ତାରପୁର, ୮/୧୧/୨୦୨୧(ଓଡ଼ିଶା ସମାଚାର)-ଜଗତସିଂହପୁର ଜିଲାପାଳ ତାରୁଲ ପଟୱାରୀ ଆଜି ରଘୁନାଥପୁର ବ୍ଲକ୍ ଗସ୍ତ କରି ବିଭିନ୍ନ ଉନ୍ନୟନ କାର୍ଯ୍ୟର ତଦାରଖ କରିଛନ୍ତି । ଜିଲାପାଳ ପ୍ରଥମେ ରଘୁନାଥପୁର ବ୍ଲକ୍ ରେ ପହଂଚିବା ପରେ ବ୍ଲକ୍ ର ବିଭିନ୍ନ ଉନ୍ନୟନ କାର୍ଯ୍ୟ ବିଷୟରେ ବିଡ଼ିଓ ଜିତେନ୍ଦ୍ର କୁମାର ନାୟକ ଙ୍କ ଠାରୁ ପଚାରି ବୁଝିଥିଲେ । ଏହାପରେ ରଘୁନାଥପୁର ବ୍ଲକ୍ ର ବିଭିନ୍ନ ପଂଚାୟତ ଗସ୍ତ କରି ବିଭିନ୍ନ ସ୍ଥାନରେ ନିର୍ମାଣାଧିନ ଥିବା ଉନନୟନ କାର୍ଯ୍ୟ ବୁଲି ଦେଖିବା ସହିତ ଚାଲୁ ରହିଥିବା କାର୍ଯ୍ୟ ଗୁଡ଼ିକୁ ତୁରନ୍ତ ସାରିବା ପାଇଁ ବ୍ଲକ୍ ପ୍ରଶାସନକୁ ନିର୍ଦ୍ଧେଶ ଦେଇଥିଲେ । ଏହି ଗସ୍ତ କାର୍ଯ୍ୟକ୍ରମରେ ବିଡ଼ିଓ ଶ୍ରୀ ନାୟକ ଙ୍କ ସମେତ ଏବିଡ଼ିଓ ଅଶୋକ କୁମାର ମହାନ୍ତି,ବ୍ଲ୍କ୍ ସହକାରୀ ଯନ୍ତ୍ରୀ ଅମିୟଚାନ୍ଦ ମଲିକ୍ ପ୍ରମୁଖ ସାମିଲ ଥିଲେ । ଓଡ଼ିଶା ସମାଚାର
