Monday , November 29 2021
Breaking News
Home / ଶିକ୍ଷା / ୟୁଥ ରେଡକ୍ରସ ସ୍ୱେଚ୍ଛାସେବୀ ପ୍ରାଥମିକ ଚିକିତ୍ସା,ସଡକସୁରକ୍ଷା ଶିଖିଲେ

ୟୁଥ ରେଡକ୍ରସ ସ୍ୱେଚ୍ଛାସେବୀ ପ୍ରାଥମିକ ଚିକିତ୍ସା,ସଡକସୁରକ୍ଷା ଶିଖିଲେ

ଭୁବନ,୭/୧୧/୨୦୨୧(ଓଡ଼ିଶା ସମାଚାର)- ଭୁବନ ମହିଳା ମହାବିଦ୍ୟାଳୟରେ ଢେଙ୍କାନାଳ ଜିଲ୍ଲାର ଯୁବ ରେଡକ୍ରସ ଆନୁକୂଲ୍ୟରେ ଗତକାଲି ଠାରୁ ଆରମ୍ଭ ହୋଇଥିବା ତିନିଦିନିଆ କ୍ଲଷ୍ଟରସ୍ତରୀୟ କର୍ମଶାଳା ର ଆଜି ଦ୍ୱିତୀୟ ଦିବସ ପ୍ରାତଃ ସମୟରେ ସ୍ୱେଚ୍ଛାସେବୀମାନେ ମହାବିଦ୍ୟାଳୟ ପରିସରରେ ସଫେଇ କାର୍ଯ୍ୟ କରିଥିଲୋ ପରେ ପ୍ରଥମ ଅଧିବେଶନରେ ଭୁବନ ଥାନାଧିକାରୀ ପ୍ରଶାନ୍ତ କୁମାର ପାତ୍ର ସଡକ ସୁରକ୍ଷା ସଂପର୍କରେ ବିସ୍ତୃତଭାବେ ସୂଚନା ଦେଇଥିଲେ । ଦ୍ୱିତୀୟ ଅଧିବେଶନରେ ରାଜ୍ୟପାଳ ପୁରସ୍କାରପ୍ରାପ୍ତ ସ୍ୱେଚ୍ଛାସେବୀ ଅକ୍ଷୟ କୁମାର ଯେନା ପ୍ରାଥମିକ ଚିକିତ୍ସାର ଆବଶ୍ୟକତା ଓ ଚିକିତ୍ସା ପଦ୍ଧତି ସଂପର୍କରେ ପ୍ରଶିକ୍ଷଣ ପ୍ରଦାନ କରିଥିଲେ । ପରେ ସ୍ୱେଚ୍ଛାସେବୀ ମାନଙ୍କ ମଧ୍ୟରେ ସାଧାରଣଜ୍ଞାନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ମହିଳା ମହାବିଦ୍ୟାଳୟ ଅଧ୍ୟକ୍ଷ ଦିଲ୍ଲୀପ କୁମାର ଦାସ ଙ୍କ ତତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମକୁ ୟୁଥ ରେଡକ୍ରସ କାଉନସେଲର ଅଧ୍ୟାପିକା ଅନୁପମା ମିଶ୍ର,ଅଧ୍ୟାପିକା ନମିତା ଦ୍ୱିବେଦୀ,ଅଧ୍ୟାପକ ନିରଂଜନ ନାୟକ ପରିଚାଳନାକରିଥିଲେ । ଓଡ଼ିଶା ସମାଚାର

About admin

Check Also

ମହେଶ୍ୱର ସରକାରୀ ଉଚ୍ଚ ବିଦ୍ୟାଳୟ ରେ ୭୪ତମ ସମର ଶିକ୍ଷାର୍ଥୀ ବାହିନୀ ଦିବସ ପାଳିତ  

ରଘୁନାଥପୁର,୨୮/୧୧/୨୦୨୧(ଓଡ଼ିଶା ସମାଚାର)- ରଘୁନାଥପୁର ବ୍ଲକ ଅନ୍ତର୍ଗତ ଗୁଆଳିପୁର ପଂଚାୟତର ମହେଶ୍ୱର ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ୭୪ତମ ସମର ଶିକ୍ଷାର୍ଥୀ …

Leave a Reply

Your email address will not be published. Required fields are marked *