ତାରପୁର, ୭/୧୧/୨୦୨୧(ଓଡ଼ିଶା ସମାଚାର)-ରଘୁନାଥପୁର ବ୍ଲକ୍ ଜଇପୁର ମଣ୍ଡଳର ବିଜେପି ର କାର୍ଯ୍ୟକାରିଣୀ ବୈଠକ ଆଜି ଏରଡ଼ଙ୍ଗା ପଂଚାୟତ ଧଳତଙ୍ଗଗଡ଼ ଜଙ୍ଗଲ ପରିସରରେ ଅନୁଷ୍ଠିତ ହୋଇ ଯାଇଛି । ଶ୍ରୀଯୁକ୍ତ ସତ୍ୟବ୍ରତ ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ମୁଖ୍ୟ ଅତିଥି ଭାବେ ତିର୍ତୋଲ ନିର୍ବାଚନ ମଣ୍ଡଳର ବିଧାୟକ ପ୍ରାର୍ଥୀ ଶ୍ରୀଯୁକ୍ତ ରାଜକିଶୋର ବେହେରା ଯୋଗଦେଇ ଆଗାମି ତ୍ରିସ୍ତରୀୟ ପଂଚାୟତ ନିର୍ବାଚନରେ ପ୍ରତ୍ୟେକ ପଂଚାୟତର ବିଜେପି ର ପ୍ରାର୍ଥୀ ମାନଙ୍କୁ ଜିତାଇବା ସହିତ ଦୁଇଟି ଯାକ ଜିଲା ପରିଷଦ ପ୍ରାର୍ଥୀ ଆସନ ହାତେଇବା ପାଇଁ ଉପସ୍ଥିତ ବ୍ୟକ୍ତି ମାନଙ୍କୁ ପରାମର୍ଶ ଦେଇଥିଲେ । ସମ୍ମାନୀତ ଅତିଥି ଭାବେ ଜିଲା ଯୁବ ମୋର୍ଚ୍ଚା ସଭାପତି ମାନସ କୁମାର ମହାପାତ୍ର, ରାଜ୍ୟ ଯୁବ ମୋର୍ଚା ସମ୍ପାଦକ ପ୍ରକାଶ ଚନ୍ଦ୍ର ଦଳେଇ , ଜିଲା ବିଜେପି ସମ୍ପାଦକ ଜଗନ୍ନାଥ ଦାସ, ଜିଲା ଲିଗାଲ ସେଲ ସମ୍ପାଦକ ସୌଭାଗ୍ୟ ମହାନ୍ତି, ମଣ୍ଡଳ ସଭାପତି ସୁଶାନ୍ତ କୁମାର ମହାନ୍ତି, ଜିଲା କାର୍ଯ୍ୟକାରୀଣି ସଦସ୍ୟ ଅଶୋକ କୁମାର ନାୟକ ପ୍ରମୁଖ ଯୋଗଦେଇ ତୃଣମୂଳ ସ୍ତରରେ ବିଜେପି ର ସଂଗଠନ ମଜବୁତ କରିବା ସହିତ ଆଗାମୀ ନିର୍ବାଚନରେ ବ୍ଲକ୍ ର ଅଧ୍ୟକ୍ଷ ପଦବୀକୁ ହାତେଇବା ପାଇଁ ଆଶା ପ୍ରକଟ କରିଥିଲେ । ଏହି ବୈଠକରେ ଜଇପୁର ମଣ୍ଡଳର ସାଧାରଣ ସମ୍ପାଦକ ଲୁଭେନ୍ଦୁ ମିଶ୍ର ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ପ୍ରଭଂଜନ ମଲିକ୍ ଧନ୍ୟବାଦ ଅର୍ପଣ କରିଥିଲେ । ଏଥିରେ ୨୦୦ ରୁ ଅଧିକ ବିଜେପି କର୍ମୀ ଯୋଗ ଦେଇଥିଲେ । ଓଡ଼ିଶା ସମାଚାର