ଗରଦପୁର, ୮/୧୧/୨୦୨୧(ଓଡ଼ିଶା ସମାଚାର)-ପୂର୍ବତନ ମନ୍ତ୍ରୀ ତଥା ପାଟକୁରାର ପୂର୍ବତନ ବିଧାୟକ ସ୍ୱର୍ଗତ ବେଦ ପ୍ରକାଶ ଅଗ୍ରୱାଲ ଓ ସ୍ୱର୍ଗତ ଶୁକଦେବ ଙ୍କ ସ୍ମୃତି ରେ ଆଜି ଗରଦପୁର ବ୍ଲକ୍ ଅନ୍ତର୍ଗତ କଳାବୁଦା ପଂଚାୟତ କାର୍ଯ୍ୟାଳୟରେ ଅନୁଷ୍ଠିତ ରକ୍ତଦାନ ଶିବିରରେ ୮୬ ୟୁନିଟ ରକ୍ତ ସଂଗ୍ରହ ହୋଇଛି । ବେଦପ୍ରକାଶ ଅଗ୍ରୱାଲ ସ୍ମୃତି ପରିଷଦ ଆନୁକୂଲ୍ୟରେ ଆୟୋଜିତ ଶିବିରକୁ ସ୍ମୃତି ପରିଷଦ ର ଅଧ୍ୟକ୍ଷ ତଥା ବିଜେଡ଼ି ରାଜ୍ୟ କାର୍ଯ୍ୟକରିଣୀ ସଦସ୍ୟା , ବେଦୁ ବାବୁଙ୍କ ସୁକନ୍ୟା ଆଡ଼ଭୋକେଟ ମଧୁମତୀ ଅଗ୍ରୱାଲା ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ସ୍ୱର୍ଗତ ବେଦୁ ବାବୁଙ୍କ ୮୬ ବର୍ଷ ଉପକ୍ଷେ ଏବଂ ସ୍ଥାନୀୟ ସରପଂଚ ତଥା ନୀରନ୍ତର ରକ୍ତଦାତା ପ୍ରକାଶ ଚନ୍ଦ୍ର ସାହୁ ଙ୍କ ପିତା ସ୍ୱର୍ଗତ ଶୁକଦେବ ଙ୍କ ୧ମ ଶ୍ରାଦ୍ଧ ବାର୍ଷିକୀ ଉପଲକ୍ଷେ ଏହି ଶିବିର ଅନୁଷ୍ଠିତ ହୋଇଥିଲା ।
କେନ୍ଦ୍ରାପଡ଼ା ବିଜୁ ଯୁବ ଜନତା ଦଳ ସଭାପତି ରାଜେସ ଦାସ ଙ୍କ ନେତୃତ୍ୱରେ ଗରଦପୁର ବ୍ଲକ୍ ର ବିଭିନ୍ନ ଗ୍ରାମରୁ ସ୍ୱେଛାସେବୀମାନେ ପହଂଚି ସ୍ୱେଛାକୃତ ରକ୍ତଦାନ କରିଥିଲେ । କଟକ ଏସସିବି ମେଡ଼ିକାଲ ର ଟେକନିସିଆନମାନେ ରକ୍ତ ସଂଗ୍ରହ କରିଥିଲେ । ଏହି କାର୍ଯ୍ୟକ୍ରମରେ ପରିଷଦର କାର୍ଯ୍ୟକର୍ତା ସର୍ବଶ୍ରୀ ପ୍ରହଲାଦ ସାହୁ, ଅଶୋକ କୁମାର ଜେନା, ଦିଲିପ କୁମାର ସେଠୀ,ରଂଜିତ କୁମାର ପଣ୍ଡା, ସାରଦା ସାମନ୍ତରାୟ,ନବଘନ ନାୟକ,ଶୈଳେନ୍ଦ୍ର କୁମାର ମହାନ୍ତି,ନରୋତମ ପରିଡ଼ା,ସରୋଜକାନ୍ତ ନାୟକ,ଆଲୋକ କୁମାର ମାହାଳୀ ପ୍ରମୁଖ ସହଯୋଗ କରିଥିଲେ । ଓଡ଼ିଶା ସମାଚାର