Friday , December 3 2021
Breaking News
Home / ଶିକ୍ଷା / ଏନପିଏସ୍ ଶିକ୍ଷକ ସଂଘର କର୍ମକର୍ତା ନିର୍ବାଚନ

ଏନପିଏସ୍ ଶିକ୍ଷକ ସଂଘର କର୍ମକର୍ତା ନିର୍ବାଚନ

କେନ୍ଦ୍ରାପଡ଼ା, ୭/୧୧/୨୦୨୧(ଓଡ଼ିଶା ସମାଚାର)-ଏନପିଏସ୍ ଶିକ୍ଷକ ସଂଘ ଜିଲ୍ଲା ଶାଖାର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କେନ୍ଦ୍ରାପଡା ସ୍ଥିତ ସଞ୍ଜିବନୀ ବିଦ୍ୟାମନ୍ଦିର ପରିସରରେ ବରିଷ୍ଠ ଶିକ୍ଷକ ନିରଞ୍ଜନ ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ସର୍ବ ସମତି କ୍ରମେ ଜିଲ୍ଲା ସଂଘର ପୁନର୍ଗଠନ କରାଯାଇଥିଲା । ବରିଷ୍ଠ ଶିକ୍ଷକ ମନୋଜ କୁମାର ପଟ୍ଟନାୟକ ଓ ରତିକାନ୍ତ ରାଉତଙ୍କୁ ଉପଦେଷ୍ଟା ଭାବେ, ଅରୁଣ ପରମାଣିକ ସଭାପତି, ମହେଶ୍ୱର ସାହୁ ଓ ବିରଂଚିି ପ୍ରସାଦ ଜେଠୀ ଉପସଭାପତି, ମନୋରଞ୍ଜନ ତ୍ରିପାଠୀ ସମ୍ପାଦକ, ସୁରେନ୍ଦ୍ର କୁମାର ରାଉତ ଓ ସୂର୍ଯ୍ୟ ପ୍ରକାଶ ନନ୍ଦ ସହ ସମ୍ପାଦକ ଏବଂ ଶରତ ଚନ୍ଦ୍ର ପଣ୍ଡାଙ୍କୁ କୋଷାଧ୍ୟକ୍ଷ ଭାବେ ନିର୍ବାଚିତ କରାଯାଇଥିଲା । ଏଥିସହିତ ଆଳି ବ୍ଲକରୁ ଶିବରାମ ପାଣି, ରାଜକନିକା ବ୍ଲକରୁ ରାଜେନ୍ଦ୍ର ରାଉତ, ରାଜନଗର ବ୍ଲକରୁ ଶୁଭ୍ରଜ କୁମାର ବରାଳ, ପଟ୍ଟାମୁଣ୍ଡାଇ ବ୍ଲକରୁ ମିହିର ଦାଶ, କେନ୍ଦ୍ରାପଡା ବ୍ଲକରୁ ରବିନ୍ଦ୍ର କୁମାର ସ୍ୱାଇଁ, ଡେରାବିଶ ବ୍ଲକରୁ ନିର୍ମଳ କୁମାର ସ୍ୱାଇଁ, ଗରଦପୁର ବ୍ଲକରୁ ସୁଧାଂଶୁ କୁମାର ଜେନା, ମହାକାଳପଡା ବ୍ଲକରୁ ପ୍ରଶାନ୍ତ କୁମାର ଦାସ ଏବଂ ମାର୍ଶାଘାଇ ବ୍ଲକରୁ ତ୍ରୈଲୋକ୍ୟନାଥ ମହାପାତ୍ରଙ୍କୁ ସଂଯୋଜକ ଦାୟୀତ୍ୱ ପ୍ରଦାନ କରାଯାଇଥିଲା । ବ୍ଲକ ସଂଯୋଜକମାନଙ୍କ ନେତୃତ୍ୱରେ ଆସନ୍ତା ଡିସେମ୍ବର ମାସ ଦ୍ୱିତୀୟ ସପ୍ତାହ ମଧ୍ୟରେ ବ୍ଲକ ସଂଘ ଗୁଡିକୁ ପୁନର୍ଗଠନ କରିବାକୁ ବୈଠକରେ ନିଷ୍ପି ଗ୍ରହଣ କରାଯାଇଥିଲା । ଏହି ବୈଠକରେ ଶିକ୍ଷକମାନଙ୍କ ୬ବର୍ଷର ଚୁକ୍ତି ସମୟକୁ ରେଗୁଲାର ଚାକିିରୀରେ ଯୋଗ କରିବା ଓ ପୁରାତନ ପେନ୍ସନ୍ ବ୍ୟବସ୍ଥାର ପୁନଃପ୍ରଚଳନ ସମ୍ପର୍କରେ ଆଲୋଚନା କରାଯାଇ ଏ ବିଷୟରେ ରାଜ୍ୟ ସଂଘ ସହ ଆଲୋଚନା ପରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯିବାକୁ ସ୍ଥିର କରାଯାଇଥିଲା । ବୈଠକରେ ଦେବେନ୍ଦ୍ର କୁମାର ପଣ୍ଡା, ପ୍ରଦୀପ କୁମାର ସ୍ୱାଇଁ, ଧର୍ମଜ୍ୟୋତି ରାଉତ, ପ୍ରହଲ୍ଲାଦ ରାଉତ, ହିମାଂଶୁ ଶେଖର ଭୋଇ, ନୃସିଂହ ଚରଣ ସ୍ୱାଇଁ, କୁଶଦେବ ନାୟକଙ୍କ ସମେତ ଜିଲ୍ଲାର ଶତାଧିକ ଶିକ୍ଷକ ଶିକ୍ଷୟତ୍ରୀ ଉପସ୍ଥିତ ଥିଲେ । ଉପସ୍ଥିତ ଶିକ୍ଷକମାନେ ନବନିର୍ବାଚିତ କର୍ମକର୍ତାଙ୍କୁ ସ୍ୱାଗତ ଜଣାଇଥିଲେ । ଶେଷରେ ସନ୍ତୋଷ କୁମାର ନାଥ ଧନ୍ୟବାଦ ଅର୍ପଣ କରିଥିଲେ । ଓଡ଼ିଶା ସମାଚାର

About admin

Check Also

କେନ୍ଦ୍ରାପଡା ସାନ୍ଧ୍ୟ ମହାବିଦ୍ୟାଳୟରେ ବିଶ୍ୱ ଏଡସ୍ ଦିବସ ପାଳିତ

କେନ୍ଦ୍ରାପଡ଼ା, ୦୨/୧୨/୨୦୨୧(ଓଡ଼ିଶା ସମାଚାର)-କେନ୍ଦ୍ରାପଡା ସାନ୍ଧ୍ୟ ସ୍ନାତକ ମହାବିଦ୍ୟାଳୟ ଜାତୀୟ ସେବା ଯୋଜନା ଓ କେନ୍ଦ୍ରାପଡା ସାନ୍ଧ୍ୟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ …

Leave a Reply

Your email address will not be published. Required fields are marked *