Sunday , November 28 2021
Breaking News
Home / ବିଶେଷ / ସଫଳ ନିଟ୍ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା

ସଫଳ ନିଟ୍ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା

ଭୁବନେଶ୍ୱର ,୭/୧୧/୨୦୨୧(ଓଡ଼ିଶା ସମାଚାର)- ଟ୍ୱିନ୍ ସିଟରେି ଥିବା ବେଂଚ୍ମାର୍କ କ୍ଲାସେସ୍ ର ଛାତ୍ରଛାତ୍ରୀ ନିଟ୍-୨୦୨୧ ପରୀକ୍ଷାରେ ସଫଳତା ଅର୍ଜନ କରିଛନ୍ତି । ଏଥିରେ ସର୍ବାଧିକ ନମ୍ବର ରଖିଥିବା ୯ଜଣ ଛାତ୍ରଛାତ୍ରୀଙ୍କୁ ଭୁବନେଶ୍ୱର ସତ୍ୟନଗରସ୍ଥିତ ବେଂଚ୍ମାର୍କ କ୍ଲାସେସ୍ ର କାର୍ଯ୍ୟାଳୟଠାରେ ଆଜି ସମ୍ବର୍ଦ୍ଧିତ କରାଯାଇଥିଲା । ଏନେଇ ସ୍ୱତନ୍ତ୍ର ଉତ୍ସବରେ ବିଧାୟକ ସୁରେଶ କୁମାର ରାଉତରାୟ ଓ ବିଧାୟକ ଅନନ୍ତ ନାରାୟଣ ଜେନା ଆଜି ସମ୍ବର୍ଦ୍ଧିତ କରିଥିଲେ । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ କର୍ପୋରେଟର ଭାନୁପ୍ରୀୟା ଦାସ, ରାଜେନ୍ଦ୍ର ସମର୍ଥା, କିଟ୍ ର ନିର୍ଦେଶକ କୁମାର ମହାନ୍ତି, ଶିକ୍ଷାବିତ୍ ଡ଼ ଦେବସ୍ମିତା ସାହୁ, ଅନୁଷ୍ଠାନର ଅଧକ୍ଷ ରୋଟାରିୟାନ ପ୍ରସନ୍ନ ଚୌଧୁରୀ ଓ ଦୀପକ ବିଶ୍ୱାଳ, ସମସ୍ତ ଅଧ୍ୟାପକ ଅଭିଭାବକମାନେ ଉପସ୍ଥିତଥିଲେ । ପ୍ରକାଶ ଥାଉକି, ଶ୍ରେଷ୍ଠ ଚଳିତବର୍ଷ ଅନୁଷ୍ଠାନର ୨୪୭ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୨୪ଜଣ ୬୦୦ରୁ ଉଦ୍ଧ୍ୱର୍ ନମ୍ବର ରଖିଥିବା ବେଳେ ୬୩ଜଣ ୫୬୦ରୁ ଅଧିକ ନମ୍ବର ରଖିବାରେ ସଫଳ ହୋଇଛନ୍ତି । ଉନ୍ନତମାନର ଶିକ୍ଷାପଦ୍ଧତିି ଓ ଅଭିଜ୍ଞ ଅଧ୍ୟାପକଙ୍କ ପ୍ରଚେଷ୍ଟା ଛାତ୍ରଛାତ୍ରୀମାନଙ୍କର ଡ଼ାକ୍ତର ହେବାର ସ୍ୱପ୍ନକୁ ସାକାର କରିପାରିଛି ବୋଲି ଅନୁଷ୍ଠାନ ପକ୍ଷରୁ କୁହାଯାଇଛି । ଓଡ଼ିଶା ସମାଚାର

About admin

Check Also

ବିଶ୍ୱାସ ବଜାୟ ରଖନ୍ତୁ -ଶ୍ରୀ ଅଖଣ୍ଡ

ପରଂବ୍ରହ୍ମଙ୍କ ପାଖରେ ପରମପିତାଙ୍କୁ ପ୍ରତ୍ୟେକ୍ଷ ଭାବେ ଦର୍ଶନ କରି ଭକ୍ତମାନେ ସବୁକିଛି ସମର୍ପଣ କରିଦିଅନ୍ତି । ତନ, ମନ ଓ …

Leave a Reply

Your email address will not be published. Required fields are marked *