ଗରଦପୁର, ୮/୧୧/୨୦୨୧(ଓଡ଼ିଶା ସମାଚାର)-ମମିତା ମେହେର ହତ୍ୟା କାଣ୍ଡ ପ୍ରତିବାଦରେ ବିଜେଡ଼ି ଦଳ ବିରୁଦ୍ଧରେ ସାରା ରାଜ୍ୟରେ ବ୍ଲକ୍ ସମ୍ମୁଖରେ ପ୍ରତିବାଦ ଦିବସ ପାଳନ କରିବା ପାଇଁ ବିଜେପି ଦଳ ତରଫରୁ ସମସ୍ତ କାର୍ଯ୍ୟକର୍ତାଙ୍କୁ ଆହ୍ୱାନ ଦିଆଯାଇଥିଲା । ହେଲେ ଗରଦପୁର ବ୍ଲକ୍ ସମ୍ମୁଖରେ ଆଜି ବିଜେପି ଦଳ ତରଫରୁ କୌଣସି ପ୍ରତିବାଦ କାର୍ଯ୍ୟକ୍ରମ କରାଯାଇନଥିଲା । ବ୍ଲକ୍ ଫାଟକ ସମ୍ମୁଖରେ ପୋଲିସ ଉପସ୍ଥିତ ରହିଥିଲେ । ଫାଟକ ବନ୍ଦ ରହିଥିଲା । ବ୍ଲକ୍ କର୍ମଚାରୀଙ୍କ ବ୍ୟତିତ ଅନ୍ୟ କାହାରିକୁ ବ୍ଲକ୍ କାର୍ଯ୍ୟାଳୟ ମଧ୍ୟକୁ ପ୍ରବେଶ କରିବାକୁ ଦିଆଯାଇନଥିଲା । ବରିଷ୍ଠ ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ରଙ୍କ ଏହା ନିଜ ବ୍ଲକ ହୋଇଥିବାରୁ ଏବଂ ଏହି ବ୍ଲକ୍ ରେ ଦଳର ଦୁଇ ଜଣ ନିର୍ବାଚିତ ଜିଲା ପରିଷଦ ସଦସ୍ୟ ଓ ୫ ରୁ ଅଧିକ ସରପଂଚ ଙ୍କ ସମେତ ଦଳୀୟ କର୍ମକର୍ତା ଥିଲେ ମଧ୍ୟ ଆଜି କୌଣସି ଦଳିୟ କାର୍ଯ୍ୟକ୍ରମ ହୋଇନଥିଲା । ଓଡ଼ିଶା ସମାଚାର