Wednesday , May 31 2023
Home / ବିଶେଷ / କଳାହାଣ୍ଡି ଜ଼ିଲ୍ଲା ଗୋଲାମୁଣ୍ଡା ବ୍ଲକ ରେ ଗର୍ଭବତୀ ମହିଳାଙ୍କୁ ନିର୍ମମ ହତ୍ୟା, ପ୍ରକୁତ ତଦନ୍ତ ଓ ନ୍ୟାୟପାଇଁ ପରିବାର ଲୋକେ କଳାହାଣ୍ଡିଏସପି ଙ୍କ ଦ୍ୱାରସ୍ଥ

କଳାହାଣ୍ଡି ଜ଼ିଲ୍ଲା ଗୋଲାମୁଣ୍ଡା ବ୍ଲକ ରେ ଗର୍ଭବତୀ ମହିଳାଙ୍କୁ ନିର୍ମମ ହତ୍ୟା, ପ୍ରକୁତ ତଦନ୍ତ ଓ ନ୍ୟାୟପାଇଁ ପରିବାର ଲୋକେ କଳାହାଣ୍ଡିଏସପି ଙ୍କ ଦ୍ୱାରସ୍ଥ

କଳାହାଣ୍ଡି , ୭/୧୧/୨୦୨୧(ଓଡିଶା ସମାଚର  /ସଂଜୟ ସିଂହ) – କଳାହାଣ୍ଡି ଜ଼ିଲ୍ଲା କେଗାଁ ଥାନା ଅଂଚଳରେ ଗତ କିଛି ଦିନ ତଳେ ଘଟିଥିବା ମମିତା ମେହେର  ହତ୍ୟା ଘଟଣାର ଚର୍ଚ୍ଚା ଥମୁଁ ନ ଥିବା ବେଳେ ଗୋଲାମୁଣ୍ଡା ବ୍ଲକ ରେ   ଆଉ ଏକ ହତ୍ୟା ସେହି କେ ଗାଁ ଥାନା ଅଂଚଳରେ  ଘଟିଛି । ଜଣେ ଗର୍ଭବତୀ ମହିଳାଙ୍କୁ ତାର ସ୍ୱାମୀ ଓ ଶାଶୁ ଶଶୁର  ମିଳିତ  ଭାବେ ହତ୍ୟା କରିଥିବା ଅଭିଯୋଗ ହୋଇଛି ।

କଳାହାଣ୍ଡି ଜିଲ୍ଲା କେଗାଁ ଥାନା ଅନ୍ତର୍ଗତ ଚପରିଆ ଗ୍ରାମରେ, ଗତ ୨୨/୧୦/୨୦୨୧ ତାରିଖ ରାତିରେ  ପ୍ରେମସିଲା ଚନ୍ଦନ କୁ ତାର ସ୍ୱାମୀ ଖୀରସିନ୍ଦୁ ଗହୀର , ଶ୍ୱଶୁର କୁମର ଗହୀର ଓ ତାଙ୍କ ପରିବାର ସହ ମିଶି ନିର୍ମମ ଭାବେ ହତ୍ୟା କରିଛନ୍ତି ବୋଲି ପ୍ରେମସିଲାର ବାପା ଦୈତାରି ଚନ୍ଦନ କେଗାଁ ଥାନାରେ ଗତ ତା୨୩/୧୦/୨୧ଦିନ ଏତାଲା କରିଛନ୍ତି । ମୃତ ପ୍ରେମଶିଳା ପାଞ୍ଚ ମାସ ଗର୍ଭ ଧାରଣ କରିଥିଲା ବୋଲି ବାପା ମାଆ ପ୍ରକାଶ କରିଛନ୍ତି ।  କେଗାଁ ଥାନା ପକ୍ଷରୁ  ତାହାର ତଦନ୍ତ କରାଯାଇ  ସ୍ୱାମୀ ଖୀରସିନ୍ଦୁ ଗହୀରକୁ ଗିରଫ କରି  କୋର୍ଟ ଚାଲାଣ କରାଯାଇଛି ବୋଲି ଇନ ଚାର୍ଜ ଆଇ ଆଇସି ଯୁଗଳ ଶବର ଫୋନ ଯୋଗେ କହିଥିଲେ, ହେଲେ ଆହୁରି ପ୍ରକୁତ ଦୋଷିଙ୍କୁ ପୋଲିସ ଚିନ୍ହଟ ନ କରିବାରୁଏହାର ପ୍ରକୁତ ତଦନ୍ତ କରି ନ୍ୟାୟ ପାଇବା ଆଶାରେ ମୃତ ପ୍ରେମସିଲା ର ବାପା ମାଆ ଓ ଭଉଣୀ କଳାହାଣ୍ଡି ଆରକ୍ଷୀଅଧିକାରୀ ଙ୍କ ଦ୍ବାରସ୍ଥ ହୋଇଛନ୍ତି।ଓଡିଶା ସମାଚର

Leave a Reply

Your email address will not be published.