Wednesday , December 8 2021
Home / ବିଶେଷ / ଜିଲ୍ଲାସ୍ତରୀୟ ସମୀକ୍ଷା କମିଟି ଓ ଜିଲ୍ଲା ପରାମର୍ଶ ବୈଠକ

ଜିଲ୍ଲାସ୍ତରୀୟ ସମୀକ୍ଷା କମିଟି ଓ ଜିଲ୍ଲା ପରାମର୍ଶ ବୈଠକ

ଭଦ୍ରକ, ୭/୧୧/୨୦୨୧(ଓଡ଼ିଶା ସମାଚାର)- ଭଦ୍ରକ ଜିଲ୍ଲାର ଜିଲ୍ଲା ସ୍ତରୀୟ ସମୀକ୍ଷା କମିଟି (ଡ଼ି.ଏଲ.ଆର.ସି) ଏବଂ ଜିଲ୍ଲା କନସଲଟେଟିଭ କମିଟି (ଡ଼ି.ସି.ସି.)ର ଜୁନ୍ ୨୦୨୧ ପାଇଁ ତୈ୍ରମାସିକ ବୈଠକ ଜିଲ୍ଲା ସଂସ୍କୃତି ଭବନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ତଥା ଡ଼ି.ସି.ସି.ର ଅଧ୍ୟକ୍ଷ ତ୍ରିଲୋଚନ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ମାନ୍ୟବର ସାଂସଦ ଭଦ୍ରକଙ୍କ ପ୍ରତିନିଧି ହରେକୃଷ୍ଣ ପାଢ଼ୀ, ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ସଂଜୀବ ମଲ୍ଲିକ ,ପ୍ରକଳ୍ପ ନିର୍ଦ୍ଧେଶକ ଇନ୍ଦ୍ରମଣି ନାୟକ , ଉପଜିଲ୍ଲାପାଳ ମନୋଜ କୁମାର ପାତ୍ର , ଡ଼ିଜିଏମ୍ ଏବଂ ଆଂଚଳିକ ମୁଖ୍ୟ ୟୁକୋ ବ୍ୟାଙ୍କ, ବାଲେଶ୍ୱର ମଣ୍ଡଳ ଲଲାଟେନ୍ଦୁ ବେହେରା, ଡ଼ି.ଡ଼ି.ଏମ୍ ନାବାର୍ଡ଼ ପ୍ରମୋଦ କୁମାର ବେହେରା, ଏଲ୍.ଡ଼ି.ଓ ଆର.ବି.ଆଇ ଅମିତ୍ କୁମାର, ଏହି କାର୍ଯ୍ୟକ୍ରମର ଆୟୋଜକ ଏଲ.ଡ଼ି.ଏମ୍. ନାଗେଶ୍ୱର ରାଓ ପ୍ରମୁଖ ଯୋଗ ଦେଇଥିଲେ । ଜିଲ୍ଲା ସଂଯୋଜକ ଭାବେ ଜିଲ୍ଲାର ବିଭିନ୍ନ ବ୍ୟାଙ୍କର ବ୍ୟାଙ୍କର୍ସ ଏବଂ ଡ଼ି.ଆଇ.ସି.ର ଜେନେରାଲ ମ୍ୟାନେଜର ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ, ସହକାରୀ ନିର୍ଦ୍ଧେଶକ ଉଦ୍ୟାନ ବିଭାଗ ଡ଼ି.ଏଫ୍.ଓ ଆଦି ସଂପୃକ୍ତ ବିଭାଗୀୟ ସରକାରୀ ଅଧିକାରୀ ମଧ୍ୟ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ଆର୍ଥିକବର୍ଷ ୨୦୨୧-୨୨ ପାଇଁ ବ୍ୟାଙ୍କ ଗୁଡ଼ିକର ବାର୍ଷିକ କ୍ରେତିଟ୍ ଯୋଜନାରେ ପ୍ରଦର୍ଶନ ଓ ସଫଳତା ର ସମୀକ୍ଷା କରାଯାଇଥିଲା । ବିଭିନ୍ନ ସରକାରୀ ଯୋଜନାରେ ବିଭିନ୍ନ ବ୍ୟାଙ୍କ ସହିତ ଋଣ ଆବେଦନର ସ୍ଥିତାବସ୍ଥା, ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା, ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା, ଅଟଳ ପେନସନ୍ ଯୋଜନା ଆଦି ଭଳି ସାମାଜିକ ସୁରକ୍ଷା ଯୋଜନା ମାନଙ୍କରେ ସ୍ୱୟଂ ସହାୟିକା ଗୋଷ୍ଠୀଙ୍କୁ ଆର୍ଥିକ ସହାୟତା, ତାଲିକାଭୁକ୍ତ କରାଯିବା ଆଦି ବିଷୟରେ ମଧ୍ୟ ସମୀକ୍ଷା କରାଯାଇ ଅଧିକ ସଫଳତା ପାଇଁ ପରାମର୍ଶ ଦିଆଯାଇଥିଲା । ନୂଆ ବ୍ୟାଙ୍କ ଶାଖା ସବୁ ଖୋଲାଯିବା ନେଇ ମଧ୍ୟ ଆଲୋଚନା ଓ ସମୀକ୍ଷା କରାଯାଇଥିଲା । କ୍ରେଡ଼ିଟ୍ ଏବଂ ଡ଼ିପୋଜିଟ୍ ଅନୁପାତ ୬୦ ଶତକଡ଼ା ରୁ କମ୍ ଥିବା ବ୍ୟାଙ୍କସବୁ ବର୍ଷଶେଷ ସୁଦ୍ଧା ଅତିକମ୍ ରେ ୫୦ ଶତକଡ଼ାକୁ ବୃଦ୍ଧି କରିବା ପାଇଁ ସମ୍ମତି ପ୍ରକାଶ କରିଥିଲେ । ଭଦ୍ରକ ବ୍ଲକ୍ ର ବ୍ୟାବସାୟ ପେଣ୍ଠଥିବା ଜାଗା ମାନଙ୍କରେ ବ୍ୟାଙ୍କ ଗୁଡ଼ିକର ନୂଆ ଶାଖା ଖୋଲିବା ପାଇଁ ମାନ୍ୟବର ବିଧାୟକ ପ୍ରସ୍ତାବ ଦେଇଥିଲେ । ପ୍ରତିନିଧିଙ୍କ ଜରିଆରେ ମାନ୍ୟବର ସାଂସଦ ମଧ୍ୟ ତିହିଡ଼ି , ଧାମନଗର ଓ ଭଦ୍ରକ ବ୍ଲକରେ ବ୍ୟାଙ୍କ ଗୁଡ଼ିକର ନୂଆଶାଖା ଖୋଲିବା ପାଇଁ ଜଣାଇଥିଲେ । ବ୍ୟାଙ୍କ ନଥିବା ଗାଁ ମାନଙ୍କରେ କିମ୍ବା ଆବଶ୍ୟକତା ଅନୁଯାୟୀ ବ୍ୟାଙ୍କମାନେ ବର୍ତର୍ମାନ ଡ଼ି.ସି.ସି.ର ବିନା ଅନୁମତିରେ ବ୍ୟାଙ୍କର ନୂଆ ଶାଖା ଖୋଲିାରିବେ ବୋଲି ଏଲଡ଼ିଏମ୍ ବୈଠକରେ ସୂଚନା ଦେଇଥିଲେ । ଓଡ଼ିଶା ସମାଚାର

About admin

Check Also

ସାଲେପୁର ରେ ଡ୍ରାଇଭର ମହାସଂଘ ର ବୈଠକ

ସାଲେପୁର,୦୭/୧୨/୨୦୨୧(ଓଡିଶା ସମାଚାର/ ଅଭୟ ଜେନା )-ଓଡିଶା ଡ୍ରାଇଭର ମହାସଂଘ ଓ ସାଲେପୁର ଡ୍ରାଇଭର ସଂଘ ପକ୍ଷରୁ ଆଜି ବ୍ଲକ ଆଡିମିନ …

Leave a Reply

Your email address will not be published. Required fields are marked *