କେନ୍ଦ୍ରାପଡ଼ା, ୬/୧୧/୨୦୨୧(ଓଡ଼ିଶା ସମାଚାର)-ଗରୀବର ସାଥି ଦରଦୀ ମଣିଷ ସମାଜସେବୀ ନବଘନ ବରାଳଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ଅବସରରେ କେନ୍ଦ୍ରାପଡା ସହରସ୍ଥ ଟାଉନ ବଳରାମପୁର ସ୍ଥିତ ବାସଭବନ ପରିସରରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ଅଜୟ ସାମଲଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଶ୍ରଦ୍ଧାଞ୍ଜଳି ସଭାରେ ବିଶିଷ୍ଟ ବ୍ୟକ୍ତିବିଶେଷ ଯୋଗଦେଇ ସ୍ୱର୍ଗତ ବରାଳ ଶେଷ ଜୀବନ ପର୍ଯ୍ୟନ୍ତ ସମାଜର ନଷ୍ପେସିତ ବ୍ୟକ୍ତିମାନଙ୍କୁ ସାହାଯ୍ୟ ଓ ସହଯୋଗ କରିବାକୁ ଆଗେଇ ଆସୁଥିଲେ । ତାଙ୍କ ବିୟୋଗ ଏହି ଶ୍ରେଣୀର ଲୋକମାନଙ୍କ ପାଇଁ ଶୁନ୍ୟସ୍ଥାନ ସୃଷ୍ଟି କରିଛି ବୋଲି ବକ୍ତାମାନେ ସ୍ମୃତିଚାରଣ କରି ମତବ୍ୟକ୍ତ କରିଥିଲେ । ଏହି ସ୍ମୃତିସଭାରେ ଅନ୍ୟମାନଙ୍କ ମଧ୍ୟରେ ଅନ୍ୟତମ ସମାଜସେବୀ ନିରଞ୍ଜନ ସାହୁ, ଇଶ୍ୱରଚନ୍ଦ୍ର ସାହୁ, ହେମନ୍ତ ଜେନା, ରାଜେଶ ଦାସ, ମହମ୍ମଦ ଆକବର ଅଲ୍ଲୀ, କେଶବ ବେହେରା, ସୁବାଶିଷ ସେନାପତି, ଶିଶିର କୁମାର ମନ୍ତ୍ରୀ, ଗୋପାଳକୃଷ୍ଣ ଜେନା, ମନ୍ମଥ ରାଉତ, ତୈ÷୍ରଲୋକ୍ୟ ସ୍ୱାଇଁ, ଚିତରଞ୍ଜନ ଭଗତ, ଅମୀୟ ନାୟକ, ଜଗବନ୍ଧୁ ଶତପଥୀ ପ୍ରମୁଖ ସ୍ମୃତି ଚାରଣ କରିଥିଲେ । ଓଡ଼ିଶା ସମାଚାର