କେନ୍ଦ୍ରାପଡ଼ା, ୬/୧୧/୨୦୨୧(ଓଡ଼ିଶା ସମାଚାର)-ଭାରତୀୟ ଜନତା ପାର୍ଟି ପଛୁଆ ବର୍ଗ ମୋର୍ଚ୍ଚାର ରାଜ୍ୟ କାର୍ଯ୍ୟକାରିଣୀ ସଭ୍ୟ ଭାବେ କେନ୍ଦ୍ରାପଡା ଜିଲ୍ଲାରୁ ଡେରାବିଶି ବ୍ଲକ ଅନ୍ତର୍ଗତ ଗୁଆଳସିଂ ଗ୍ରାମର ଯୁବନେତା ଦିଲ୍ଲିପ କୁମାର ଦାଶଙ୍କୁ ମନୋନିତ କରାଯାଇଛି । ଏଥି ନିମନ୍ତେ ଶ୍ରୀ ଦାଶଙ୍କୁ ବିଭିନ୍ନ ମହଲରୁ ଶୁଭେଛାର ସୁଅ ଛୁଟିଥିବା ଦେଖାଯାଇଛି । ବିଜେପି ପଛୁଆ ବର୍ଗ ମୋର୍ଚ୍ଚାର ରାଜ୍ୟ କାର୍ଯ୍ୟକାରିଣୀ ସଭ୍ୟ ଭାବେ ମନୋନିତ ହୋଇଥିବା ଶ୍ରୀ ଦାଶ ଏଥିନିମନ୍ତେ ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର, ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, ଜିଲ୍ଲା ସଭାପତି କିଶୋର ପଣ୍ଡା, ଜିଲ୍ଲା ସାଧାରଣ ସମ୍ପାଦକ ସରୋଜକାନ୍ତ ନାୟକ ପ୍ରମୁଖଙ୍କୁ କୃତଜ୍ଞତା ଜଣାଇଛନ୍ତି । ଓଡ଼ିଶା ସମାଚାର