କେନ୍ଦ୍ରାପଡ଼ା,୭/୧୧/୨୦୨୧(ଓଡ଼ିଶା ସମାଚାର)- ଜଣେ ଅସହାୟ ବୃଦ୍ଧ ଗୌରାଙ୍ଗଙ୍କୁ ସହାୟତାର ହାତ ବଢାଇଛନ୍ତି କେନ୍ଦ୍ରାପଡାର ସମାଜସେବୀ ପ୍ରତାପ ଚନ୍ଦ୍ର ଦାସ । କେନ୍ଦ୍ରାପଡା ଜିଲ୍ଲାର ମହାକାଳପଡା ବ୍ଲକ ଅନ୍ତର୍ଗତ ଗୟାସପୁର ଗ୍ରାମର ଅସୁସ୍ଥ ୮୦ବର୍ଷ ବୟସର ବୃଦ୍ଧ ଗୌରାଙ୍ଗଙ୍କୁ ତାଙ୍କ ବୋହୁ ଓ ନାତି ପ୍ରାୟ ୧୫ବର୍ଷ ହେବ ଛାଡିଦେଇ ଅନ୍ୟତ୍ର ପଳାଇଗଲେ । ଫଳରେ ଆର୍ଥିକ ଅନାଟନ ଭିତରେ ଗୌରାଙ୍ଗ ବହୁ ସମସ୍ୟାର ସମ୍ମୁଖୀନ ହେଲେ । କେବଳ ଗୌରାଙ୍ଗଙ୍କ ନିକଟରେ ଥିବା ପୁଅ ଭଗବାନ ବାପାଙ୍କ ସେବାକୁ ଗୁରୁତ୍ୱ ଦେଇ ଅସୁସ୍ଥ ବାପାଙ୍କ ସେବା କରୁଛନ୍ତି । ଏସମ୍ପର୍କରେ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ସମାଜସେବୀ ପ୍ରତାପ ଚନ୍ଦ୍ର ଦାସ ଗୌରାଙ୍ଗଙ୍କ ଗୟାସପୁରସ୍ଥିତ ବାସଭନରେ ପହଂଚି ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି । ଶ୍ରୀ ଦାସଙ୍କ ସହିତ ସୁବ୍ରତ ରାଉତ ଓ ଭବାନୀ ପ୍ରସାଦ କର ପ୍ରମୁଖ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର
