Tuesday , June 6 2023
Breaking News
Home / ବିଶେଷ / ଗରିବ ପିଲାଙ୍କ ଆଶା, ଶ୍ରୀ ବିନାୟକ ଭରସା

ଗରିବ ପିଲାଙ୍କ ଆଶା, ଶ୍ରୀ ବିନାୟକ ଭରସା

ଭୁବନେଶ୍ୱର ,୭/୧୧/୨୦୨୧(ଓଡ଼ିଶା ସମାଚାର)- ଓଡ଼ିଶାର ଡାକ୍ତର ଅଭାବ ଦୂର କରିବା ସହ ଉନ୍ନତମାନର ଚିକିତ୍ସା ସେବା ଯୋଗାଇବା ଲକ୍ଷ୍ୟରେ ବଦ୍ଧପରିକର ଥିବା ଶ୍ରୀ ବିନାୟକ ଶିକ୍ଷାନୁଷ୍ଠାନ ତାର ସମ୍ବର୍ଦ୍ଧନା ଉତ୍ସବ ପାଳନ କରିଛି ।
ଭୁବନେଶ୍ୱରସ୍ଥିତ ଆଇଆରସି ଭିଲେଜରେ ଥିବା ଶ୍ରୀ ବିନାୟକ ଶିକ୍ଷାନୁଷ୍ଠାନରେ ନିଟ୍-୨୧ (ମେଡ଼ିକାଲ ଏନ୍ଟ୍ରାନ୍ସ) ପରୀକ୍ଷାରେ ସଫଳତା ପାଇଥିବା ଛାତ୍ରଛାତ୍ରୀଙ୍କୁ ଆନୁଷ୍ଠାନିକ ଭାବେ ସମ୍ବର୍ଦ୍ଧନା ଦିଆଯାଇଛି । ବିଶେଷକରି ଆଦିବାସୀ ଅଧ୍ୟୁଷିତ ଅଂଚଳରୁ ଗରିବ ପିଲାମାନଙ୍କୁ ମାଗଣାରେ ଖାଦ୍ୟ, ରହଣୀ ଓ ଶିକ୍ଷା ପ୍ରଦାନ ବ୍ୟବସ୍ଥା କରିଥିବା ଶ୍ରୀ ବିନାୟକ ଶିକ୍ଷାନୁଷ୍ଠାନରୁ ଚଳିତବର୍ଷ ବହୁ ଛାତ୍ରଛାତ୍ରୀ ମେଡ଼ିକାଲ ଏନ୍ଟ୍ରାନ୍ସ ପରୀକ୍ଷାରେ କୃତିତ୍ୱର ସହ ସଫଳତା ହାସଲ କରିପାରିଛନ୍ତି । ଅନୁଷ୍ଠାନର ନିର୍ଦ୍ଧେଶକ ସଞ୍ଜୟ ରାଜଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଚାଲିଥିବା ଶ୍ରୀ ବିନାୟକ ଅନୁଷ୍ଠାନରେ କେବଳ ଗ୍ରାମାଂଚଳରୁ ଗରିବ ଛାତ୍ରଛାତ୍ରୀଙ୍କୁ ଆଣି ମାଗଣାରେ ଶିକ୍ଷା ପ୍ରଦାନର ବ୍ୟବସ୍ଥା ଉପଲବ୍ଧ କରାଇ ପାରିଛି । ଯାହାର ଫଳସ୍ୱରୂପ ନିଟ୍-୨୧ ପରୀକ୍ଷାର ସଫଳତା ଓଡ଼ିଶାରେ ଗରିବ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଆଶା ପ୍ରତୀୟମାନ ହେଉଛି । ପ୍ରଫେସର ଦେବୀଦ ମିଶ୍ର ଏବଂ ପ୍ରଫେସର ଜୟକୃଷ୍ଣ ବଳିୟାରସିଂଙ୍କ କଠିନ ପରିଶ୍ରମ ଯୋଗୁ ଏହି ଅନୁଷ୍ଠାନ ଆଜି ଗୌରବାନ୍ୱିତ ହୋଇପାରିଛି । ଏହିଭଳି ସଫଳତା ଆଗକୁ ଆଗକୁ ଅଧିକ ହେଉ ବୋଲି ଅନୁଷ୍ଠାନରୁ ସଫଳତା ହାସଲ କରିଥିବା ଛାତ୍ରଛାତ୍ରୀଙ୍କ ଅଭିଭାବକମାନେ ମତବ୍ୟକ୍ତ କରିଛନ୍ତି । ଏହି ସମ୍ବର୍ଦ୍ଧନା ଉତ୍ସବରେ ସଫଳତା ପାଇଥିବା କୃତି ଛାତ୍ରଛାତ୍ରୀମାନଙ୍କ ଅଭିଭାବକ ଏବଂ ଅନୁଷ୍ଠାନର ସମସ୍ତ କର୍ମକର୍ତାମାନେ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.