Monday , November 29 2021
Breaking News
Home / ପର୍ଯ୍ୟଟନ ଓ ସଂସ୍କୃତି / ଏଵର୍ଷ ଵି କଟକର ଐତିହାସିକ ମୁକ୍ତାକାଶ ବାଲିଯାତ୍ରା ବନ୍ଦ, କଟକିଆ ନିରାଶ

ଏଵର୍ଷ ଵି କଟକର ଐତିହାସିକ ମୁକ୍ତାକାଶ ବାଲିଯାତ୍ରା ବନ୍ଦ, କଟକିଆ ନିରାଶ

କଟକ ସଦର , ୯/୧୧/୨୦୨୧(ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା): ଗତ ବର୍ଷ କରୋନା ସଂକ୍ରମଣର ଭୟାଵହତାକୁ ଦୃଷ୍ଟିରେ ରଖି କଟକର ଐତିହାସିକ ମୁକ୍ତାକାଶ ବାଲିଯାତ୍ରାକୁ ବନ୍ଦ କରି ଦିଆଯାଇଥିଵା ଵେଳେ ଚଳିତବର୍ଷ ଏହାର ସଂକ୍ରମଣ କମି କମି ଆସିଛି। ଏଥିପାଇଁ ଏହି ଐତିହାସିକ ବାଲିଯାତ୍ରା ଚଳିତ ବର୍ଷ ହେଵ ଵୋଲି କଟକିଆ ଆଶା ରଖିଥିବା ଵେଳେ ଆଜି ମଙ୍ଗଳଵାର ଜିଲ୍ଲାପାଳ ଭଵାନୀଶଙ୍କର ଚୟନୀ ବାଲିଯାତ୍ରା ବନ୍ଦ ଵୋଲି ଘୋଷଣା କରିବା ପରେ ଦଶହରା, କାଳୀପୂଜା ଭଳି ସମସ୍ତ ଙ୍କୁ ନିରାଶ ହେବାକୁ ପଡ଼ିଛି। ସୂଚନାଯୋଗ୍ୟ ଯେ କାର୍ତ୍ତିକ ପୂର୍ଣ୍ଣିମା ଦିନରୁ କିମ୍ବଦନ୍ତୀ ଅନୁଯାୟୀ ଏହି ମୁକ୍ତାକାଶ ବାଲିଯାତ୍ରା ୭ ଦିନ ବ୍ୟାପି ଅନୁଷ୍ଠିତ ହେଉଥିବା ବେଳେ ଏଠାରେ ରାଜ୍ୟ ଓ ରାଜ୍ୟ ଵାହାରୁ ହଜାର ହଜାର ସରକାରୀ ଓ ବେସରକାରୀ ଵିପ୍ପଣୀମାନ ଖୋଲାଯାଇ ପ୍ରଚୁର ରୋଜଗାର ହୋଇଥାଏ।ସେଥିରେ ପ୍ରତିଦିନ ମୁକ୍ତାକାଶ ରଙ୍ଗମଞ୍ଚରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମାନ ମଧ୍ୟ ଅନୁଷ୍ଠିତ ହୋଇଥାଏ। ସେଥିପାଇଁ ଏଠାରେ ଅସମ୍ଭବ ଜନସମାଗମ ହୋଇଥାଏ।କରୋନା କମିଥିଲେ ମଧ୍ୟ ଅସମ୍ଭବ ଭିଡକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ବାଲିଯାତ୍ରାକୁ ଚଳିତବର୍ଷ ଗତବର୍ଷ ଭଳି ବନ୍ଦ କରିଵାକୁ ବାଧ୍ୟ ହୋଇଛନ୍ତି। ଓଡ଼ିଶା ସମାଚାର

About admin

Check Also

ସରକାରୀ ଭାଵେ ଚାଞ୍ଚପଡା ଆଦର୍ଶ ଗ୍ରାମ ଘୋଷିତ

କଟକ ସଦର, ୨୯/୧୧/୨୦୨୧(ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା):କଟକ ସଦର ବ୍ଲକ ଅନ୍ତର୍ଗତ ଵାରଦା ଗ୍ରାମ ପଞ୍ଚାୟତର ଚାଞ୍ଚପଡା ଗ୍ରାମକୁ ସରକାରୀ …

Leave a Reply

Your email address will not be published. Required fields are marked *