ଭୁବନେଶ୍ୱର ,୭/୧୧/୨୦୨୧(ଓଡ଼ିଶା ସମାଚାର)- ରାଜ୍ୟରେ ଚୁକ୍ତିଭିତିକ କର୍ମଚାରୀଙ୍କ ଦରମା ବଢ଼ିଲା । ଏନେଇ ଅର୍ଥ ବିଭାଗ ପକ୍ଷରୁ ପ୍ରକାଶ ପାଇଲା ବିଜ୍ଞପ୍ତି । ଚଳିତ ମାସଠାରୁ ବର୍ଦ୍ଧିତ ଦରମା ଲାଗୁ ହେବା ନେଇ ବିଜ୍ଞପ୍ତି ଜାରି କରାଯାଇଛି । ଏହି ବିଜ୍ଞପ୍ତି ଅନୁଯାୟୀ, ମାସିକ ୮୦୭୦ ଟଙ୍କା ପାଉଥିବା ଚୁକ୍ତିଭିତିକ କର୍ମଚାରୀଙ୍କୁ ଏବେ ମିଳିବ ୧୦,୧୦୦ ଟଙ୍କା । ସେହିପରି ଯେଉଁମାନେ ୮୩୯୦ ଟଙ୍କା ପାଉଥିଲେ ସେମାନେ ୧୦,୫୦୦ ଟଙ୍କା ପାଇବେ । ୮୭୫୦ ଟଙ୍କା ପାଉଥିବା ଚୁକ୍ତିଭିତିକ କର୍ମଚାରୀଙ୍କୁ ୧୦,୯୦୦ ଟଙ୍କା ଓ ୮୮୮୦ ଟଙ୍କା ପାଉଥିବା କର୍ମଚାରୀଙ୍କୁ ୧୧,୧୦୦ ଟଙ୍କା ମିଳିବ । ସେହିପରି ୯ ହଜାର ପାଉଥିବା କର୍ମଚାରୀଙ୍କୁ ମିଳିବ ୧୧,୨୦୦ ଟଙ୍କା । ୯୨୫୦ ଟଙ୍କା ଦରମା ପାଉଥିବା ଚୁକ୍ତିଭିତିକ କର୍ମଚାରୀଙ୍କୁ ୧୧,୫୦୦ ଟଙ୍କା,୯୫୦୦ ଟଙ୍କା ପାଉଥିବା କର୍ମଚାରୀଙ୍କୁ ୧୧,୯୦୦ ଟଙ୍କା, ୧୦ ହଜାର ପାଉଥିବା କର୍ମଚାରୀଙ୍କୁ ୧୨,୫୦୦ ଟଙ୍କା ଏବଂ ୧୬,୮୮୦ ଟଙ୍କା ପାଉଥିବା କର୍ମଚାରୀଙ୍କୁ ମିଳିବ ୨୧,୧୦୦ ଟଙ୍କା । ଓଡ଼ିଶା ସମାଚାର