ଭୁବନ,୭/୧୧/୨୦୨୧(ଓଡ଼ିଶା ସମାଚାର)- ଭୁବନ ବାଜିରାଉତ ସ୍ମୃତି ମହାବିଦ୍ୟାଳୟରେ ଆଜି ଭାରତ ସ୍କାଉଟ୍ସ ଗାଇଡ୍ସ ର ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ଅଜିତ କୁମାର ବେହେରା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରତିଷ୍ଠା ଉତ୍ସବରେ ପୂର୍ବତନ ଅଧ୍ୟକ୍ଷ ନିତ୍ୟାନନ୍ଦ ପରିଡା ମୁଖ୍ୟ ଅତିଥି ଭାବେ ଉପସ୍ଥିତ ଥିଲେ । ସ୍କାଉଟଗାଇଡ୍ସ ର ରୋଭର ଲିଡର ଅଧ୍ୟାପକ ସୁକାନ୍ତ କୁମାର ସାହୁ,ସ୍କାଉଟ୍ସ ଗାଇଡ୍ସ ରେଂଜର ଅଧ୍ୟାପିକା ସୁଶ୍ରୀ ସୌମ୍ୟାଶ୍ରୀ ବେହେରା ,ଅଧ୍ୟାପକ ପାର୍ଥ ସ୍ୱାଇଁ ପ୍ରମୁଖ ମଂଚାସୀନ ହୋଇ ସେବା ଓ ତ୍ୟାଗ ସ୍କାଉଟ୍ସ ଗାଇଡ୍ସର ମୂଳମନ୍ତ୍ର ବୋଲି ମତବ୍ୟକ୍ତ କରିଥିଲେ । ମୁଖ୍ୟକିରାଣୀ କୈଳାସ ଚନ୍ଦ୍ର ବେହେରା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଓଡ଼ିଶା ସମାଚାର
