Saturday , August 20 2022
Breaking News
Home / ବିଶେଷ / ସାଧନକେନ୍ଦ୍ର ସ୍ତରୀୟ ବିପର୍ଯ୍ୟୟ ନିରାପତା ଓ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ 

ସାଧନକେନ୍ଦ୍ର ସ୍ତରୀୟ ବିପର୍ଯ୍ୟୟ ନିରାପତା ଓ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ 

ଗରଦପୁର, ୭/୧୧/୨୦୨୧(ଓଡ଼ିଶା ସମାଚାର)-ଗରଦପୁର ବ୍ଳକ୍ ତିକନପୁର ଗ୍ରାମ ପଂଚାୟତ ଅନ୍ତର୍ଗତ  ପହଣା ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ସାଧନକେନ୍ଦ୍ର ସ୍ତରୀୟ ବିପର୍ଯ୍ୟୟ ନିରାପତା ଓ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ରମେଶ ଚନ୍ଦ୍ର ବେହେରା ଙ୍କ ସଭାପତିତ୍ୱ ରେ ଆୟୋଜିତ ଏହି କାର୍ଯ୍ୟକ୍ରମେରେ ଗରଦପୁର ତହସିଲଦାର ଅଶୋକ କୁମାର ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିଲେ ।  ଦୁର୍ବିପାକର ମୁକାବିଲା କରିବା ପାଇଁ ଲୋକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଯିବା ଆବଶ୍ୟକ ବୋଲି ତହସିଲଦାର ଶ୍ରୀ ବେହେରା ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ । ମୁଖ୍ୟବକ୍ତା ଭାବେ ବ୍ଲକ୍ ଶିକ୍ଷାଧିକାରୀ ଅଜୟ କୁମାର ସେଠୀ ଯୋଗଦାନ କରିଥିବାବେଳେ ସମ୍ମାନିତ ଅତିଥି ଭାବେ ପାଟକୁରା ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତର ମନୋଜ କୁମାର ଜେନା, ବିଆର୍ସିସି ଗତିକୃଷ୍ଣ ଦାସ, ସିଆରସିସି କରୁଣାକର ସେଠୀ ପ୍ରମୁଖ ଯୋଗଦାନ କରି ପ୍ରାକୃତିକ, କୃତ୍ରିମ ବିପର୍ଯ୍ୟୟର ମୁକାବିଲା କରିବାକୁ ସମସ୍ତଙ୍କୁ ସଚେତନ କରାଯିବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ଶିକ୍ଷକ ଡମ୍ବରୁଧର ପଣ୍ଡା, ଅଲେଖ ଚନ୍ଦ୍ର ପଟ୍ଟନାୟକ, ରତନ କିଶୋର ବେହେରା, ଅମୀୟ କୁମାର ବାରିକ, ବିବେକାନନ୍ଦ ମିଶ୍ର ପ୍ରମୁଖ ସଚେତନତା କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ । ବିଦ୍ୟାଳୟର ପ୍ରଧାନଶିକ୍ଷକ ରଜନୀ ରାୟ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ମିଲନ୍ ଭୂୟାଁ, ଅରୁଣାମୟୀ ଦଳାଇ ସ୍ୱାଗତ ସଂଗୀତ ଗାନ କରିଥିବାବେଳେ ପ୍ରାକ୍ତନ ଶିକ୍ଷକ ଅଲେଖ ଚନ୍ଦ୍ର ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ପରେ ପରେ  କୋରୁଆ ଅଗ୍ନିଶମ ସେବା କେନ୍ଦ୍ରର ଭାରପ୍ରାପ୍ତ ଅଧିକାରୀ ପ୍ରମୋଦ ମଲ୍ଲିକଙ୍କ ତତ୍ୱାବଧାନରେ କର୍ମଚାରୀମାନେ ପ୍ରାକୃତିକ ଦୁର୍ବିପାକ ନିରାକରଣ ନିମନ୍ତେ ସଚେତନ କରିଥିଲେ । ବାତ୍ୟା, ବନ୍ୟା, ନିଆଁ ଓ ଅନ୍ୟାନ୍ୟ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ବିଭିନ୍ନ ଉପାୟରେ କିଭଳି ଲୋକମାନଙ୍କୁ ଉଦ୍ଧାର କରାଯାଇ ପାରିବ, ତାର ବିଭିନ୍ନ କୌଶଳ ମାନ ପ୍ରଦର୍ଶନ କରିଥିଲେ । ଏହି ସଭାରେ ଗରଦପୁର ବ୍ଲକ୍  ତିକନପୁର ସାଧନ କେନ୍ଦ୍ରର ଶିକ୍ଷକ/ଶିକ୍ଷୟିତ୍ରୀ, ସମସ୍ତ ପରିଚାଳନା କମିଟିର ସଭ୍ୟ/ସଭ୍ୟା, ସ୍ୱୟଂ ସହାୟିକା ଗୋଷ୍ଠୀର ମହିଳା, ଅଙ୍ଗନୱାଡି କର୍ମୀ, ୱାର୍ଡ ସଭ୍ୟ/ସଭ୍ୟା ଓ ନିକଟସ୍ଥ ଗ୍ରାମବାସୀଙ୍କ ସମେତ ଅନେକ ସଚେତନ ନାଗରିକ ଯୋଗଦାନ କରିଥିଲେ ।  ବିଦ୍ୟାଳୟର ଶିକ୍ଷୟିତ୍ରୀ ମଂଜୁଲତା ମିଶ୍ର, ଅମିତା ସେନାପତି, ବନଲକ୍ଷ୍ମୀ ଜେନା, ରେଣୁବାଳା ସେଠୀ, ସଂଯୁକ୍ତା ବିଶ୍ୱାଳ, ଲକ୍ଷ୍ମୀପ୍ରିୟା ମହାପାତ୍ର, ସଂଯୁକ୍ତା ଭୂୟାଁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ ଅତିଥିମାନଙ୍କ ଦ୍ୱାରା ବିଦ୍ୟାଳୟ ପରିସରରେ ଚାରାରୋପଣ କରାଯାଇଥିଲା । ଓଡ଼ିଶା ସମାଚାର

About admin

Check Also

ପ୍ରହରାଜପୁର ହତ୍ୟା ମାମଲା: ୫ ଘଣ୍ଟା ପରେ ଅଭିଯୁକ୍ତ ଥିଵା ପୋଲିସ୍ ଗାଡିକୁ ଲୋକେ ସର୍ତ୍ତରେ ଛାଡିଲେ

କଟକ ସଦର,୧୯/୦୮/୨୦୨୨(ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା): କିଶନନଗର ପୋଲିସ୍ ପକ୍ଷରୁ ପ୍ରହରାଜପୁରର ଅଟୋ ଚାଳକ ଅଵୁଦୁଲ କାଦରଙ୍କର ହତ୍ୟାକାରୀ ଖଣ୍ଡିସଚିନ୍ …

Leave a Reply

Your email address will not be published.