Thursday , August 11 2022
Breaking News
Home / ବିଶେଷ / ମିଥ୍ୟା ଖବରକୁ ନେଇ ଅଟକିଛି ବିଲ୍: ତୁରନ୍ତ ବିଲ୍ କରିବା ପାଇଁ ସରପଞ୍ଚଙ୍କ ନିବେଦନ

ମିଥ୍ୟା ଖବରକୁ ନେଇ ଅଟକିଛି ବିଲ୍: ତୁରନ୍ତ ବିଲ୍ କରିବା ପାଇଁ ସରପଞ୍ଚଙ୍କ ନିବେଦନ

ବାଲିଗୁଡ଼ା,୦୬/୧୧/୨୧(ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ): ମିଥ୍ୟା ଖବରକୁ ନେଇ ଅଟକିଛି ବିଲ୍ । ଶ୍ରମିକ ଓ ଠିକାଦାର ହନ୍ତସନ୍ତ । ଏଭଳି ଅଭିଯୋଗ ଆସିଛି କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକ୍ ବାଟାଗୁଡା ପଞ୍ଚାୟତରୁ । ସୂଚନା ପ୍ରକାରେ ବାଟାଗୁଡା ଗ୍ରାମ ପଞ୍ଚାୟତର ଜକିକିଆ ପ୍ରାଥମିକ ବିଦ୍ୟାଳୟର ପାଚେରୀ ନିର୍ମାଣ କାର୍ୟ୍ୟ ଶେଷ ହୋଇସାରିଛି । ହେଲେ ନିମ୍ନ ମାନର କାର୍ୟ୍ୟ ହୋଇଥିବା ନେଇ ଏକ ଅଭିଯୋଗ ହେବା ପରେ ବିଲ୍ ଅଟକି ରହିଛି । ସେପଟେ କାମ ଠିକ୍ ହୋଇଛି ଏବଂ ସରପଞ୍ଚ ଓ ମନ୍ତ୍ରୀଙ୍କ ତତ୍ବାବଧାନରେ କାର୍ୟ୍ୟ ହୋଇଥିବା କହିଛନ୍ତି ଠିକାଦାର ଓ ବାଟାଗୁଡ଼ା ସରପଞ୍ଚ ମେନକା ପ୍ରଧାନ । ବିଲ୍ ହେଲେ ଠିକାଦାର ଓ ଶ୍ରମିକ ଉପକୃତ ହୋଇପାରିବେ । ଏଣୁ ଯଥାଶୀଘ୍ର ବିଲ୍ କରିବା ପାଇଁ ବାଲିଗୁଡ଼ା ବିଡିଓଙ୍କୁ ଅନୁରୋଧ କରିଛନ୍ତି ସରପଞ୍ଚ ।ଏ ସମ୍ପର୍କରେ ବାଲିଗୁଡା ବିଡ଼ିଓ ଡ଼. ଜଗଦିଶ ଷଡ଼ଙ୍ଗୀଙ୍କୁ ପଚାରିବାରୁ ସେ କହିଛନ୍ତି ଯେ, ଏହି ଖବର ଅବଗତ ହେବା ପରେ ତଦନ୍ତ କରି ଠିକାଦାର ଙ୍କ ବିଲ ନିଶ୍ଚିତ ପାସ କରାଯିବ । ଓଡିଶା ସମାଚାର

About admin

Check Also

ହୀରାକୁଦ ଡ଼୍ୟାମର ୧୦ ଟି ଗେଟ ଖୋଲିଲା

ହୀରାକୁଦ/ସମ୍ବଲପୁର ୧୧/୦୮/୨୦୨୨(ଓଡ଼ିଶା ସମାଚାର)- ଆଜି ଗୁରୁବାର ପୁଣି ଖୋଲିଲା ହୀରାକୁଦ ଜଳଭଣ୍ଡାରର ଗେଟ୍ । ଆଜି ପ୍ରଥମେ ୨ ଟି …

Leave a Reply

Your email address will not be published.