Saturday , June 3 2023
Breaking News
Home / ବିଶେଷ / ରାଜ୍ୟ ଗ୍ରନ୍ଥାଗାରର ନିଜସ୍ୱ ପୁସ୍ତକ ପଠନ ଗୃହ ଉଦଘାଟିତ

ରାଜ୍ୟ ଗ୍ରନ୍ଥାଗାରର ନିଜସ୍ୱ ପୁସ୍ତକ ପଠନ ଗୃହ ଉଦଘାଟିତ

ଭୁବନେଶ୍ୱର ,୬/୧୧/୨୦୨୧(ଓଡ଼ିଶା ସମାଚାର)- ଭୁବନେଶ୍ୱରସ୍ଥିତ ହରେକୃଷ୍ଣ ମହତାବ ରାଜ୍ୟ ଗ୍ରନ୍ଥାଗାରର ନିଜସ୍ୱ ପୁସ୍ତକ ପଠନ ଗୃହ ଆଜି ପୂର୍ବାହ୍ନରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆୟୁକ୍ତ ତଥା ଶାସନ ସଚିବ ଡଃ ସୁରେଶ ଚନ୍ଦ୍ର ଦଳାଇଙ୍କ ଦ୍ୱାରା ନିର୍ଦ୍ଧେଶକ ରଂଜନ କୁମାର ଦାସଙ୍କ ଉପସ୍ଥିତିରେ ଉଦଘାଟିତ  ହୋଇଯାଇଅଛି  । ଭୁବନେଶ୍ୱରରେ ରହି ବିଭିନ୍ନ ପ୍ରତିଯୋଗିତାମୂଳକ ସେବା ପରୀକ୍ଷା ନିମନ୍ତେ ନିଜକୁ ପ୍ରସ୍ତୁତ କରୁଥିବା ବିଦ୍ୟାର୍ଥୀମାନେ ନିଜସ୍ୱ ପୁସ୍ତକ ନେଇ ଏହି ପଠନ ଗୃହରେ ଅଧ୍ୟୟନର ସୁବିଧା ପାଇପାରିବେ  । ଯାହାଫଳରେ ବିଭିନ୍ନ ପାର୍କ ଓ ଅନ୍ୟ ସ୍ଥାନରେ ଖୋଲା ଆକାଶ ତଳେ ପଢାପଢ଼ି କରୁଥିବା ବିଦ୍ୟାର୍ଥୀମାନେ ଏହାଦ୍ୱାରା ଉପକୃତ ହୋଇପାରିବେ ବୋଲି ଶାସନ ସଚିବ ଓ ନିର୍ଦ୍ଧେଶକ ମତବ୍ୟକ୍ତ କରିଛନ୍ତି  । କୋଭିଡ୍ ନିୟମ ଅନୁପାଳନ ପୂର୍ବକ ପାଠକମାନେ ଏହି ପଠନ ଗୃହର ଉପଯୋଗ ପାଇଁ ସେମାନେ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି  । ଏହି କାର୍ଯ୍ୟକ୍ରମରେ ପାଠାଗାରର ସମସ୍ତ ଗ୍ରନ୍ଥାଗାରିକ ଓ ଗ୍ରନ୍ଥାଗାର କର୍ମଚାରୀ ସାମିଲ୍ ହୋଇଥିଲେ  । ଅନୁଶାସନ ସଚିବ ତଥା ଭାରପ୍ରାପ୍ତ ଅଧିକାରୀ ଲକ୍ଷ୍ମୀଧର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ  । ଓଡ଼ିଶା ସମାଚାର

Leave a Reply

Your email address will not be published.