Sunday , October 1 2023
Home / ବିଶେଷ / ଓଡିଶା କନଷ୍ଟ୍ରକସନ ୱାର୍କର୍ସ ୟୁନିଅନ ପକ୍ଷରୁ ଜିଲ୍ଲା ଶ୍ରମ ଓ ପୂର୍ତ କାର୍ୟ୍ୟାଳୟ ଘେରାଉ

ଓଡିଶା କନଷ୍ଟ୍ରକସନ ୱାର୍କର୍ସ ୟୁନିଅନ ପକ୍ଷରୁ ଜିଲ୍ଲା ଶ୍ରମ ଓ ପୂର୍ତ କାର୍ୟ୍ୟାଳୟ ଘେରାଉ

କେନ୍ଦ୍ରାପଡ଼ା, ୯/୧୧/୨୦୨୧(ଓଡ଼ିଶା ସମାଚାର)- ଓଡିଶା କନଷ୍ଟ୍ରକସନ ୱାର୍କର୍ସ ୟୁନିଅନ କେନ୍ଦ୍ରାପଡା ଜିଲ୍ଲା କମିଟି ପକ୍ଷରୁ ମଙ୍ଗଳବାର ଜିଲ୍ଲା ଶ୍ରମ କାର୍ୟ୍ୟାଳୟ ଏବଂ ପୂର୍ତ ଡିଭିଜନ କାର୍ୟ୍ୟାଳୟ ଘେରାଉ କରାଯାଇ ବିଭାଗୀୟ ମୁଖ୍ୟଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । ପ୍ରକାଶ ଥାଉକି ଇଣ୍ଡିଆ ଇଞ୍ଜିନିଅର୍ସ ନାମକ ଏକ ଠିକାଦାର ସଂସ୍ଥାକୁ କେନ୍ଦ୍ରାପଡାର ଶ୍ୟାମଗୁଡିଆ ଠାରେ ଜିଲ୍ଲା ମେଡିକାଲର ମହିଳା ଓ ଶିଶୁ ବିଭାଗର ନୂତନ ଗୃହ ନିର୍ମାଣ ପାଇଁ ଦାୟୀତ୍ୱ ପ୍ରଦାନ କରାଯାଇଥିଲା । ଉକ୍ତ କମ୍ପାନୀ ୨୦୧୭ ମସିହାରୁ ନିର୍ମାଣ କାର୍ୟ୍ୟ କରୁଥିଲେ ମଧ୍ୟ ସମସ୍ତ ପ୍ରକାର ସରକାରୀ ନୀତି ନିୟମକୁ ଉଲ୍ଲଂଘନ କରି ଆସୁଅଛି । ଏ ସମ୍ପର୍କରେ ଜିଲ୍ଲା ଶ୍ରମ ବିଭାଗ ଓ ପୂର୍ତ ଡିଭିଜନର ମୁଖ୍ୟ ଅଧିକାରୀମାନେ ଅବଗତ ଥିଲେ ବି ଏହି ସଂସ୍ଥା ବିରୁଦ୍ଧରେ କୌଣସି କାର୍ୟ୍ୟାନୁଷ୍ଠାନ ଗ୍ରହଣ କରି ନାହାନ୍ତି । ଫଳରେ ଶ୍ରମିକମାନଙ୍କ ସୁରକ୍ଷା ପ୍ରତି ଏହି ସଂସ୍ଥା ସଂପୂର୍ଣ୍ଣ ଆଖି ବୁଜି ଦେଇଛି । ମହିଳା ଶ୍ରମିକମାନେ ସେଠାରେ କାମ କରୁଥିଲେ ମଧ୍ୟ ସେମାନଙ୍କ ଶିଶୁମାନଙ୍କ ପାଇଁ କ୍ରେଚ, ପିଇବା ପାଣି, ଶ୍ରମିକମାନଙ୍କ ପାଇଁ ସୁରକ୍ଷା ବେଲଟ, ମୁଣ୍ଡରେ ହେଲମେଟ ପ୍ରଭୃତି ନିମନ୍ତେ ବ୍ୟବସ୍ଥା କରାଯାଇନାହିଁ । ଏପରିକି ନିର୍ମାଣ ସ୍ଥାନରେ ନିୟମ ଅନୁଯଇ ଠିକାଦାରଙ୍କ ନାମ ଓ ନିର୍ମାଣ କାର୍ୟ୍ୟର ସବିଶେଷ ତଥ୍ୟ ସମ୍ପର୍କରେ କୈାଣସି ସୂଚନା ଫଳକ ମଧ୍ୟ ଲଗାଯାଇନାହିଁ । ଏସମ୍ପର୍କରେ ପୂର୍ବରୁ ବାରମ୍ବାର ଅଭିଯୋଗ କରାଯାଇଥିଲେ ମଧ୍ୟ ପ୍ରଶାସନ ସଂପୂର୍ଣ୍ଣ ଅଣଦେଖା କରିଛି । ଗତ ଜୁଲାଇମାସ ୧୮ତାରିଖରେ ମୟୁରଭଞ୍ଜରୁ ଆସିଥିବା ଦାଦନ ଶ୍ରମିକ ଜିତୁରାୟ ବେସ୍ରା କାମ କରୁଥିବା ବେଳେ ସେହି ବହୁତଳ ପ୍ରସାଦରୁ ଖସିପଡି ମୃତୁ୍ୟବରଣ କଲେ । ଏହା ସଂପୂର୍ଣ୍ଣ ଭାବେ ମନୁଷ୍ୟକୃତ ଦୂର୍ଘଟଣା । ବିଚରା ୪୧ବର୍ଷିୟ ଜିତୁରାୟ ବେସ୍ରାର ବାପା, ମା ଓ ପନôୀ ପୂର୍ବରୁ ମୃତୁ୍ୟବରଣ କରିଛନ୍ତି । ଅନୁସୂଚିତ ଜନଜାତି ବର୍ଗର ଜିତୁର ୪ଟି ପିଲା ଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣେ ସାବାଳକ ଅଟନ୍ତି । ଜିତୁ ଘରର ଏକମାତ୍ର ରୋଜଗାର କ୍ଷମ ବ୍ୟକ୍ତି ଥିଲେ । ନିୟମ ଅନୁଯାଇ ଜଣେ ନିର୍ମାଣ ଶ୍ରମିକ କାର୍ୟ୍ୟରତ ଥାଇ ମୃତୁ୍ୟ ବରଣ କଲେ ୧୪ଲକ୍ଷ ୨୦ହଜାର ଟଙ୍କା ସହାୟତା ପାଇବାକୁ ଥିବା ବେଳେ ଗତ ଜୁଲାଇମାସରୁ ଏପର୍ୟ୍ୟନ୍ତ ତାଙ୍କୁ କୈାଣସି ସହାୟତା ପ୍ରଦାନ କରାଯାଇନାହିଁ କିମ୍ବା କୈାଣସି ସରକାରୀ ଅଧିକାରୀ ତାଙ୍କ ପରିବାରକୁ ଭେଟି ନାହାନ୍ତି । ତେଣୁ ଜିତୁରାୟ ବେସ୍ରାର ପରିବାରକୁ ୨୦ଲକ୍ଷ ଟଙ୍କା କ୍ଷତିପୁରଣ ପ୍ରଦାନ ସହିତ ସଂପୃକ୍ତ ଠକାଦାର ସଂସ୍ଥାକୁ କଳା ତାଲିକା ଭୁକ୍ତ କରାଯିବା ଓ ଏହି ସଂସ୍ଥାର ମାଲିକଙ୍କୁ ତୁରନ୍ତ ଗିରଫ କରାଯିବା ପାଇଁ ଦୃଢ ଦାବି କରାଯାଇଛି । ଏହି ବିକ୍ଷୋଭରେ ଓଡିଶା କନଷ୍ଟ୍ରକସନ ୱାର୍କର୍ସ ୟୁନିଅନର ରାଜ୍ୟ ସମ୍ପାଦକ ଜଗତଜୀବନ ଦାଶ, ସି.ପି.ଆଇ.(ଏମ) ଜିଲ୍ଲା ସମ୍ପାଦକ ଗୟାଧର ଧଳ, ବରିଷ୍ଠ ନେତା ଉମେଶ ଚନ୍ଦ୍ର ସିଂହ, ସଂଗଠନର ସଭାପତି ଧନେଶ୍ୱର ରାଉତ, ସହସମ୍ପାଦକ ରମେଶ ମଲିକ, ବରିଷ୍ଠ ନେତା ମାଧବ ଦାସ, ମହେଶ୍ୱର ପରିଡା, ଅକ୍ଷୟ ତରାଇ, ପରମେଶ୍ୱର ସୁତାର, ନୃସିଂହ ତରାଇ, ଧୀବର ବେହେରା, ସୁଷମା ପଣ୍ଡା, ସ୍ନେହଲତା ଗାହାଣ, ଲକ୍ଷ୍ମୀ ପଣ୍ଡା, ନିରାକାର ସାହୁ, ଅଶୋକ ନାଥ, ମାନଗୋବିନ୍ଦ ତ୍ରିପାଠୀ, ବିଜୟ ସାହୁ, ବିନୟ ମଲିକ, ମଥୁରୀ ମଲିକ, ସୁରେନ୍ଦ୍ର ରାଉତରାୟ, ଦିପ୍ତିମୟୀ ବେହେରା, ଗଙ୍ଗାଧର ମଲିକ, ଶାରଦା ପ୍ରସାଦ ସାହୁ ପ୍ରମୁଖ ନେତୃତ୍ୱ ନେଇଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *