Wednesday , December 1 2021
Breaking News
Home / ବିଶେଷ / କାଳୀପୂଜା ପାଇଁ ଭୁବନ,ନୂଆହାଟ,ମଣିପୁର ଉତ୍ସବ ମୁଖର

କାଳୀପୂଜା ପାଇଁ ଭୁବନ,ନୂଆହାଟ,ମଣିପୁର ଉତ୍ସବ ମୁଖର

ଭୁବନ,୭/୧୧/୨୦୨୧(ଓଡ଼ିଶା ସମାଚାର)- ଶକ୍ତିସ୍ୱରୂପିଣୀ, ଅଭୟଦାୟିନୀ, ଦୁଷ୍ଟନିବାରିଣୀ ମା କାଳୀ ଙ୍କ ଆବାହନ ପାଇଁ ସମଗ୍ର ଭୁବନ ଅଂଚଳ ଉତ୍ସବ ମୁଖର ହୋଇପଡିଛି । ଚଳିତବର୍ଷ ଭୁବନ କାଳୀବଜାର ପୂଜା ପ୍ରତିଷ୍ଠାନ ୪୨ ବର୍ଷରେ ପଦାର୍ପଣ କରିଥିବାବେଳେ ସିନେମା ହଲ ଛକ ୩୫ ତମ ବାର୍ଷିକ କାଳୀ ପୂଜା ପାଳନ କରୁଛି । ଭୁବନ ବ୍ଲକ ଅନ୍ତର୍ଗତ ମୁର୍ଦ୍ଧଙ୍ଗା ପଂଚାୟତର ନୂଆହାଟ ସ୍ଥିତ ମହାବୀର ବ୍ୟବସାୟୀ ସଂଘ ତରଫରୁ ୩୩ତମ ବାର୍ଷିକ କାଳୀ ପୂଜା ଅତ୍ୟନ୍ତ ଉତ୍ସାହ ଉଦ୍ଧିପନା ଶ୍ରଦ୍ଧା ଭକ୍ତିର ସହ ପାଳନ ହେଉଛି ଓ ଏକତାଳି ପଂଚାୟତ ର ପୁରୁଷୋତମପୁର (ମଣିପୁର) ଗ୍ରାମରେ ୧୬ ତମ ବାର୍ଷିକ କାଳୀପୂଜା ପାଳନ ହେଉଛି ।

କାଳୀବଜାର-୧୯୭୯ ମସିହାରେ ସ୍ୱର୍ଗତ କେଶବ ଚନ୍ଦ୍ର ସାହୁ,ସ୍ୱର୍ଗତ ବେଣୁଧର ପୃଷ୍ଟି ଙ୍କ ଉଦ୍ୟମ ଓ ବ୍ୟବସାୟୀ ଭାଇମାନଙ୍କ ସହଯୋଗରେ ପ୍ରଥମେ କାଳୀବଜାର ଠାରେ କାଳୀପୂଜା ଆରମ୍ଭ ହୋଇଥିଲା । କାଳୀବଜାର ବଣିକ ସଂଘ ୨୦୦୪ ମସିହାରେ ରୌପ୍ୟ ଜୟନ୍ତୀ ପାଳନ କରିଛି । ଚଳିତ ବର୍ଷ ୪୨ ତମ ବାର୍ଷିକ କାଳୀପୂଜା ପାଳନ ହେଉଛି । ସଭାପତି ସମୀର କୁମାର ସାହୁ ଙ୍କ ନେତୃତ୍ୱରେ ବଣିକ ସଂଘର ସମସ୍ତ ଭାଇମାନଙ୍କ ସହଯୋଗରେ କାଳୀପୂଜା ଅନୁଷ୍ଠିତ ହେଉଛି । ୨୦୦୪ ମସିହା ରୌପ୍ୟ ଜୟନ୍ତୀ ବର୍ଷଠାରୁ  ପ୍ରତିବର୍ଷ ମା ଙ୍କ ବଡପୂଜାରେ ସାମୁହିକ ପ୍ରସାଦ ସେବନ କାର୍ଯ୍ୟକ୍ରମ କାଳୀବଜାର ବଣିକ ସଂଘ ର ଏକ ମହାନ ପରମ୍ପରା ତଥା ଭାଇଚାରାର ପ୍ରତୀକ ପାଲଟିଛି । ଗତକାଲି ମା କାଳୀ ଙ୍କ ବଡପୂଜା ଅନୁଷ୍ଟିତ ହୋଇଥିଲା କିନ୍ତୁ କୋଭିଡ କଟକଣାଯୋଗୁ ସାମୁହିକ ପ୍ରସାଦ ସେବନ ବନ୍ଦ ଥିଲା ।

ସିନେମାହଲ-୧୯୮୬ ମସିହାରେ ଭୁବନ ଏନ.ଏ.ସି ଅନ୍ତର୍ଗତ ୧ ନମ୍ବର ୱାର୍ଡ ସିନେମାହଲ ନିକଟ ବାସିନ୍ଦା ଙ୍କ ପ୍ରଚେଷ୍ଟାରେ ଆରମ୍ଭ ହୋଇଥିବା କାଳୀପୂଜା ଚଳିତବର୍ଷ ୩୫ ବର୍ଷରେ ପଦାର୍ପଣ କରିଛି । ଆଜି ମା ଙ୍କ ବଡପୂଜାରେ ବହୁସଂଖ୍ୟକ ଶ୍ରଦ୍ଧାଳୁ ସାମୁହିକ ପ୍ରସାଦ ସେବନ କରିଥିଲେ । ସଭାପତି ସନ୍ତୋଷ କୁମାର ପୋଥାଳ ଙ୍କ ନେତୃତ୍ୱ  ଓ ସାହି ବାସିନ୍ଦା ଙ୍କ  ସହଯୋଗରେ  ପୂଜା ଅନୁଷ୍ଠିତହେଉଛି । ।

ନୂଆହାଟ- ଭୁବନ ବ୍ଲକ ଅନ୍ତର୍ଗତ ମୁର୍ଦ୍ଧଙ୍ଗା ପଂଚାୟତ ର ନୂଆହାଟ ଠାରେ ମହାବୀର ବ୍ୟବସାୟୀ ସଂଘ ତରଫରୁ ୧୯୮୯ ମସିହାରେ ଆରମ୍ଭ ହୋଇଥିବା କାଳୀପୂଜା ଗତ ୨୦୧୩ ମସିହାରେ ରୌପ୍ୟଜୟନ୍ତୀ ପାଳନ କରି ଚଳିତ ବର୍ଷ ୩୩ ବର୍ଷରେ ପଦାର୍ପଣ କରିଛି ।   ମୀନାବଜାର, ଉଠାଦୋକାନୀ, ଚାଟ, ଦୋସା, ଦହିବରା, ଆଳୁଦମ, ଠୁଙ୍କାପୁରୀମନୋହରୀ ଦୋକାନ ର ପସରା ମେଲିଛି ।  ସମସ୍ତ ବ୍ୟବସାୟୀ ଭାଇମାନେ ସକ୍ରିୟ  ଅଂଶଗ୍ରହଣ ଓ ସହଯୋଗ କରୁଛନ୍ତି ।

ମଣିପୁର-୨୦୦୫ ମସିହାରେ ଭୁବନ ବ୍ଲକ ଅନ୍ତର୍ଗତ ଏକତାଳି ପଂଚାୟତ ର ପୁରୁଷୋତମପୁର ଶାସନ (ମଣିପୁର)ରେଗ୍ରାମବାସୀ ଙ୍କ ସହଯୋଗରେ ପ୍ରଥମେ କାଳୀପୂଜା ଆରମ୍ଭ ହୋଇଥିଲା । ଚଳିତବର୍ଷ ୧୬ ତମ ବାର୍ଷିକ ପୂଜା ଅନୁଷ୍ଠିତହେଉଛି । ଅତ୍ୟନ୍ତ ଉତ୍ସାହ ର ସହ ଗ୍ରାମବାସୀ ପୂଜା ପାଳନ କରୁଛନ୍ତି । ମଣିପୁର ଗ୍ରାମରେ କାଳୀପୂଜା ଗଣପର୍ବର ମାନ୍ୟତା ପାଇଛି । ସେଥିପାଇଁ ସମସ୍ତଙ୍କ ଘରେ କୁଣିଆ ଙ୍କ ଭିଡ ଜମୁଛି । ଅନୁରୂପ ଭାବେ ଭୁବନ ବ୍ଲକର ମଠକରଗୋଳାରେ ମଧ୍ୟ କାଳୀପୂଜା ଧୁମଧାମରେ ପାଳନ କରାଯାଉଛି । ଓଡ଼ିଶା ସମାଚାର

About admin

Check Also

ସମାଜସେବୀ ବୃନ୍ଦାବନ ଦାସଙ୍କ ଏକାଦଶାହ ଉପଲକ୍ଷେ ଶ୍ରଦ୍ଧାଞ୍ଜଳୀ ସଭା 

କେନ୍ଦ୍ରାପଡ଼ା, ୩୦/୧୧/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଚାରିଗାଁ ଗ୍ରାମପଂଚାୟତର ସମାଜସେବୀ ସ୍ୱର୍ଗତ ବୃନ୍ଦାବନ ଦାସ (ବାଜିଆ)ଙ୍କ ଏକାଦଶାହ ଅବସରରେ …

Leave a Reply

Your email address will not be published. Required fields are marked *