କେନ୍ଦ୍ରାପଡ଼ା, ୬/୧୧/୨୦୨୧(ଓଡ଼ିଶା ସମାଚାର)-କେନ୍ଦ୍ରାପଡା ସହର ଉପକଣ୍ଠ ଭରତପୁର ଗ୍ରାମର ପ୍ରସିଦ୍ଧ ଶ୍ୟାମକାଳୀଙ୍କ ବାର୍ଷିକ ଉତ୍ସବ ଓ ଦୀପାବଳୀ ପର୍ବ କୋଭିିଡ ନିୟମ ଅନୁପାଳନ ପୂର୍ବକ ପାଳିତ ହୋଇଯାଇଛି । ଭରତପୁର ତଥା ଆଖପାଖ ଗ୍ରାମର ଭକ୍ତ ଓ ଶ୍ରଦ୍ଧାଳୁମାନେ ଏଥିରେ ଯୋଗଦେଇ ମା’ ଶ୍ୟାକମାଳୀଙ୍କ ଆଶୀର୍ବାଦ ଓ କୃପା ଭିକ୍ଷା କରିଥିଲେ । ଏହି ଅବସରରେ ଜିଲ୍ଲାର ଅଗ୍ରଣୀ ସାଂସ୍କୃତିକ ସଂଗଠନ ବାଗ୍ଦେବୀ କଳାମନ୍ଦିର ପକ୍ଷରୁ ଏକ ମନୋଜ୍ଞ ଭଜନ ସଂନ୍ଧ୍ୟାର ଆୟୋଜନ କରାଯାଇଥିଲା । ସଂଗୀତ ନିର୍ଦ୍ଧେଶକ ସତ୍ୟପ୍ରିୟ ଦାସଙ୍କ ପରିଚାଳନା ଓ ସଂଯୋଜନାରେ କଣ୍ଠଶିଳ୍ପୀ ନୃସିଂହ ନନ୍ଦ, ରଞ୍ଜନ ବେହୁରା, ପ୍ରଦୁ୍ୟମ୍ନ ଜେନା, ଶ୍ରୀନାଥ ଦଳାଇ, ଆର୍ତବନ୍ଧୁ ଜେନା, ପ୍ରଶାନ୍ତ ମହାରଣା, ସୁଧିର ମହାନ୍ତି, ହରପ୍ରିୟା ରାଉତ, ଶୁଭଶ୍ରୀ ମହାନ୍ତି ପ୍ରମୁଖ ଯୋଗଦେଇ ଭଜନ ପରିବେଷଣ କରିଥିଲେ । ମନ୍ଦିର ପରିଚାଳନା କମିଟିର ସଦସ୍ୟ ଶକ୍ତି ପ୍ରସାଦ ମହାନ୍ତ, ଶିବ ପ୍ରସାଦ ଦାସ, ପ୍ରବୋଧ କୁମାର ଦାସ, ବିଜୟ କୁମାର ଦାସ, ସୁଶାନ୍ତ କୁମାର ଦାସ, ଭରତପୁର ସରପଂଚ ଜୀନତ ପ୍ରିୟଦର୍ଶିନୀ ରାଉତ, ସମିତି ସଭ୍ୟ ହେମନ୍ତ ବିଶ୍ୱାଳ, ଶାରଦା ପ୍ରସନ୍ନ ରାଉତ, ଶ୍ରୀଧର ମହାନ୍ତି, ବିମଳାକାନ୍ତ ଚୌଧୁରୀ ଓ ଶ୍ରୀଚରଣ ବେହେରା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଓଡ଼ିଶା ସମାଚାର
Check Also
ସୁବର୍ଣ୍ଣରେଖା ଓ ଦେଓ ଜଳସେଚନ ପ୍ରକଳ୍ପ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ
ମୟୁରଭଞ୍ଜ / ଭୁବନେଶ୍ୱର,୧୨/୦୮/୨୦୨୨(ଓଡ଼ିଶା ସମାଚାର)- ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଦିନିକିଆ ମୟୁରଭଞ୍ଜ ଜିଲ୍ଲା ଗସ୍ତ କରି ସେଠାରେ …