ବଲାଙ୍ଗିର, ୭/୧୧/୨୦୨୧(ଓଡ଼ିଶା ସମାଚାର)- ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ ଅନ୍ତର୍ଗତ ରେଡକ୍ରସକ ସ୍କୁଲ ପରିସରରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଦ୍ୱାରା ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ଶିବିର ଅନୁଷ୍ଠିତ ହୋଇଯାଇଛି । ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ସଂଗ୍ରାମ ମିଶ୍ରଙ୍କର ତତ୍ୱାବଧାନ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବରେ ବ୍ଲକ ଅଧ୍ୟକ୍ଷା ଅହଲ୍ୟା ମଲ୍ଲିକ ଓ ସମ୍ମାନୀତ ଅତିଥି ଭାବରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ନବକିଶୋର ସାହୁ, ଅତିରିକ୍ତ ବ୍ଲକ ଅଧିକାରୀ ପ୍ରଦୀପ୍ତ ପଟ୍ଟନାୟକ, ଅତିରିକ୍ତ ଶିକ୍ଷା ଅଧିକାରୀ ଆର୍ତତ୍ରାଣ ରଥ, ସିଡିିଓ ସବିତା ଦାଶ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ପାଣ୍ଡବ ସାହୁ, ଫିଜିଓଥୋରାପିଷ୍ଟ ସୁରଜ କୁମାର ବଡଜେନା, ଏକୁ୍ୟପେସୋନାଲ ଥେରାପିଷ୍ଟ ରଂଜିତା ପଣ୍ଡା, ରେଡକ୍ରସ କର୍ମୀ ରାମ ନାରାୟଣ ଦାଶ ଯୋଗଦାନ କରିଥିଲେ । ଶିବିରରେ ଭୀନ୍ନକ୍ଷମ ମାନଙ୍କୁ ଚିହ୍ନଟ କରାଯାଇ ପ୍ରମାଣପତ୍ର ଦିଆଯାଇଥିଲା ଓ ପରେ ଭିନ୍ନକ୍ଷମମାନଙ୍କୁ ବିଭିନ୍ନ ଉପକରଣ ଯୋଗାଇ ଦିଆଯିବ ବୋଲି ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସୂଚନା ପ୍ରଦାନ କରିଛନ୍ତି । ଏହି ଅବସରରେ “କିରନ” ୨୪ ଘଂଟିଆ ମାନସିକ ସ୍ୱାସ୍ଥ୍ୟ ଥଇଥାନ ଟୋଲ ଫ୍ରି ଫୋନ ନଂ ୧୮୦୦- ୫୯୯-୦୦୧୯ ବିଷୟରେ ସୂଚନା ପ୍ରଦାନ କରାଯାଇଥିଲା । ଓଡ଼ିଶା ସମାଚାର
