ପୁରୀ, ୭/୧୧/୨୦୨୧(ଓଡ଼ିଶା ସମାଚାର)- ପୁରୀ ଜିଲ୍ଲା ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ ଅନ୍ତର୍ଗତ ସାତପଡା ନାଥପୁରରେ ବୋମାମାଡ ହୋଇଥିବା ଜଣାପଡିଛି । ୨ ସାହି ମଧ୍ୟରେ ଗଣ୍ଡଗୋଳକୁ ନେଇ ୪୦ ରୁ ଅଧିକ ବୋମା ମାଡ ହୋଇଥିବା ସୂଚନା ମିଳିଛି । ବୋମା ମାଡରେ ଆହତ ୩ ଜଣ ଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ସୂଚନା ଅନୁଯାୟୀ, ନାଥପୁରର ୨ ସାହି ମଧ୍ୟରେ ଦୀର୍ଘ ଦିନହେଲା ଜମି ଜବରଦଖଲକୁ ନେଇ ବିବାଦ ଲାଗି ରହିଥିଲା । ତେବେ ବୁଝାମଣା ମାଧ୍ୟମରେ ଏହାର ସମାଧାନ କରିବାକୁ ଉଭୟ ସାହିର ଲୋକମାନ ବୈଠକ କରିଥିଲେ । ଉକ୍ତ ବୈଠକରେ କଥା କଟାକଟି ପରେ ବୋମା ମାଡ କରିଥିଲେ କିଛି ବ୍ୟକ୍ତି । ଯାହା ଫଳରେ ୩ ଜଣ ଆହତ ହୋଇଛନ୍ତି ।
ବୋମାମାଡ଼ ଘଟଣା ସଂପର୍କରେ ଖବର ପାଇ ୨ଜଣ ଅତିରିକ୍ତ ଏସପି, ଏସଡ଼ିପିଓ, ୨ ଥାନା ଅଧିକାରୀ ଓ ୫ ପ୍ଲାଟୁନ୍ ପୋଲିସ ଫୋର୍ସ ଘଟଣାସ୍ଥଳରେ ପହଂଚିଥିଲେ ମଧ୍ୟ ବୋମା ମାଡ଼ ବନ୍ଦ ହୋଇନାହିଁ । ଓଡ଼ିଶା ସମାଚାର