ଭୁବନେଶ୍ୱର ,୭/୧୧/୨୦୨୧(ଓଡ଼ିଶା ସମାଚାର)- ବିଶିଷ୍ଟ ସମାଜସେବୀ, ଦଳିତ ନେତା, ଉତ୍କଳ ସମ୍ମିଳନୀର ପୂର୍ବତନ ସମ୍ପାଦକ ତଥା ଉତ୍କଳ ରଜକ ମହାସଂଘର ମୁଖ୍ୟ ସାଧାରଣ ସମ୍ପାଦକ ଆକୁଳ ଚନ୍ଦ୍ର ସେଠୀଙ୍କର ଗତକାଲି ଅର୍ଥାତ୍ ତା ୦୬.୧୧.୨୦୨୧ରିଖ ଦିନ ହୃଦ୍ୟନ୍ତ୍ର କି୍ରୟା ବନ୍ଦ ଜନିତ କାରଣରୁ କ୍ୟାପିଟାଲ୍ ହସ୍ପିଟାଲ୍ ରେ ପରଲୋକ ହୋଇଯାଇଛି । ୧୯୮୮ ମସିହାରୁ ସମାଜେସବା କରିବା ପାଇଁ ସେ ବ୍ୟାଙ୍କ ଚାକିରିରୁ ଇସ୍ତଫା ଦେଇ ଏ ପର୍ଯ୍ୟନ୍ତ ସମାଜ ସେବା କରିଆସୁଥିଲେ । ତାଙ୍କୁ ଗତ ଅକ୍ଟୋବର ମାସ ୨୩ ତାରିଖ ଦିନ ୭୦ ବର୍ଷ ପୁରି ୭୧ ବର୍ଷ ଆରମ୍ଭ ହୋଇଥିଲା । ସ୍ୱର୍ଗତ ସେଠୀଙ୍କର ମର ଶରୀରକୁ କ୍ୟାପିଟାଲ ହସ୍ପିଟାଲ୍ ରୁ ଜଗମୋହନ ନଗରସ୍ଥିତ ବାସଭବନକୁ ନିଆଯାଇଥିଲା । ବହୁ ବିଶିଷ୍ଟ ବ୍ୟକ୍ତି ଶେଷ ଦର୍ଶନ କରିଥିଲେ । ପରେ ପୁରୀ ସ୍ୱର୍ଗଦ୍ୱାରଠାରେ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା । ସ୍ୱର୍ଗତ ସେଠୀଙ୍କ ବଡ଼ପୁଅ ଆଡଭୋକେଟ୍ କଳିଙ୍ଗ ଐର (ଟିମବାବୁ) ମୁଖାଗ୍ନି ଦେଇଥିବା ବେଳେ, ଝିଅ-ଜ୍ୱାଇଁ ଓ ବହୁ ସମ୍ପର୍କୀୟମାନେ ଉପସ୍ଥିତ ଥିଲେ ବୋଲି ମାନଗୋବିନ୍ଦ ସେଠୀ ଜଣାଇଛନ୍ତି । ଓଡ଼ିଶା ସମାଚାର
Check Also
ସୁବର୍ଣ୍ଣରେଖା ଓ ଦେଓ ଜଳସେଚନ ପ୍ରକଳ୍ପ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ
ମୟୁରଭଞ୍ଜ / ଭୁବନେଶ୍ୱର,୧୨/୦୮/୨୦୨୨(ଓଡ଼ିଶା ସମାଚାର)- ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଦିନିକିଆ ମୟୁରଭଞ୍ଜ ଜିଲ୍ଲା ଗସ୍ତ କରି ସେଠାରେ …