ପୁରୀ, ୭/୧୧/୨୦୨୧(ଓଡ଼ିଶା ସମାଚାର)- ପୁରୀ ଜିଲ୍ଲା ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ ଅନ୍ତର୍ଗତ ସାତପଡା ନାଥପୁରରେ ବୋମାମାଡ ହୋଇଥିବା ଜଣାପଡିଛି । ୨ ସାହି ମଧ୍ୟରେ ଗଣ୍ଡଗୋଳକୁ ନେଇ ୪୦ ରୁ ଅଧିକ ବୋମା ମାଡ ହୋଇଥିବା ସୂଚନା ମିଳିଛି । ବୋମା ମାଡରେ ଜଣେ ଆହତ ହେବା ସହିତ ୩୦ ଟି ଚାଳଘର ନିଆଁ ଲଗିଛି ଆହତ ଙ୍କୁ ପୁରୀ ଜିଲା ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ସୂଚନା ଅନୁଯାୟୀ, ନାଥପୁରର ୨ ସାହି ମଧ୍ୟରେ ଦୀର୍ଘ ଦିନହେଲା ଜମି ଜବରଦଖଲକୁ ନେଇ ବିବାଦ ଲାଗି ରହିଥିଲା । ତେବେ ବୁଝାମଣା ମାଧ୍ୟମରେ ଏହାର ସମାଧାନ କରିବାକୁ ଉଭୟ ସାହିର ଲୋକମାନ ବୈଠକ କରିଥିଲେ । ଉକ୍ତ ବୈଠକରେ କଥା କଟାକଟି ପରେ ସିରିଜ୍ ବୋମା ମାଡ ହୋଇଛି । ଘଟଣା ସଂପର୍କରେ ଖବର ପାଇ ୨ଜଣ ଅତିରିକ୍ତ ଏସପି, ମାଚିଷ୍ଟ୍ରେଟ୍ , ଏସଡ଼ିପିଓ, ୨ ଥାନା ଅଧିକାରୀ ଓ ୭ ପ୍ଲାଟୁନ୍ ପୋଲିସ ଫୋର୍ସ ଓ ଅଗ୍ନୀଶମ ବାହିନୀ ଘଟଣାସ୍ଥଳରେ ପହଂଚିଥିଲେ ମଧ୍ୟ ବୋମା ମାଡ଼ ବନ୍ଦ ହୋଇନାହିଁ । ପୋଲିସ ଲାଠିଚାର୍ଯ କରିବା ଫଳରେ କିଛି ପରିମାଣରେ ଉତେଜନା ହ୍ରାସ ପାଇଛି । ଜଳୁଥିବା ଘର ଗୁଡ଼ିକୁ ଲିଭାଇବା କାର୍ଯ୍ୟ ଆରମ୍ଭ ହୋଇଛି । ଓଡ଼ିଶା ସମାଚାର