ତାରପୁର, ୮/୧୧/୨୦୨୧(ଓଡ଼ିଶା ସମାଚାର)-ରଘୁନାଥପୁର ବ୍ଲକ୍ ବିଜେପି ପକ୍ଷରୁ ଆଜି ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ପଂଚାୟତିରାଜ, ଆଇନ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ,ରାଜ୍ୟ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ କୁଶ ପୁତଳିକା ରେ ଅଗ୍ନୀ ସଂଯୋଗ କରି ଦାହ କରାଯାଇଛି । ସୂଚନା ଯେଗ୍ୟ କି କଳାହାଣ୍ଡି ଜିଲା ମହାଲିଙ୍ଗ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ହତ୍ୟାକାଣ୍ଡରେ ମନ୍ତ୍ରୀ ଦିବ୍ୟ ଶଙ୍କର ଦାସ ଙ୍କ ସମ୍ପୃକ୍ତି ଅଭିଯୋଗରେ ଏକମାସ ବିତିଯାଇଥିଲେ ମଧ୍ୟ ମନ୍ତ୍ରୀ ଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ । ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କ ଇସ୍ତଫା ଦାବି କରି ବିଜେପି ର କର୍ମୀମାନେ ଏକ ଶୋଭାଯାତ୍ରାରେ ଆସି ରାଜ୍ୟ ସରକାରଙ୍କ ବିରୁଦ୍ଧରେ ସ୍ଲୋଗାନ ଦେବା ସହିତ ମୁଖ୍ୟମନ୍ତ୍ରୀ, ଆଇନ ମନ୍ତ୍ରୀ ଓ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ କୁଶ ପୁତଳିକା ଦହ କରିଥିଲେ । ବିଜେପି କର୍ମୀ ମାନଙ୍କ ମଧ୍ୟରେ ରଘୁନାଥପୁର ଜୋନ୍ ୧ ଜିଲାପରିଷଦ ସଭ୍ୟ ଅଶୋକ କୁମାର ମହାରଣା, ଜଇପୁର ମଣ୍ଡଳ ସଭାପତି ସୁଶାନ୍ତ ମହାନ୍ତି, ଜିଲା କାର୍ଯ୍ୟକାରିଣୀ ସଦସ୍ୟ ଅଶୋକ ନାୟକ, ଜିଲା ଯୁବ ମୋର୍ଚା ଉପସଭାପତି ଜଗନ୍ନାଥ ବାରିକ, ପ୍ରଭଂଜନ ମଲିକ, ପ୍ରକାଶ ଦଳେଇ, ବନୋଜ ନାୟକ, ପ୍ରେମାନନ୍ଦ ମହାପାତ୍ର, ଲିଙ୍ଗରାଜ ବାରିକ, ବାପି ସିଂ, ନବ କିଶୋର ନାୟକ, ସୁବାସ ମହାରଣା,ହିମାଂଶୁ ଜେନା , ଲୋଭେନ୍ଦୁ ମିଶ୍ର, ସତ୍ୟବ୍ରତ ପଣ୍ଡା ପ୍ରମୁଖ ସାମିଲ ଥିଲେ । ଓଡ଼ିଶା ସମାଚାର
