ବାଲିଗୁଡା,୦୬/୧୧/୨୧(ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡିବନ୍ଧ ବ୍ଲକ ମୁଣ୍ଡିବାଲି ଛକ ନିକଟରେ ଶନିବାର ରାତ୍ରରେ ଏକ କାଠ ବୋଝେଇ ଟ୍ରକ ଦୁର୍ଘଟଣା ଗ୍ରସ୍ତ ହୋଇଛି ଜ୍ଝ ଗାଡିଟି ରାୟଗଡା ଠାରୁ ଖୋର୍ଦ୍ଧା ଅଭିମୁଖେ ଯାଉଥିବା ସମୟରେ ଏଭଳି ଘଟଣା ଟି ଘଟିଛି । ଗାଡିର ନଂ.ଓଡି -୦୨-ଏଭି- ୦୭୨୮ ଭାରସାମ୍ୟ ହରାଇ ରାସ୍ତା କଡରେ ଥିବା ଏକ ଗଛରେ ପିଟି ହେବା ଫଳରେ ଚାଳକ ଜଣକ ଚାପି ହେଇ ଟ୍ରକ ଭିତରେ ରହିଯାଇଥିଲେ । ଖବର ପାଇ ତୁମୁଡିବନ୍ଧ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ବାଲିଗୁଡା ଏସଡିପିଓ ମନୋଜ ପୂଜାରୀ ଙ୍କ ଉପସ୍ଥିତିରେ ଜେସିବି ସାହାଯ୍ୟରେ ଗୁରୁତର ଚାଳକଙ୍କୁ ଉଦ୍ଧାର କରି ବାଲିଗୁଡା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତୀ କରିଥିଲେ । ଓଡ଼ିଶା ସମାଚାର