Thursday , December 2 2021
Breaking News
Home / ବିଶେଷ / ଯୋଗ ଓ ଜ୍ୟୋର୍ତିବିଦ୍ୟା ନିରବଚ୍ଛିନ୍ନ ସେବାରେ ଜ୍ୟୋର୍ତିବିଦ୍ ତାପସ ପତି

ଯୋଗ ଓ ଜ୍ୟୋର୍ତିବିଦ୍ୟା ନିରବଚ୍ଛିନ୍ନ ସେବାରେ ଜ୍ୟୋର୍ତିବିଦ୍ ତାପସ ପତି

ପାରାଦୀପ,୭/୧୧/୨୦୨୧(ଓଡ଼ିଶା ସମାଚାର)- ସମାଜରେ ବଂଚିବା ପାଇଁ ହେଲେ ମନୁଷ୍ୟର ସ୍ୱାସ୍ଥ୍ୟ, କର୍ମ, ଭାଗ୍ୟ ଓ ଭବିଷ୍ୟତ ଉପରେ ନିର୍ଭର କରି ବଂଚେ । ପ୍ରତିଦିନ କର୍ମଜଂଜାଳ ଜୀବନ ଭିତରେ ସମୟ ବିତିଯାଏ । କାର୍ୟ୍ୟ ବ୍ୟସ୍ଥତା ଭିତରେ ବି ମଣିଷ ନିରୋଗ ରହିବା ଏକାନ୍ତ ଜରୁରୀ । ଏଥି ନିମନ୍ତେ ତାକୁ ଶାରିରୀକ ବ୍ୟାୟାମ, ଯୋଗ, ପ୍ରଣାୟାମ କରିବାର ଆବଶ୍ୟକତା ରହିଛି । ମଣିଷର ନିୟମିତ ସରଳ ଜୀବନଯାପନ ଶୈଳୀକୁ ଶୃଙ୍ଖଳିତ କରିବା ପାଇଁ ବନ୍ଦର ସହରରେ ନିରଛିନ୍ନ ପ୍ରୟାସ ଜାରୀ ରଖିଛନ୍ତି ଯୋଗଗୁରୁ ତାପସ ରଂଜନ ପତି । ପାରାଦୀପ ତଥା ପାରାଦୀପ ବାହାରେ ଲୋକମାନଙ୍କ ଶରୀର ନିରୋଗ ରଖିବାରେ ସେ ନିଜକୁ ସଂପୂର୍ଣ୍ଣ ଭାବେ ଉସôର୍ଗ କରି ଦେଇଛନ୍ତି । ପାରାଦୀପରେ ଆର୍ଟ ଅଫ ଲିଭିଙ୍ଗ ମାଧ୍ୟମରେ ପ୍ରତିଦିନ ଲୋକମାନଙ୍କୁ ସେ ଶିକ୍ଷାଦାନ କରୁଛନ୍ତି । ପାରାଦୀପ ସହର ସମେତ ପାରାଦୀପ ସଂଲଗ୍ନ ବିଭିନ୍ନ ଶିଳ୍ପ ସଂସ୍ଥାର ଅଧିକାରୀ, କର୍ମଚାରୀ ଓ ସେମାନଙ୍କ ପରିବାରବର୍ଗଙ୍କୁ ଏହି ଶିକ୍ଷାଦାନ କରିଆସୁଛନ୍ତି । ଶ୍ରୀ ପତି ଏକ ଲାଭଦାୟକ ଚାକିରୀ ଛାଡି ଏହି ସେବା ପ୍ରତି ଆକୃଷ୍ଟ ହେବା ପରେ ଏବେ ସମାଜ ସୁଧାର ସହିତ ଲୋକମାନଙ୍କ ଭାଗ୍ୟ, ଭବିଷ୍ୟତ କଥା ବି ଦେଖୁଛନ୍ତି । ଜାତକ ବିଚାର, ବାସ୍ତୁ ବିଚାର, ଜ୍ୟୋତିଷ ଶାସ୍ତ୍ରକୁ କରାୟତ କରିପାରିଛନ୍ତି । ପ୍ରତିଦିନ ଲୋକମାନଙ୍କର ସମସ୍ୟାର ଆଶୁ ପ୍ରତିକାର କରିବା, ଗ୍ରହ,ନକ୍ଷତ୍ରଙ୍କ ଅବସ୍ଥିତି ସେମାନଙ୍କ ପ୍ରଭାବ ଆଦିର ବିଚାର କରିବାରେ ସେ ସିଦ୍ଧହସ୍ତ । ମାତ୍ର ୪୧ ବର୍ଷ ବୟସରେ ବଂଚିବା ପାଇଁ ଅନେକ ଦିଗ ଥିଲେ ବି ପରୋପକାରାୟ ସ୍ୱର୍ଗାୟ ବ୍ରତକୁ ପାଥେୟ କରି ଆଗେଇ ଚାଲିଛନ୍ତି ତାପସ । ପାରାଦୀପ ବନ୍ଦରରେ ନିଜର ଶିକ୍ଷା ଲାଭ କରିବା ପରେ ମୋଟା ଅଙ୍କର ଚାକିରୀ କରିଥିଲେ । ଚାକିରୀର ବନ୍ଧନ ତାଙ୍କୁ ବାନ୍ଧି ରଖିପାରିନଥିଲା । ସେ ଲାଭଦାୟକ ଚାକିରୀ ଛାଡି ନିଜର ଶିଶୁ,କିଶୋର ଓ ଆଦ୍ୟ ଯୌବନ ସ୍ଥଳ ପାରାଦୀପ କୁ ଫେରି ଆସି ପ୍ରତିଦିନ ଯୋଗ ଶିକ୍ଷା ଦେବା ସହ ଜାତକ,ଜନ୍ମ ସମୟ,ଜନ୍ମ ସ୍ଥାନ, ଜାତକ ମେଳକ ଆଦିରେ ନିଜର ସମୟ ଅତିବାହିତ କରୁଛନ୍ତି । ଭଦ୍ରକ ଜିଲ୍ଲାର ମୂଳବାସିନ୍ଦା ତାପସ ଏବେ ପାରାଦୀପରେ ଏହି କାର୍ୟ୍ୟରେ ନିଜକୁ ସମ୍ପୂର୍ଣ୍ଣ ଭାବେ ନିୟୋଜିତ କରିଛନ୍ତି । ଲୋକମାନଙ୍କର ଘରର ବାସ୍ତୁ ଦୋଷର ସ୍ଥାୟୀ ସମାଧାନ କରିବା ଦିଗରେ ଲୋକମାନଙ୍କୁ ମୂଲ୍ୟବାନ ତଥା ଉପାଦେୟ ଦିଗ୍ଦର୍ଶନ ଦେଇ ଲୋକପ୍ରିୟ ହୋଇପାରିଛନ୍ତି । ଓଡ଼ିଶା ସମାଚାର

About admin

Check Also

ମାହାଳହାଟ ପୋଲିସ ଫାଣ୍ଡି ଅଂଚଳରେ ଘନ ଘନ ଚୋରୀ

ତାରପୁର, ୦୧/୧୨/୨୦୨୧(ଓଡ଼ିଶା ସମାଚାର)- କିଶନନଗର ଥାନା ଅଧିନରେ ଥିବା ମାହାଳହାଟ ପୋଲିସ ଫାଣ୍ଡି ଅଂଚଳରେ ଘନ ଘନ ଚୋରୀକୁ ନେଇ …

Leave a Reply

Your email address will not be published. Required fields are marked *