Tuesday , June 6 2023
Breaking News
Home / ବିଶେଷ / ଇନ୍ଦ୍ରାବତୀ ଦକ୍ଷିଣ କେନାଲ ପାଣି ରେ ବୁଡି – ଜଣେ ମୃତ  ଦୁଇ ଗୁରୁତର

ଇନ୍ଦ୍ରାବତୀ ଦକ୍ଷିଣ କେନାଲ ପାଣି ରେ ବୁଡି – ଜଣେ ମୃତ  ଦୁଇ ଗୁରୁତର

କଲହାଣ୍ଡି ,୦୯/୧୧/୨୧ (ଓଡିଶା ସମାଚର  /ସଂଜୟ ସିଂହ)- କଲହାଣ୍ଡି ଜିଲା କଲମପୁର ବ୍ଲକ ଅନ୍ତର୍ଗତ ପଣ୍ଡି ଗାଁ ନିକଟସ୍ଥ ଇନ୍ଦ୍ରାବତୀ ଦକ୍ଷିଣ କେନାଲ ଠାରରେ ଅଭାବନିୟ ଘଟଣା ଦେଖିବାକୁ ମିଳିଛି । ସୂଚନା ଅନୁସାରେ ଗତ ସୋମବାର ସନ୍ଧ୍ୟା ପ୍ରାୟ୬ ଘଣ୍ଟା ସମୟରେ , ପଣ୍ଡିଗାଁର ତପୁ ମାଝୀ, ଜୟ ମାଝୀ ଓ ତାପସ ମାଝୀ ପ୍ରମୁଖ ତିନି ଯୁବକ  କେନାଲ କଡରେ ଏକ ପଥର ଚଟାଣ ଉପରେ ବସି ଗପସପ କରୁଥିଲେ। ହଠାତ୍‍ ଏହି ସମୟରେ ସେମାନଙ୍କ ମଧ୍ୟରୁ ଜଣେ ଯୁବକ    କେନାଲ ପାଣି ଭିତରେ ଖସି ପଡି ଯାଇଥିଲେ। କେନାଲରେ ପ୍ରାୟ ୧୫ଫୁଟ ପାଣି ରହିଥିଲା। ସେହି ଯୁବକଙ୍କୁ ଉଦ୍ଧାର କରିବା ପାଇଁ ଅନ୍ୟ ଦୁଇ ଯୁବକ ମଧ୍ୟ କେନାଲକୁ ଡେଇଁଥିଲେ। ସେମାନଙ୍କ ମଧ୍ୟରୁ ଜୟ ସୁରକ୍ଷିତ ଭାବେ କେନାଲ କୂଳରେ ଲାଗି ସୁରକ୍ଷିତ ରହିଥିବା ବେଳେ କିଛି ଲୋକଙ୍କ ସହାୟତାରେ ଗୁରୁତର ଅବସ୍ଥାରେ ତାପସଙ୍କୁ ଉଦ୍ଧାର କରାଯାଇଥିଲା। ଆମ୍ବୁଲାନ୍ସ ସେବା ଉପଲବ୍ଧି ନ ଥିବାରୁ ଏକ ଅଟୋ ଯୋଗେ ତାପସଙ୍କୁ କଲମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରାଯାଇଥିଲା। ଏବେ ତାଙ୍କ ଅବସ୍ଥା ସ୍ୱାଭାବିକ ଥିବା ବେଳେ। ରାତି ତମାମ କଲମପୁର ଅଗ୍ନିଶମ ବାହିନୀର ସହାୟତାରେ ଖୋଜିଥିଲେ ମଧ୍ୟ ତପୁଙ୍କର କୌଣସି ସନ୍ଧାନ ମିଳି ନ ଥିଲା। ତୁରନ୍ତ ଇନ୍ଦ୍ରାବତୀ ଦକ୍ଷିଣ ମୁଖ୍ୟ କେନାଲର ପାଣି ବନ୍ଦ କରିବାକୁ ଅନୁରୋଧ କରାଯାଇଥିଲା। ପାଣି ସ୍ରୋତ କମିବା ପରେ ମଙ୍ଗଳବାର ସକାଳେ ନିଖୋଜ ଯୁବକ ତପୁଙ୍କର ମୃତଦେହ ଏକ ପଥରରେ ଲାଖି ରହିଥିବା ଦେଖିବାକୁ ମିଳିଥିଲା। ଅଗ୍ନୀଶମ ବାହିନୀର ସହାୟତାରେ ପରିବାର ଲୋକ ମୃତଦେହ ଉଦ୍ଧାର କରିଥିଲେ। ଏନେଇ ସୂଚନା ପାଇବା ପରେ କଲମପୁର ପୁଲିସ ଫାଣ୍ଡି ଅଧିକାରୀ ଅଶୋକ କୁମାର ପ୍ରଧାନ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ଜୟପାଟଣା ଚିକିତ୍ସାଲୟ କୁ ସ୍ଥାନାନ୍ତର କରାଯାଇଛି। ୨୦ ବର୍ଷିୟ ତପୁ ମାଝୀ ବାପା ମାଆଙ୍କ ଏକମାତ୍ର ପୁଅ। ସେ ଗତ ଦୁଇ ଦିନ ତଳେ ଗାଁ କୁ ଆସିଥିଲା। ପୂର୍ବରୁ ସେ ରାଜ୍ୟ ବାହାରେ ରହି କାମ କରୁଥିଲେ।ଓଡିଶା ସମାଚର

Leave a Reply

Your email address will not be published.