Wednesday , May 31 2023
Home / ଶିକ୍ଷା / ମହିଳା ମହାବିଦ୍ୟାଳୟରେ ୟୁଥ ରେଡକ୍ରସ ତରଫରୁ କ୍ଲଷ୍ଟର ସ୍ତରୀୟ କର୍ମଶାଳା

ମହିଳା ମହାବିଦ୍ୟାଳୟରେ ୟୁଥ ରେଡକ୍ରସ ତରଫରୁ କ୍ଲଷ୍ଟର ସ୍ତରୀୟ କର୍ମଶାଳା

ଭୁବନ,୬/୧୧/୨୦୨୧(ଓଡ଼ିଶା ସମାଚାର)- ଭୁବନ ମହିଳା ମହାବିଦ୍ୟାଳୟରେ ଢେଙ୍କାନାଳ ଜିଲ୍ଲାର ଯୁବ ରେଡକ୍ରସ ଆନୁକୂଲ୍ୟରେ ତିନିଦିନିଆ କ୍ଲଷ୍ଟରସ୍ତରୀୟ କର୍ମଶାଳା ଆଜିଠାରୁ ଆରମ୍ଭ ହୋଇଛି । ତହସିଲଦାର ପ୍ରଭାସ କୁମାର ବେହୁରା ମୁଖ୍ୟଅତିଥି ଭାବେ ରେଡକ୍ରସ ପତାକା ଉତୋଳନ କରି କାର୍ଯ୍ୟକ୍ରମକୁ ଉଦଘାଟନ କରିବା ସହିତ ସ୍ୱେଚ୍ଛାସେବୀ ମାନଙ୍କୁ ରେଡକ୍ରସ ର ଶପଥ ପାଠ କରାଇଥିଲେ । ମହିଳା ମହାବିଦ୍ୟାଳୟ ଅଧ୍ୟକ୍ଷ ଦିଲ୍ଲୀପ କୁମାର ଦାସ ଙ୍କ ପରିଚାଳନାରେ ଅନୁଷ୍ଠିତ ଉଦଘାଟନୀ ଉତ୍ସବରେ ମଠକରଗୋଳା ମହାବିଦ୍ୟାଳୟ ଅଧ୍ୟକ୍ଷ ଅଧ୍ୟାପକ ଚିତରଂଜନ ଦାଶ, ୟୁଥ ରେଡକ୍ରସ ଜିଲ୍ଲା ସଂଯୋଯକ ଅଧ୍ୟାପକ ଭୂପେଶ କୁମାର ସାହୁ, ଢେଙ୍କାନାଳ ସ୍ୱୟଂ ଶାସିତ ମହାବିଦ୍ୟାଳୟର ପ୍ରାଣୀ ବିଜ୍ଞାନ ଅଧ୍ୟାପକ ସୁଶାନ୍ତ କୁମାର ପ୍ରଧାନ ପ୍ରମୁଖ ଉଦବୋଧନ ଦେଇଥିଲେ । ୟୁଥ ରେଡକ୍ରସ କାଉନସେଲର ଅଧ୍ୟାପିକା ଅନୁପମା ମିଶ୍ର ଧନ୍ୟବାଦ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ବାଜିରାଉତ ସ୍ମୃତି ମହାବିଦ୍ୟାଳୟ,ମଠକରଗୋଳା ମହାବିଦ୍ୟାଳୟ, ପିଙ୍ଗୁଆ ଡିଗ୍ରୀ ମହାବିଦ୍ୟାଳୟ,ଭୁବନ ମହିଳା ଡିଗ୍ରୀ ମହାବିଦ୍ୟାଳୟ ଯୁବ ରେଡକ୍ରସ ସ୍ୱେଚ୍ଛାସେବୀ ଓ କାଉନସେଲରମାନେ ସାମିଲ ହୋଇଛନ୍ତି । କାର୍ଯ୍ୟକ୍ରମରେ ରକ୍ତଦାନ,ରେଡକ୍ରସର ଇତିହାସ,ବିପର୍ଯ୍ୟୟ ପରିଚାଳନା,ସଡକସୁରକ୍ଷା,ପ୍ରାଥମିକ ଚିକିତ୍ସା,ଏଡ୍ସ ଓ ଏଚଆଇଭି ସମ୍ବନ୍ଧରେ ଶିକ୍ଷା ଦେବାସହ ନିରାକରଣ ଉପାୟ ସଂପର୍କରେ ଆଲୋଚନା ହେବବୋଲି ମହାବିଦ୍ୟାଳୟ ଅଧ୍ୟକ୍ଷ ଶ୍ରୀମାନ ଦାସ ସୂଚନା ଦେଇଛନ୍ତି । ଓଡ଼ିଶା ସମାଚାର

Leave a Reply

Your email address will not be published.