାଧିକ କାର୍ଯ୍ୟକର୍ତ୍ତା ଓ କର୍ମୀମାନଙ୍କ ସମେତ ନଗର ଯୁଵ ମୋର୍ଚ୍ଚା ସଭାପତି ସତ୍ୟବ୍ରତ ମିଶ୍ର, ବରିଷ୍ଠ ନେତା ବିନୋଦ ଦାସ,ପୂର୍ଵତନ ଜିଲ୍ଲା ସଭାପତି ଲକ୍ଷ୍ମୀଧର ପ୍ରଧାନ, ରାଜ୍ୟ ସଂଖ୍ୟା ଲଘୁ ମୋର୍ଚ୍ଚା ସଭାପତି ସିକନ୍ଦର ଅଲ୍ଲି, ରାଜ୍ୟ ମହିଳା ମୋର୍ଚ୍ଚା ସଂପାଦିକା ରଶ୍ମି ରେଖା ଦାସ,ଦିପ୍ତି ସ୍ୱ।ଇଂ, ପୁଷ୍ପିତା ମହାପାତ୍ର,ସୋନିଆ ଶର୍ମା, ଶ୍ରୀନିଵାସ ରେଡି, ହରପ୍ରିୟା ଧଳ, ଆଲ୍ହାଦିନୀ ପରିଜା ପ୍ରମୁଖ ସାମିଲ ହୋଇଥିଲେ। ଓଡିଶା ସମାଚାର

About admin

Check Also

ପଟ୍ଟାମୁଣ୍ଡାଇ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ସ୍ନାନାଗାର ଓ ପାଇଖାନାକୁ ଭଙ୍ଗାଗଲେ ଯୁବ କଂଗ୍ରେସ ଆନ୍ଦୋଳାତ୍ମକ ପନ୍ଥା ଗ୍ରହଣ କରିବ

କେନ୍ଦ୍ରାପଡ଼ା,୨୫/୧୧/୨୦୨୧(ଓଡ଼ିଶା ସମାଚାର)-କେନ୍ଦ୍ରାପଡା ଜିଲ୍ଲାର ପଟ୍ଟାମୁଣ୍ଡାଇ ପୌରାଂଚଳ ଅଧିନ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ସ୍ନାନାଗାର ଓ ପାଇଖାନାକୁ ଭଙ୍ଗାଗଲେ ଯୁବ …

Leave a Reply

Your email address will not be published. Required fields are marked *