Friday , September 29 2023
Breaking News
Home / ବିଶେଷ / ଆଇଜିଆର୍ ଭାଵେ ନୂତନ କାର୍ଯ୍ୟଭାର ଗ୍ରହଣ କଲେ ଜୈ।ତିପ୍ରକାଶ ଦାସ

ଆଇଜିଆର୍ ଭାଵେ ନୂତନ କାର୍ଯ୍ୟଭାର ଗ୍ରହଣ କଲେ ଜୈ।ତିପ୍ରକାଶ ଦାସ

ଜମିଜମା ପଞ୍ଜିକରଣ ସରଳୀକରଣ ପ୍ରକ୍ରିୟା ତ୍ୱରାନ୍ୱିତ କରିଵାକୁ ଗୁରୁତ୍ୱ।ରୋପ

କଟକ ସଦର, ୯/୧୧/୨୦୨୧(ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା): କଟକ ସଦର ଵ୍ଲକର ପୂର୍ଵତନ ଵିଡିଓ,ପୂର୍ଵତନ କଟକ ସଦର ଉପଜିଲ୍ଲାପାଳ,ପୂର୍ଵତନ ପୁରୀ ଜିଲ୍ଲାପାଳ ତଥା ଜଗତସିଂହପୁର ଜିଲ୍ଲା ବାଲିକୁଦା ଅଞ୍ଚଳର ବରିଷ୍ଠ ଓଏଏସ୍ ଅଧିକାରୀ ଜୈ।ତିପ୍ରକାଶ ଦାସ କଟକ ରାଜସ୍ୱ ପରିଷଦ ସ୍ଥିତ ରାଜ୍ୟ ନିଵନ୍ଧନ ମହାନିରୀକ୍ଷକଙ୍କ କାର୍ଯ୍ୟାଳୟରେ ନିଵନ୍ଧନ ମହାନିରୀକ୍ଷକ( ଆଇଜିଆର୍) ଭାଵେ ନୂତନ ଦାୟିତ୍ବ ଗ୍ରହଣ କରିଛନ୍ତି। ଜନସାଧାରଣ ଏଣିକି ଘରେ ଭସି ବୈଦ୍ୟୁତିକ ପଦ୍ଧତିରେ ଆଇଜିଆର ପୋର୍ଟାଲ ଏବଂ ଓଡ଼ିଶା ଟ୍ରଜେରୀ ପୋର୍ଟାଲ ମାଧ୍ୟମରେ ସମ୍ପତ୍ତି ହସ୍ତାନ୍ତର ତଥା ଜମିଜମା ଵିକ୍ରି-ଖର୍ଦି ପଞ୍ଜିକରଣ କାର୍ଯ୍ୟ କରିପାରିଵେ ଵୋଲି ନୂତନ ଆଇଜିଆର ଶ୍ରୀ ଦାସ ପ୍ରକ୍ରିୟା ତ୍ୱରାନ୍ୱିତ ଉପରେ ଗୁରୁତ୍ୱ ଦିଆଯାଉଛି ବୋଲି କହିଥିଲେ। ଏଥିପାଇଁ ଜନସାଧାରଣ ଙ୍କୁ ଅନ୍ୟ କୈାଣସି ବ୍ୟକ୍ତିବିଶେଷ ଥାର୍ଡ ମ୍ୟାନଙ୍କ ଉପରେ ନିର୍ଭର କରି ଅଯଥାରେ ହଇରାଣ ହରକତ ହେଵାକୁ ପଡିଵ ନାହିଁ। ଜନସାଧାରଣଙ୍କ ପାଇଁ ଉଦ୍ଦିଷ୍ଟ ଜମିଜମା ସମ୍ପର୍କିତ ସମସ୍ତ ବ୍ୟବସ୍ଥା ଓ ସେଵା ଵିଷୟରେ ସବିଶେଷ ତଥ୍ୟ ହାସଲ ନିମନ୍ତେ ହେଲ୍ପ-ଡେସ୍କ ଲାଇନ୍ ନମ୍ଵର ୭୮୯୪୪୩୮୨୦୨,୭୮୯୪୪୩୮୨୨୦କ କୁ ଜନସାଧାରଣ ସଦୂପଯୋଗ କରିପାରିବେ ଵୋଲି କାର୍ଯାଳୟ ପକ୍ଷରୁ କୁହାଯାଇଛି। ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *