Thursday , September 28 2023
Home / ବିଶେଷ / ସାମ୍ବାଦିକଙ୍କ ପିତୃ ବିୟୋଗ

ସାମ୍ବାଦିକଙ୍କ ପିତୃ ବିୟୋଗ

କେନ୍ଦ୍ରାପଡ଼ା, ୭/୧୧/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡାର ବରିଷ୍ଠ ସାମ୍ବାଦିକ ମୀର ଆବୁ ଓବେଦାଙ୍କ ପିତା ତଥା ଫକିରାବାଦର ଜଣାଶୁଣା ସମାଜସେବୀ ହାଜୀ ମୀର ଆବୁ ହୋରେରାଙ୍କ ୮୪ବର୍ଷ ବୟସରେ ହୃଦଘାତରେ ବିୟୋଗ ହୋଇଯାଇଛି । ଜଣେ ଧର୍ମପରାୟଣ ବ୍ୟକ୍ତି ଭାବରେ ସେ ସାଧାରଣରେ ପରିଚିତ ଥିଲେ । କେନ୍ଦ୍ରାପଡା ତବଲିକ ଜମାତର ସେ ପ୍ରତିଷ୍ଠାତା ଥିଲେ । ତାଙ୍କ ମୃତୁ୍ୟ ଶଯ୍ୟା ନିକଟରେ ଓବେଦାଙ୍କ ସମେତ ମୀର ଆବୁ ବୋରେରା, ମୀର ଆବୁ ଓସମା, ମୀର ମହମ୍ମଦ ଆଜାର, ମୀର ମହମ୍ମଦ ତଫିକ ପ୍ରମୁଖ ୫ପୁଅ, ୩ଝିଅ ଓ ଜ୍ୱାଇଁ ଉପସ୍ଥିତ ଥିଲେ । ତାଙ୍କ ବିୟୋଗରେ କେନ୍ଦ୍ରାପଡା ସହରରେ ଶୋକ ପ୍ରକାଶ ପାଇଛି । ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା, ପୂର୍ବତନ ବିଧାୟକ କିଶୋର ଚନ୍ଦ୍ର ତରାଇ, ପୂର୍ବତନ ବିଧାୟକ ଉତ୍କଳ କେଶରୀ ପରିଡା, ପୂର୍ବତନ ନଗରପାଳ ବିଜୟକୃଷ୍ଣ ସାହୁ, ମହମ୍ମଦ ଆକବର ଅଲ୍ଲୀ, ହିବଜୁର ରହେମାନ, ମହମ୍ମଦ ସଲିମ ଖାନ, ସେକ ରହେମତ, ମହମ୍ମଦ ସେକ ଇନାୟତ(ଚନ୍ଦନ), ସେକ ଗୋଫ୍ରାନ, ନାରାୟଣ ସାହୁ, ରଞ୍ଜିତ ସାହୁ, ପ୍ରଦିପ କୁମାର ମହାନ୍ତି ପ୍ରମୁଖ ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କ ଫକିରାବାଦସ୍ଥିତ ବାସଭବନରେ ପହଂଚି ସ୍ୱର୍ଗତ ହୋରେରାଙ୍କ ଶେଷ ଦର୍ଶନ କରିଥିଲେ । ଜୋହର ନମାଜ ପାଠ ପରେ ଜନାଜା କରାଯାଇ ଗୌଡଗୋପ କବରସ୍ଥାନରେ ତାଙ୍କ ମର ଶରୀରକୁ କବର ଦିଆଯାଇଥିଲା । ସେଠାରେ ଶତାଧିକ ଲୋକ ଉପସ୍ଥିତ ରହି ତାଙ୍କୁ ଶେଷ ସମ୍ମାନ ଜଣାଇଥିଲେ ।ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *