Tuesday , June 6 2023
Breaking News
Home / ବିଶେଷ / କିଶନନଗର ତହସିଲରେ ବର୍ଷ ବର୍ଷ ଧରି ପଡିରହିଥିବା ଶତାଧିକ ପୁରୁଣା ମାମଲା ନୂଆ ତହସିଲଦାରଙ୍କ ପାଇଁ ଅଡୁଆ ସୃଷ୍ଠି କରିଵନ ନାହିଁ ତ?

କିଶନନଗର ତହସିଲରେ ବର୍ଷ ବର୍ଷ ଧରି ପଡିରହିଥିବା ଶତାଧିକ ପୁରୁଣା ମାମଲା ନୂଆ ତହସିଲଦାରଙ୍କ ପାଇଁ ଅଡୁଆ ସୃଷ୍ଠି କରିଵନ ନାହିଁ ତ?

କଟକ ସଦର, ୭/୧୧/୨୦୨୧(ଓଡିଶା ସମାଚର  /ଵିଷ୍ଣୁ ବେହେରା): ଜମି ପଟ୍ଟା ସମେତ ଅନ୍ୟାନ୍ୟ ରାଜସ୍ୱ କାର୍ଯ୍ୟ ପାଇଁ ଆଉ ତହସିଲ କାର୍ଯ୍ୟାଳୟ ଦୈ।ଡିଵାକୁ ପଡିଵ ନାହିଁ। ସମସ୍ତ ସେଵା କାର୍ଯ୍ୟ ଓ ସୁବିଧା ପ୍ରଜାଙ୍କ ହାତ ପାହାନ୍ତାରେ ଯଥାଶୀଘ୍ର ମିଳିଵ ଵୋଲି ସରକାରଙ୍କ ଘୋଷଣା ଵାସ୍ତଵରେ କିଶନନଗର ତହସିଲରେ ଧର୍ମକୁ ଆଖିଠାର ସଦୃଶ ହୋଇଛି।ଆଜକୁ ଵର୍ଷ ଵର୍ଷ ଧରି ଶତାଧିକ ମାମଲା ଫଇସଲା ନ‌ହୋଇ ପଡି ରହିଛି।ଏପରିକି ଅଦାଲତଙ୍କ ରାୟ ଓ ନିଷ୍ପତ୍ତି କୁ ପୁରୁଣା ତହସିଲଦାର ଅଣଦେଖା କରି ଏଠାରୁ ଵିଵାଦୀୟ ଅବସ୍ଥାରେ ଅନ୍ୟତ୍ର ବଦଳି ହୋଇଯାଇଛନ୍ତି। ପୁରୁଣା ତହସିଲଙ୍କ ସମୟରେ ଵାଲି ମାଫିଆ,ମାଟି ମାଫିଆ,ଇଟାଭାଟି ମାଫିଆ,ଜଵରଦଖଲ ମାଫିଆ ସକ୍ରିୟ ହୋଇଥିଵା ଵେଳେ କେଵଳ ଜନସାଧାରଣ ସେମାନଙ୍କର ବିଭିନ୍ନ ସମସ୍ୟାର ସମାଧାନ ପାଇଁ ତହସିଲ୍ କୁ  ଦୈ।ଡି ଦୈ।ଡି ନିରାଶ ହୋଇ ଵସି ରହିଥିଵା ଅଭିଯୋଗ ହେଉଛି।ଏପରିକି ଯଶପଡା ହାଟ ରାସ୍ତାକୁ ଜଵରଦଖଲକାରୀଙ୍କ କଵଜାରୁ ଉଦ୍ଧାର କରିବାକୁ ଜନସାଧାରଣ ଓ ସ୍ତାନୀୟ ସରପଞ୍ଚ ପୁରୁଣା ତହସିଲଦାର ଙ୍କୁ ବାରମ୍ବାର କହିଵା ସତ୍ବେ ତାହା କାର୍ଯ୍ୟକାରୀ ନହେଵା ଭିନ୍ନ ମୋଡ ନେଉଛି।ପୂରୁଣା ତହସିଲଦାର ଙ୍କ ଵାକିଆ ପୁରୁଣା କାମ ନୂଆ ତହସିଲଦାର ଙ୍କ ପାଇଁ ସମସ୍ୟା ସୃଷ୍ଟି କରୁଛି ନା ସମସ୍ୟାର ଉଚିତ ସମାଧାନ ହେଉଛି ତାକୁ ଦେଖିଵାକୁ କେଵଳ ଵାକି ରହିଲା। ଓଡିଶା ସମାଚର

Leave a Reply

Your email address will not be published.