କେନ୍ଦ୍ରାପଡ଼ା, ୭/୧୧/୨୦୨୧(ଓଡ଼ିଶା ସମାଚାର)-ଦୁହୁରିଆ ସ୍ଥିତ କୁଷ୍ଠାଶ୍ରମରେ ଜନଶକ୍ତି ପାର୍ଟି ପକ୍ଷରୁ ଦୀପାବଳି ଉତ୍ସବ ପାଳନ ହୋଇଯାଇଛି । ପାର୍ଟିର ରାଜ୍ୟ ସଭାପତି ଆଇନଜୀବୀ ପ୍ରଦୀପ କୁମାର ଦାଶଙ୍କ ନେତୃତ୍ୱରେ ପ୍ରମୋଦ ମିଶ୍ର, ସୁର୍ଯ୍ୟମଣୀ ପଣ୍ଡା, ଜିଲ୍ଲା ସଭାପତି ନରୋତମ ଜେନା, ଶରତ ସାହୁ, ବିବେକ ନାୟକ, ନାରାୟଣ ମଲ୍ଲିକ, ମହାଦେବ ସେନା ଜିଲ୍ଲା ସଭାପତି ଅନନ୍ତ ସାହୁ (କାଳିଆ), ସମ୍ପାଦକ ଅଲେଖ ନାୟକ ପ୍ରମୁଖ ଦୀପଜାଳି କୁଷ୍ଠାଶ୍ରମର ଅନ୍ତେବାସୀଙ୍କୁ ମିଷ୍ଠାନ ବନ କରି ଦୀପାବଳି ଉସôବ ପାଳନ କରିଥିଲେ । ସମାଜର ତଳସ୍ତର ମଣିଷର ବନ୍ଧୁ ଜନଶକ୍ତି ପାର୍ଟି ଅନ୍ଧାରରୁ ଆଲୋକ, ଅସତ୍ୟରୁ ସତ୍ୟ ଅଭିମୁଖେ ଏବଂ ସମସ୍ତଙ୍କୁ କରୋନାରୁ ମୁକ୍ତି ଓ ନିରୋଗ ଜୀବନଯାପନ ପାଇଁ ସଭାପତି ଶ୍ରୀ ଦାସ ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା କରିଥିଲେ । ଏହି ଅବସରରେ ସେଠାରେ ଏକ ନଳକୂପର ଆବଶ୍ୟକତାକୁ ଉପଲବ୍ଧି କରି ସଭାପତି ଶ୍ରୀ ଦାଶ ସେଠାରେ ତୁରନ୍ତ ଏକ ନଳକୂପ ବସାଯାଇ କୁଷ୍ଠାଶ୍ରମର ଅନ୍ତେବାସୀଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବାକୁ ଜିଲ୍ଲାପାଳଙ୍କ ନିକଟରେ ଦାବି କରିଛନ୍ତି । ଓଡ଼ିଶା ସମାଚାର
Check Also
ବିଜେଡ଼ି ପକ୍ଷରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ
ଗରଦପୁର, ୦୯/୦୮/୨୦୨୨(ଓଡ଼ିଶା ସମାଚାର)- ବିଜୁ ଜନତା ଦଳର ୨୫ ତମ ପ୍ରତିଷ୍ଠା ଦିବସ ଅବସରରେ ଗରଦପୁର ବ୍ଲକ୍ ଅନ୍ତର୍ଗତ ବଙ୍ଗାଳପୁର …