Saturday , August 20 2022
Breaking News
Home / ତାଜା ଖବର / ସାନ ଭାଇର ବୋମା ମାଡ଼ରେ ବଡ଼ ଭାଇ ଗୁରୁତର ଆହତ

ସାନ ଭାଇର ବୋମା ମାଡ଼ରେ ବଡ଼ ଭାଇ ଗୁରୁତର ଆହତ

ନୟାଗଡ଼,୦୬/୧୧/୨୦୨୧(ଓଡ଼ିଶା ସମାଚାର)- ନୟାଗଡ଼ ଜିଲା ଓଡ଼ÿଗାଁ ଆଦର୍ଶ ଥାନା ଅନ୍ତର୍ଗତ ବାହାଡ଼ଝୋଲା ଫାଣ୍ଡି ମାଣିକପାଟଣା ହରିଜନ ସାହିର ଦୁଇ ଭାଇ ଙ୍କମଧ୍ୟରେ ଗଣ୍ଡଗୋଳ ସହିତ ବୋମା ମାଡ଼ ହୋଇଛି । ସାନ ଭାଇର ବୋମା ମାଡ଼ରେ ବଡ଼ ଭାଇ ଗୁରୁତର ଆହତ ହୋଇଛି । ସୂଚନା ଅନୁସାରେ ସ୍ୱର୍ଗତ ବନମାଳି ନାୟକଙ୍କର ଦୁଇ ପୁଅ ବଡ଼ ଭାଇ ପ୍ରଦୀପ ନାୟକ ଆଲିଆସ ପିଙ୍କୁ (୩୪) ଓ ସାନଭାଇ ଦିଲିପ (୨୮) । ଦୁଇ ଭାଇଙ୍କ ମଧ୍ୟରେ ପାରିବାରିକ ଗଣ୍ଡଗୋଳ ଲାଗି ରହିଥିବାବେଳେ ଶୁକ୍ରବାର ସନ୍ଧ୍ୟାରେ ଦୁଇ ଭାଇଙ୍କ ମଧ୍ୟରେ ମାଣିକପାଟଣା ଛକରେ ଗଣ୍ଡଗୋଳ ହୋଇଥିଲା । ସାନଭାଇ ଉତକ୍ଷିପ୍ତ ହୋଇ ବଡ଼ଭାଇ ଉପରକୁ ବୋମା ମାଡ଼ କରିଥିଲା । ଆହତ ପ୍ରଦୀପକୁ ପ୍ରଥମେ ଓଡ଼ଗାଁ ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେ ନୟାଗଡ଼ ଜିଲା ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି । ପ୍ରଦୀପ ଙ୍କ ପିଚାରେ ଗଭୀର କ୍ଷତ ରହିଛି । ଓଡ଼ିଶା ସମାଚାର

About admin

Check Also

କଳାହାଣ୍ଡି ଓ ନବରଙ୍ଗପୁର ଜିଲ୍ଲା ସୀମାନ୍ତ ଆମପାଣି  ଘାଟିରେ  ଟ୍ରକ୍ ଓ ବସ୍ ମୁହାମୁହିଁ ଧକ୍କା , ଦୁଇଜଣ ଗୁରୁତର ଆହତ

କଳାହାଣ୍ଡି , ୧୯/୦୮/୨୦୨୨(ଓଡ଼ିଶା ସମାଚାର / ସଂଜୟ ସିଂ)- କଳାହାଣ୍ଡି ଜିଲ୍ଲା  ଓ ନବରଙ୍ଗରପୁର ଜିଲ୍ଲା ସୀମାନ୍ତ ଆମପାଣି ଘାଟିରେ …

Leave a Reply

Your email address will not be published.