Wednesday , October 4 2023
Breaking News
Home / ରାଜନୀତି / ମମିତା ମେହେର ହତ୍ୟା ମାମଲାରେ କଟକ ସଦର ଵିଜେପି ପକ୍ଷରୁ କିଶନନଗର ଠାରେ ମୂଖ୍ୟମନ୍ତ୍ରୀଙ୍କୁ ସାମାଜିକ ବାସନ୍ଦ  ସହ କୁଶପୁତ୍ତଳିକା ଦାହ

ମମିତା ମେହେର ହତ୍ୟା ମାମଲାରେ କଟକ ସଦର ଵିଜେପି ପକ୍ଷରୁ କିଶନନଗର ଠାରେ ମୂଖ୍ୟମନ୍ତ୍ରୀଙ୍କୁ ସାମାଜିକ ବାସନ୍ଦ  ସହ କୁଶପୁତ୍ତଳିକା ଦାହ

କଟକ ସଦର, ୮/୧୧/୨୦୨୧(ଓଡ଼ିଶା ସମାଚାର/ଵିଷ୍ଣୁ ବେହେରା): ରାଜ୍ୟରେ ଲାଗିରହିଥିବା ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟାକାଣ୍ଡରେ ନିରବଦ୍ରଷ୍ଟା ସାଜିଥିଵା ମୂଖ୍ୟମନ୍ତ୍ରୀ ନଵୀନ ପଟ୍ଟନାୟକଙ୍କୁ ସାମାଜିକ ବାସନ୍ଦ ସହ ତାଙ୍କର କୁଶପୁତ୍ତଳିକା ଦାହ ସାଙ୍ଗକୁ ଆଜି ସୋମବାର କିଶନନଗର ତହସିଲ ସମୁଖ ଵଜାର ଠାରେ ଏଥିରେ ସଂପୃକ୍ତ ଆଇନ୍ ମନ୍ତ୍ରୀ ପ୍ରତାପ ଜେନା ଓ ଗୃହ ରାଷ୍ଟ୍ରମନ୍ତ୍ରୀ ଦିଵ୍ୟଶଙ୍କର ମିଶ୍ରଙ୍କର କୁଶପୁତ୍ତଳିକା ଦାହ କଟକ ସଦର ଵିଜେପି ପକ୍ଷରୁ କରାଯାଇଥିବା ଜଣାଯାଇଛି।ଏହି ଅଵସରେ ରାଜ୍ୟ ବିଜେପି କୃଷକ ମୋର୍ଚ୍ଚା ଉପସଭାପତି ହୃଷିକେଶ ଜେନାଙ୍କ ସଭାପତିତ୍ବରେ ଆୟୋଜିତ ପ୍ରତିଵାଦ ସଭାରେ ସଦର ଵିଜେପି ନେତା ଦିଲ୍ଲିପ ମଲ୍ଲିକ, ରାଜ୍ୟ ଓଵିସି ମୋର୍ଚ୍ଚା ଅଧ୍ୟକ୍ଷ ସୁରଥ ବିଶ୍ୱାଳ,ପୂର୍ଵତନ କର୍ପୋରେଟର କୈଳାସ ଵସ୍ତିଆ,ଗୋକୁଳ ପ୍ରଧାନ ପ୍ରମୁଖ ମମିତା ମେହେରଙ୍କୁ ନ୍ୟାୟ ନମିଳିଵା ପର୍ଯ୍ୟନ୍ତ ଵିଜେପି ଅହରହ ଆନ୍ଦୋଳନ ଚଳାଇ ସରକାରଙ୍କୁ ଶୁଆଇ ଦେଵ ନାହିଁ ବୋଲି ଭାଷଣରେ କହିଥିଲେ।ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଚିତ୍ତରଞ୍ଜନ ସାହୁ,ଆଲୋକ ମହାନ୍ତି,ନିର୍ମଳ ଦାଶ, ସୁଧାଂଶୁ ପଣ୍ଡା,ପିୟୁସ ପରିଡା,ଅଭୟ ସ୍ୱ।ଇଂ,ରଞ୍ଜନ ନନ୍ଦ,ପ୍ରମୋଦ ଓଝା,ପ୍ରଦୀପ ବେହେରା,ନିରଞ୍ଜନ ଵେହେରା,ସଵିତା ଦାଶ,ସୋନିଆ ନନ୍ଦ,ଚନ୍ଦ୍ରଶେଖର ମଲିକ, ଯୋଗେନ୍ଦ୍ର ଭୋଇ, ବିଶ୍ୱନାଥ ଵସ୍ତିଆ ପ୍ରମୁଖ ଶତାଧିକ କର୍ମୀ ଓ କାର୍ଯ୍ୟକର୍ତ୍ତା ସାମିଲ ହୋଇଥିଲେ। ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *